ଭିଜିଲାନ୍ସ ଜାଲରେ ଆଉ ଜଣେ PEO। ବଲାଙ୍ଗିର ସହରରେ ପଞ୍ଚମ ଦିନରେ ଭିଜିଲାନ୍ସ ଟିମର ରେଡ୍। ପୁଇଁତଳା ପଞ୍ଚାୟତ PEO ବିହାରିଲାଲ ବାରିକଙ୍କ ଘରେ ରେଡ୍ ଜାରି ରହିଛି। ଶାନ୍ତିପଡ଼ା ଘର ଓ ପୁଇଁତଳା ଅଫିସ ରେଡ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ଜାରି ରହିଛି।
ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦଳର ଏପରି ଶୋଚନୀୟ ଅବସ୍ଥା ସମୟରେ ଯଦି ରାହୁଲ ମଙ୍ଗ ଧରିବାକୁ ଅରାଜି ହେଉଛନ୍ତି ତେବେ ମଙ୍ଗ ଧରିବ କିଏ?
ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳକ ଦମ୍ପତ୍ତି ନିଜ ଇଚ୍ଛାଅନୁସାରେ ବଞ୍ଚିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ପୁରୁଷ ସାଥୀଙ୍କ ବିବାହ ବୟସ ହୋଇନାହିଁ ବୋଲି ବୋଲି, ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି। ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି। ତେବେ ଗାଡିରେ ଥିବା ଆଗ ୨ଟି ସିଟରେ ଏହି ଏୟାରବ୍ୟାଗ୍ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯାନବାହନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି।
ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ହିଂସାକାଣ୍ଡ। ମାଓବାଦୀଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ୩୦ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଉଡିବ ନାହିଁ ବିମାନ। କରୋନା କାୟା ବିସ୍ତାର କରୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବନ୍ଦ ଥିବା ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।
ପାଟଣା: ଥମିବାରେ ନା ନେଉ ନାହିଁ ବିହାର ରାଜନିତୀରେ ଚର୍ଚ୍ଚା। ମେଣ୍ଟ ସରକାର ଗଠନ ହେବାର ମାତ୍ର ୨ ମାସରେ ବଡ ଫାଟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର ଜେଡିୟୁ ନେତାମାନେ ତୀବ୍ର ବିରୋଧ କରିଛନ୍ତି। କେବଳ ବିରୋଧ କରିଛନ୍ତି ତାହା ନୁହେଁ ବରଂ ସିଧାସଳଖ ଭାବରେ ବିଜେପିକୁ ହିଁ ଦାୟୀ କରିଛନ୍ତି। ତେବେ ଏହାରି ମଧ୍ୟରେ ଚୁପ୍ […]
ଦେଶର ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ଶିବସେନା। ମହାରାଷ୍ଟ୍ରରେ ମେଣ୍ଟ ସରକାର କରିବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଦଖଲ କରିବା ଚିନ୍ତାରେ ଶିବସେନା। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଣ୍ଟା ଭିଡିଛି ଶିବସେନା।
ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ ବିଜେପି ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି। ତେବେ ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଲେ କୁଆଡେ? କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ୍ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏନେଇ ସଠିକ ସୂଚନା ମିଳିପାରିନଥିବା ବେଳେ ଦଳର ଜାତୀୟ ମୁଖପାତ୍ର କହିଛନ୍ତି ଯେ, ସ୍ୱଳ୍ପକାଳୀନ ବ୍ୟକ୍ତିଗତ ଗସ୍ତରେ ରାହୁଳ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏହି ଗସ୍ତରେ ରାହୁଲ କିଛିଦିନ ଲାଗି ବିଦେଶରେ ରହିବେ ବୋଲି ଜଣାଯାଇଛି।
ଭଗବାନଙ୍କ ଉପରେ ପ୍ରତିଟି ମଣିଷ ବିଶ୍ୱାସ କରେ। କାହିଁକି ନା କୌଣସି ବିପଦ ହେଉ କିମ୍ବା କେଉଁ ଆଡେ ଯାତ୍ରା କରୁ ଭଗବାନଙ୍କୁ ଆମେ ପ୍ରତିଟି ମୁହୂର୍ତ୍ତରେ ସ୍ମରଣ କରୁ। ତେବେ ରାଜସ୍ଥାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି।
ଚାଳକ ବିହୀନ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି
ଉତ୍ତରପୂର୍ବ ରାଜ୍ୟ ଗସ୍ତରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ। ଆସାମ ପରେ ଆଜି ମଣିପୁର ଯିବେ ଶାହ। ଗତକାଲି ଆସାମ ଗୌହାଟି ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ବିଜେପି ଅମଳରେ ଆସାମରେ ଶାନ୍ତି ଫେରିଛି। ବୋଡୋଲ୍ୟାଣ୍ଡ ଚୁକ୍ତି ପରେ ଯୁବକମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି।
ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ଆଲୋଚନା ପାଇଁ ରାଜି ହେଲେ ଚାଷୀ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଚାଷୀ। ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ହାଡ଼ ଭଙ୍ଗା ଜାଡ଼କୁ ଖାତିର ନ କରି ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଯବାନ। କାଶ୍ମୀର ହେଉ କିମ୍ବା ସୀମା ସଲଗ୍ନ ଯେ କୌଣସି ସ୍ଥାନ। ସବୁଠି ସଦାବେଳେ ତତ୍ପର ଭାରତୀୟ ବୀର ଯବାନ। ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ସେନା ନିଜର ପାଟ୍ରୋଲିଂ ଓ ସର୍ଚ୍ଚ ଅପରେସନକୁ ଅଧିକ କଡ଼ାକଡ଼ି କରିଛି ସେନା।
ଆଜି ଦ୍ୱିତୀୟ ଦିନ ପାଇଁ ଜଗା ଦର୍ଶନ କରିବେ ପୁରୀ ବାସିନ୍ଦା। ଆଜି ୪, ୧୩, ୧୬, ୧୮, ୨୦ ନମ୍ବର ୱାର୍ଡ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଅନୁମତି ରହିଛି। କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା ମନ୍ଦିର। ମନ୍ଦିର ଖୋଲିବା ପରେ ପର୍ଯ୍ୟାୟକ୍ରମେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମାର୍କେଟ ଛକ ବ୍ୟାରିକେଡ୍ ପାଖରେ ଟୋକନ୍ ଧରି ଲାଇନ୍ ଲଗାଇବା ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।