ଦିଦିଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ। ଆଉ ମାତ୍ର କେତେ ମାସ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ବର୍ଦ୍ଧମାନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କରିଛନ୍ତି ରୋଡ୍ ସୋ। ବୀରହାଟ ୱାଚ୍ ଟାଓ୍ୱାରରୁ ସହରର କର୍ଜନ ଗେଟ୍ ପର୍ଯ୍ୟନ୍ତ ଏହି ବିଶାଳ ରୋଡ୍ ସୋର ଆୟୋଜନ କରାଯାଇଥିଲା
ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। […]
ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କବାଦୀ। ତେବେ ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି। ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିବା ଏହି କୁଟନୀତିଜ୍ଞ ଏବେ ଏକ ଟିଭି ଡିବେଟରେ ଭାଗ ନେଇ ୩ଶହ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।
ଜଣେ ରୋଜଗାରିଆ ସ୍ୱାମୀଠୁ କମ୍ ମୂଲ୍ୟବାନ ନୁହେଁ ତାଙ୍କ ଗୃହିଣୀ ପତ୍ନୀଙ୍କ ଜୀବନ। ଅଫିସ୍ ଯାଉଥିବା ସ୍ୱାମୀ ଭଳି ଘର ଚଳାଉଥିବା ସ୍ତ୍ରୀଙ୍କର ଜୀବନ ବି ସମ ପରିମାଣରେ ମୂଲ୍ୟବାନ। ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ଦମ୍ପତିଙ୍କ ପରିଜନଙ୍କୁ ବୀମାରାଶି ପ୍ରଦାନ ସମ୍ପର୍କିତ ମାମଲାର ବିଚାର ବେଳେ ଏଭଳି କହିଛନ୍ତି ସର୍ବୋଚ୍ଚ କୋର୍ଟ।
ଜାକର୍ତ୍ତା : ଇଣ୍ଡୋନେସିଆ ପୁଣି ନିଖୋଜ ହୋଇଗଲା ବିମାନ। ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଡୋନେସିଆରେ ବିମାନ ନିଖୋଜ, କାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ#Indonesia #SriwijayaAirflight pic.twitter.com/LtV53Iua31 — ଓଟିଭି (@otvkhabar) January 9, 2021 ତେବେ ଜାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିମାନରେ […]
କରୋନା ମହାମାରୀ ନାଁ ଶୁଣିଲେ ଆମେ ସମସ୍ତେ ସାଧାରଣ ଭାବରେ ଚିନ୍ତା କରନ୍ତି। କାରଣ ଏହି ମହାମାରୀ ଏତେ ଭୟଙ୍କର ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଆମେ ସମସ୍ତେ ଡରିବା ସ୍ୱାଭାବିକ କଥା।
କରୋନା ଟିକାକରଣର ପୂର୍ବରୁ ଆସନ୍ତାକାଲି ଦେଶର ପ୍ରାୟ ୭ଶହ ଜିଲ୍ଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଡ୍ରାଏ ରନ୍ ହେବ। କେଉଁ କେଉଁ ସ୍ତର ଦେଇ ତୃଣମୂଳ ସ୍ତରରେ ଟିକା ପହଞ୍ଚାଯିବ ସେ ନେଇ ବିସ୍ତୃତ ଯୋଜନା କରାଯାଇଛି।
ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେବଳ ଗଣଦୁଷ୍କର୍ମ ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ତେବେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦଫାରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି।
ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ ସିଗନାଲ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। କିନ୍ତୁ ଏହି ଭବ୍ୟ ଭବନ ତିଆରି କରିବା ଲାଗି ଅନୁମତି ଦେବା ପରେ ବି କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି। ଜମିକୁ ନେଇ ବିବାଦ ଥିବାରୁ ନୂଆ ସଂସଦ ଭବନର ନିର୍ମାଣ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।
ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ହତ୍ୟା ମାମଲାରେ ପୋକ୍ସେ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ। ସରୋଜ ସେଠୀଙ୍କୁ ଏସଆଇଟି କୋର୍ଟରେ ହାଜର କରାଇଥିବା ନେଇ ସୂଚନା ମିଳିଛି
ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ ଦିନ ଟାର୍ଗେଟ କରିବାରେ ବ୍ୟସ୍ତ ବିରୋଧୀ। ସୀମାରେ ଚାଷୀ ମୃତ୍ୟୁକୁ ନେଇ ହେଉ କିମ୍ବା ଆଇନ ପରିବର୍ତ୍ତନ ଲାଗି କେନ୍ଦ୍ର ମନାକରିବା କଥା ହେଉ। କେନ୍ଦ୍ରକୁ ଷଣ୍ଢୁଆସି ଆକ୍ରମଣ କରିବାର କୌଣସି ବାଟ ଛାଡୁନାହାନ୍ତି ବିରେଧୀ। ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି। ଉଭୟ ନେତା କହିଛନ୍ତି […]
