• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

amit sahah
ଆସାମ ପରେ ମଣିପୁର ଗସ୍ତ କରିବେ ଅମିତ ଶାହା

ଉତ୍ତରପୂର୍ବ ରାଜ୍ୟ ଗସ୍ତରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ। ଆସାମ ପରେ ଆଜି ମଣିପୁର ଯିବେ ଶାହ।  ଗତକାଲି ଆସାମ ଗୌହାଟି ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ବିଜେପି ଅମଳରେ ଆସାମରେ ଶାନ୍ତି ଫେରିଛି। ବୋଡୋଲ୍ୟାଣ୍ଡ ଚୁକ୍ତି ପରେ ଯୁବକମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି।

  • Wednesday, 14 July 2021
farmer
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ଆଲୋଚନା ପାଇଁ ରାଜି ହେଲେ ଚାଷୀ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଚାଷୀ। ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

  • Wednesday, 14 July 2021
jawan
ଶୀତକୁ ଖାତିର ନାହିଁ, ଦେଶ ସରକ୍ଷା ପାଇଁ ସୀମାରେ ସଜାଗ ଯୱାନ

ହାଡ଼ ଭଙ୍ଗା ଜାଡ଼କୁ ଖାତିର ନ କରି ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଯବାନ।  କାଶ୍ମୀର ହେଉ କିମ୍ବା ସୀମା ସଲଗ୍ନ ଯେ କୌଣସି ସ୍ଥାନ। ସବୁଠି ସଦାବେଳେ ତତ୍ପର ଭାରତୀୟ ବୀର ଯବାନ।  ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ସେନା ନିଜର ପାଟ୍ରୋଲିଂ ଓ  ସର୍ଚ୍ଚ ଅପରେସନକୁ ଅଧିକ କଡ଼ାକଡ଼ି କରିଛି ସେନା।

  • Wednesday, 14 July 2021
puri
ଆଜି ଦ୍ୱିତୀୟ ଦିନ ଲାଗି ଜଗା ଦର୍ଶନ କରୁଛନ୍ତି ପୁରୀବାସୀ

ଆଜି ଦ୍ୱିତୀୟ ଦିନ ପାଇଁ ଜଗା ଦର୍ଶନ କରିବେ ପୁରୀ ବାସିନ୍ଦା। ଆଜି ୪, ୧୩, ୧୬, ୧୮, ୨୦ ନମ୍ବର ୱାର୍ଡ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅନୁମତି ରହିଛି। କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା ମନ୍ଦିର। ମନ୍ଦିର ଖୋଲିବା ପରେ ପର୍ଯ୍ୟାୟକ୍ରମେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।

  • Wednesday, 14 July 2021
Modi-farmers
ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

  • Wednesday, 14 July 2021
delhi-farmers-protest
କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ: କଣ କହିଲା ସଂଗଠନ?

ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହଁନ୍ତି ସରକାର। ଯଦି ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ।

  • Wednesday, 14 July 2021
terrorists killed in encounter
ସକାଳୁ ସକାଳୁ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।

Modi
ଚାଷୀଙ୍କ ସହ ପୁଣି ଆଲୋଚନା କରିବ କେନ୍ଦ୍ର ସରକାର

ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଛି। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।

  • Wednesday, 14 July 2021
puja
ଟାୟାରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୋତା

ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। କିନ୍ତୁ ଏଥିରୁ ଯେ ଏତେ ସୁନ୍ଦର ଉପଯୋଗୀ ଜିନିଷ ତିଆରି ହୋଇପାରିବ, ତାହା କେହି ଭାବି ନଥାନ୍ତି ଯାହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ମହିଳା ଟାୟାରରୁ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଜୋତା ଓ ଚପଲ।

  • Wednesday, 14 July 2021
Mamata banarjee
ମଞ୍ଚ ଉପରେ ନାଚିଲେ, ଝୁମିଲେ ମମତା ବାନାର୍ଜୀ

ନାଚିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।  ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

  • Wednesday, 14 July 2021
FasTag
ଜାନୁଆରୀ ପହିଲାରୁ ଟୋଲ୍ ଗେଟରେ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍

ଦେଶର ସମସ୍ତ ଟୋଲଗେଟରେ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାଷ୍ଟଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

  • Wednesday, 14 July 2021
pm-modi
ଚାଷୀଙ୍କୁ ଆଜି କଣ କହିବେ ମୋଦି?

ଆଜି ପୁଣି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ନୂଆ କୃଷି ଆଇନ ସଂପର୍କରେ ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ ବୋଲି ସୂଚନା ରହିଛି।

  • Wednesday, 14 July 2021
Christmas Day
ଧରାବତରଣ କଲେ ପ୍ରଭୁ ଯୀଶୁ, କରୋନା କଟକଣା ମଧ୍ୟରେ ପାଳନ ହେଉଛି ବଡଦିନ

ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଆଜି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି ।ଯେଉଁ ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଳମ୍ବୀ ସେହି ସମୟ ଆସି ପହଞ୍ଚିଥିଲା। କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ଏଥର ନଥିଲା ସେହି ସରାଗ

  • Wednesday, 14 July 2021
bothra on gamucha
ଗାମୁଛା କହିବ ହତ୍ୟାକାଣ୍ଡର କଳା କାହାଣୀ?

ସରୋଜ ଘରୁ ମିଳିଥିବା ଗାମୁଛା ଘଟଣା ସମ୍ପର୍କରେ ପୂରା ତଥ୍ୟ ଦେବ ବୋଲି କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀକୁ ବୋହିବା ପରେ ତା' ଦେହରୁ ବାହାରିଥିବା ରକ୍ତକୁ ସେ ଗାମୁଛାରେ ପୋଛିଥିଲା ସରୋଜ। ତେବେ ସେହି ଗାମୁଛା ସରୋଜ ଘରୁ ଜବତ କରାଯାଇଛି।

bothra4656
ପରୀ ହତ୍ୟା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ?

ସରୋଜର କାରାନାମା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ। କିଛି ଏମିତି କଥା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା।

Jammu Kashmir
ଶାନ୍ତ ହେଉଛି କାଶ୍ମୀର, ପିଲାଙ୍କ ପାଇଁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ହିଂସା ପ୍ରଭାବିତ ଶ୍ରୀନଗର ଅନନ୍ତନାଗରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନା ସଂକ୍ରମଣ ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

  • Wednesday, 14 July 2021
rahul
ଚାଷୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ

କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯିବ। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ।

  • Wednesday, 14 July 2021