ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟ ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ୪୩୬ଟି ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୬୮ ହଜାର ୭୪୩ ଜଣଙ୍କୁ ଟିକାକରଣ କରାଗଲାଣି।
ଆଉ ମାତ୍ର କିଛି ସମୟର ଅପେକ୍ଷା ରହିଛି। ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୦ଟା ବେଳେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ୭୭ ବର୍ଷୀୟ ଜୋ ବାଇଡେନ।
ଆରମ୍ଭରୁ କେଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୭ଟି ସ୍ଲାବରେ ୭.୫ରୁ ୨୬ ପ୍ରତିଶତ ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍। ବିନା ଆଲୋଚନାରେ ଏଭଳି ଫି ଛାଡ ନିଷ୍ପତ୍ତିକୁ କାଉଣ୍ଟର କରିବାକୁ ସଜବାଜ ବି ଆରମ୍ଭ କଲେଣି କିଛି ଘରୋଇ ସ୍କୁଲ୍।
ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା। ଏମିତିକି ନିଜର ଭିତ୍ତିଭୂମି ସଜାଡିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛି।
ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ
ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ପବିତ୍ର ସମ୍ପର୍କକକୁ ଭୁଲିଗଲା, ନିଜ ଝିଅକୁ ଦୁଷ୍କର୍ମ କଲା। ତେବେ ଲୋମହର୍ଷଣକାରୀ ଘଟଣା ଚଣ୍ଡୀଗଡ଼ରେ ଘଟିଥିବା ନେଇ ସୂଚନା ରହିଛି। ଥରେ ନୁହେଁ କି ୨ ଥର ନୁହେଁ ବରଂ ୭ ବର୍ଷ ହେଲା ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଜୋର ଧରିଛି।
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ବିହାର ସରକାରଙ୍କ ବଡ ଘୋଷଣା। ଏଣିକି ପୋଲିସ ବିଭାଗରେ ଚାକିରୀ ପାଇବେ କିନ୍ନର। ସିପାହୀ ଓ ଦାରୋଗା ପଦବୀରେ ସିଧାସଳଖ କିନ୍ନରଙ୍କୁ ଚାକିରି ମିଳିବ ବୋଲି ସୂଚନା ରହିଛି। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି।
୨୪ ଘଣ୍ଟାରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ରେ ସାମିଲ ହୋଇଛନ୍ତି
କରୋନା ବିରୋଧରେ ଭାରତର ମେଗା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି।
କରୋନା ମହାମାରୀ ବିରୋଧରେ ମାନବତାର ଲଢେଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୂତପୂୂର୍ବ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଥିବା ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର ।
ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୃର୍ଥ ଶେଣ୍ରୀ କର୍ମଚାରୀ ଟିକା ନେବା ପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଟିକା ନେଇଛନ୍ତି। କରୋନା ଯୋଦ୍ଧା ଭାବେ ଟିକାକରଣ ପ୍ରକ୍ରିୟାରେ ଗୁଲେରିଆଙ୍କ ସମେତ ଅନ୍ୟ ଡାକ୍ତର ବି ଟିକା ନେଇଛନ୍ତି
ମହାମାରୀ ବିରୋଧୀ ମହାକବଚ ପାଇଁ କାଲିଠୁ ଦେଶବ୍ୟାପୀ ମହାଅଭିଯାନର ପ୍ରଥମ ଦଫାରେ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ତେଣୁ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ସୂଚନା ରହିଛି।
ଆମେରିକାର ଅସଜଡା ଅର୍ଥନୀତିକୁ ସୁଧାରିବା ଲାଗି ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବାଇଡ଼େନ। ତେବେ ସେ ଶପଥ ନେବା ପରେ ହିଁ ସଙ୍ଗେ ସଙ୍ଗେ ଏହାକୁ ଆମେରିକୀୟ ସଂସଦରେ ପାରିତ କରାଯିବ ବୋଲି ସୂଚନା ରହିଛି
ତେବେ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଆଜି ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।
କରୋନା ମହାମାରୀ ମଧ୍ୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛଇ। ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି
ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।
ଲୋହ୍ରୀ ପର୍ବକୁ ବେଶ ଆନନ୍ଦଉଲ୍ଲାସର ସହ ପାଳନ କଲେ ସୀମାରେ କର୍ତ୍ତବ୍ୟରତ ଯବାନ। ନାଚ, ଗୀତ କରିବା ସହ ବେଶ ଉତ୍ସାହର ସହ ଯୱାନମାନେ ଏହି ପର୍ବ ପାଳନ କରିଛନ୍ତି। କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜାମ୍ମୁ ଓ କାଶ୍ମୀର ପୁଞ୍ଚ ଅଞ୍ଚଳରେ।
ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ନିତିଦିନ ହିଁ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ନାବାଳିକାଙ୍କ ମାଆ ସୌଦାମିନୀ। ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କଲବଲ କଲାଣି ବାର୍ଡ ଫ୍ଲୁ। ମହାମାରୀ ପରି ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ। କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ। ତେବେ ମିଳିଥିବା ସୂଚନା ଅନୁସାରେ, ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି।
ସବୁ ସୀମାକୁ ଟପିଗଲେ ଦୁର୍ବୃତ୍ତ। ଘଟାଇଲେ ନାରକୀୟ କାଣ୍ଡ। ମଣିଷ ଯେ, ରାକ୍ଷସ ସ୍ୱଭାବ ଦେଖାଇବା ତାହା କେହି କଳ୍ପନା ବି କରିନଥିଲେ। ଝାଡ଼ଖଣ୍ଡରେ ନିର୍ଭୟା କାଣ୍ଡର ହେଲା ପୁନରାବୃତ୍ତି। ଶୌଚ ହେବାକୁ ଯାଇଥିବା ଜଣେ ୫୦ବର୍ଷୀୟ ବିଧବା ମହିଳା ଗଣଦୁଷ୍କର୍ମର ହୋଇଛନ୍ତି ଶିକାର।