କୁଆଡେ ଗଲେ ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଡ ଗ୍ରୁପର ମାଲିକ ? ପାଖାପାଖି ୨ ମାସ ହେବ ସେ ନିଖୋଜ ଥିବା ନେଇ ଜାତୀୟ ଗଣାମଧ୍ୟମରେ ପ୍ରକାଶ ପାଇଛି। ଶହେ ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ମାଲିକ ହଠାତ୍ କେଉଁ ଆଡେ ନିଖୋଜ ହୋଇଥିବା ଘଟଣାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କେଉଁ ଆଡେ ସେ ଯାଇଛନ୍ତି ତାହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ସନ୍ଦେହ ପ୍ରକାଶ ପାଇଛି।
ଅନୁଗୁଳୁ: ଖୁବଶୀଘ୍ର ନାଲକୋ ପ୍ଲାଣ୍ଟର ହେବ ବିକାଶ। ଏହାରି ମଧ୍ୟରେ ଅନୁଗୁଳ ନାଲ୍କୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପତ୍ର ଲେଖି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ .୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସଂପ୍ରସାରଣ […]
ପୃଥିବୀର ସର୍ବଶ୍ରେଷ୍ଠ ଜୀବ ହେଉଛି ମଣିଷ । ଇଶ୍ୱରଙ୍କ ସୃଷ୍ଟିରେ ଯେତେ ଜୀବଜନ୍ତୁ ଅଛନ୍ତି ନିଜର ବୁଦ୍ଧି,ବିବେକ ଥିବାରୁ ମଣିଷ ଏମାନଙ୍କ ଠାରୁ ନିଆରା ଓ ଶ୍ରେଷ୍ଠ । ତେବେ ସମାଜରେ ବସବାସ କରୁଥିବା କିଛି ମଣିଷ ନିଜର ବ୍ୟବହାର ଓ କାର୍ଯ୍ୟଶୈଳୀ ପାଇଁ ସାଧାରଣ ମଣିଷ ଠାରୁ ଭିନ୍ନ ହୋଇଥାନ୍ତି
ଖୁବଶୀଘ୍ର ଭାରତ ଓ ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ତାରିଖରୁ ଭାରତ-ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ତେବେ କରୋନାର ନୂଆ ଷ୍ଚ୍ରେନ ଆସୁଥିବା ପ୍ରଚାର ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଭାରତକୁ ଚଳାଚଳ କରୁଥିବା ସମସ୍ତ ବିମାନ ଉଡାଣକୁ ସ୍ଥଗିତ କରିଥିଲେ।
ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।
ଥମିବାରେ ନା ନେଉ ନାହିଁ ଚାଷୀ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିପୁର ସୀମାରେ ପୁଣି ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ ଆନ୍ଦୋଳନରେ ବସିଥିବା ଚାଷୀ ସ୍ଥାନୀୟ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଆଜିକାଲି ଦୁନିଆରେ ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର। ନିଜର ସୁନ୍ଦର ଚେହେରା ପାଇଁ କିଏ ବିୟୁଟି ପାର୍ଲର ଯାଉଛି ତ ଆଉ କିଏ ସିଧା କସମେଟିକ ସର୍ଜରୀର ସାହାଯ୍ୟ ନେଉଛି। ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଏବେ ଏହାର ସାହାଯ୍ୟ ନେଉଛନ୍ତି। ତେବେ ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା କି ଆପଣଙ୍କୁ ପୂରା ଆଶ୍ଚର୍ଯ୍ୟ ଓ ଚକିତ କରିଦେବ।
ଭିଜିଲାନ୍ସ ଜାଲରେ ଆଉ ଜଣେ PEO। ବଲାଙ୍ଗିର ସହରରେ ପଞ୍ଚମ ଦିନରେ ଭିଜିଲାନ୍ସ ଟିମର ରେଡ୍। ପୁଇଁତଳା ପଞ୍ଚାୟତ PEO ବିହାରିଲାଲ ବାରିକଙ୍କ ଘରେ ରେଡ୍ ଜାରି ରହିଛି। ଶାନ୍ତିପଡ଼ା ଘର ଓ ପୁଇଁତଳା ଅଫିସ ରେଡ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ଜାରି ରହିଛି।
ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦଳର ଏପରି ଶୋଚନୀୟ ଅବସ୍ଥା ସମୟରେ ଯଦି ରାହୁଲ ମଙ୍ଗ ଧରିବାକୁ ଅରାଜି ହେଉଛନ୍ତି ତେବେ ମଙ୍ଗ ଧରିବ କିଏ?
ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳକ ଦମ୍ପତ୍ତି ନିଜ ଇଚ୍ଛାଅନୁସାରେ ବଞ୍ଚିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ପୁରୁଷ ସାଥୀଙ୍କ ବିବାହ ବୟସ ହୋଇନାହିଁ ବୋଲି ବୋଲି, ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି। ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି। ତେବେ ଗାଡିରେ ଥିବା ଆଗ ୨ଟି ସିଟରେ ଏହି ଏୟାରବ୍ୟାଗ୍ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯାନବାହନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି।