ଆମେରିକାର ଅସଜଡା ଅର୍ଥନୀତିକୁ ସୁଧାରିବା ଲାଗି ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବାଇଡ଼େନ। ତେବେ ସେ ଶପଥ ନେବା ପରେ ହିଁ ସଙ୍ଗେ ସଙ୍ଗେ ଏହାକୁ ଆମେରିକୀୟ ସଂସଦରେ ପାରିତ କରାଯିବ ବୋଲି ସୂଚନା ରହିଛି
ତେବେ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଆଜି ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।
କରୋନା ମହାମାରୀ ମଧ୍ୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛଇ। ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି
ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।
ଲୋହ୍ରୀ ପର୍ବକୁ ବେଶ ଆନନ୍ଦଉଲ୍ଲାସର ସହ ପାଳନ କଲେ ସୀମାରେ କର୍ତ୍ତବ୍ୟରତ ଯବାନ। ନାଚ, ଗୀତ କରିବା ସହ ବେଶ ଉତ୍ସାହର ସହ ଯୱାନମାନେ ଏହି ପର୍ବ ପାଳନ କରିଛନ୍ତି। କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜାମ୍ମୁ ଓ କାଶ୍ମୀର ପୁଞ୍ଚ ଅଞ୍ଚଳରେ।
ନୟାଗଡ଼ ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ନିତିଦିନ ହିଁ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ନାବାଳିକାଙ୍କ ମାଆ ସୌଦାମିନୀ। ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କଲବଲ କଲାଣି ବାର୍ଡ ଫ୍ଲୁ। ମହାମାରୀ ପରି ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ। କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର କାୟା ବିସ୍ତାର କରୁଛି ଏହି ରୋଗ। ତେବେ ମିଳିଥିବା ସୂଚନା ଅନୁସାରେ, ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି।
ସବୁ ସୀମାକୁ ଟପିଗଲେ ଦୁର୍ବୃତ୍ତ। ଘଟାଇଲେ ନାରକୀୟ କାଣ୍ଡ। ମଣିଷ ଯେ, ରାକ୍ଷସ ସ୍ୱଭାବ ଦେଖାଇବା ତାହା କେହି କଳ୍ପନା ବି କରିନଥିଲେ। ଝାଡ଼ଖଣ୍ଡରେ ନିର୍ଭୟା କାଣ୍ଡର ହେଲା ପୁନରାବୃତ୍ତି। ଶୌଚ ହେବାକୁ ଯାଇଥିବା ଜଣେ ୫୦ବର୍ଷୀୟ ବିଧବା ମହିଳା ଗଣଦୁଷ୍କର୍ମର ହୋଇଛନ୍ତି ଶିକାର।
ଦିଦିଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ। ଆଉ ମାତ୍ର କେତେ ମାସ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ବର୍ଦ୍ଧମାନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କରିଛନ୍ତି ରୋଡ୍ ସୋ। ବୀରହାଟ ୱାଚ୍ ଟାଓ୍ୱାରରୁ ସହରର କର୍ଜନ ଗେଟ୍ ପର୍ଯ୍ୟନ୍ତ ଏହି ବିଶାଳ ରୋଡ୍ ସୋର ଆୟୋଜନ କରାଯାଇଥିଲା
ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। […]
ବାଲାକୋଟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ ୩ ଶହ ଆତଙ୍କବାଦୀ। ତେବେ ଏନେଇ ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ଆଘା ହିଲାଲି ମାନିଛନ୍ତି। ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକରେ କାହାର ପ୍ରାଣ ଯାଇନି ବୋଲି ଯୁକ୍ତି ରଖୁଥିବା ଏହି କୁଟନୀତିଜ୍ଞ ଏବେ ଏକ ଟିଭି ଡିବେଟରେ ଭାଗ ନେଇ ୩ଶହ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।
ଜଣେ ରୋଜଗାରିଆ ସ୍ୱାମୀଠୁ କମ୍ ମୂଲ୍ୟବାନ ନୁହେଁ ତାଙ୍କ ଗୃହିଣୀ ପତ୍ନୀଙ୍କ ଜୀବନ। ଅଫିସ୍ ଯାଉଥିବା ସ୍ୱାମୀ ଭଳି ଘର ଚଳାଉଥିବା ସ୍ତ୍ରୀଙ୍କର ଜୀବନ ବି ସମ ପରିମାଣରେ ମୂଲ୍ୟବାନ। ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ଦମ୍ପତିଙ୍କ ପରିଜନଙ୍କୁ ବୀମାରାଶି ପ୍ରଦାନ ସମ୍ପର୍କିତ ମାମଲାର ବିଚାର ବେଳେ ଏଭଳି କହିଛନ୍ତି ସର୍ବୋଚ୍ଚ କୋର୍ଟ।
ଜାକର୍ତ୍ତା : ଇଣ୍ଡୋନେସିଆ ପୁଣି ନିଖୋଜ ହୋଇଗଲା ବିମାନ। ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଡୋନେସିଆରେ ବିମାନ ନିଖୋଜ, କାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ#Indonesia #SriwijayaAirflight pic.twitter.com/LtV53Iua31 — ଓଟିଭି (@otvkhabar) January 9, 2021 ତେବେ ଜାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିମାନରେ […]
କରୋନା ମହାମାରୀ ନାଁ ଶୁଣିଲେ ଆମେ ସମସ୍ତେ ସାଧାରଣ ଭାବରେ ଚିନ୍ତା କରନ୍ତି। କାରଣ ଏହି ମହାମାରୀ ଏତେ ଭୟଙ୍କର ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଆମେ ସମସ୍ତେ ଡରିବା ସ୍ୱାଭାବିକ କଥା।
କରୋନା ଟିକାକରଣର ପୂର୍ବରୁ ଆସନ୍ତାକାଲି ଦେଶର ପ୍ରାୟ ୭ଶହ ଜିଲ୍ଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଡ୍ରାଏ ରନ୍ ହେବ। କେଉଁ କେଉଁ ସ୍ତର ଦେଇ ତୃଣମୂଳ ସ୍ତରରେ ଟିକା ପହଞ୍ଚାଯିବ ସେ ନେଇ ବିସ୍ତୃତ ଯୋଜନା କରାଯାଇଛି।
ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେବଳ ଗଣଦୁଷ୍କର୍ମ ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ତେବେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦଫାରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି।
ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ ସିଗନାଲ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। କିନ୍ତୁ ଏହି ଭବ୍ୟ ଭବନ ତିଆରି କରିବା ଲାଗି ଅନୁମତି ଦେବା ପରେ ବି କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି। ଜମିକୁ ନେଇ ବିବାଦ ଥିବାରୁ ନୂଆ ସଂସଦ ଭବନର ନିର୍ମାଣ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।
ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ହତ୍ୟା ମାମଲାରେ ପୋକ୍ସେ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ। ସରୋଜ ସେଠୀଙ୍କୁ ଏସଆଇଟି କୋର୍ଟରେ ହାଜର କରାଇଥିବା ନେଇ ସୂଚନା ମିଳିଛି
ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ ଦିନ ଟାର୍ଗେଟ କରିବାରେ ବ୍ୟସ୍ତ ବିରୋଧୀ। ସୀମାରେ ଚାଷୀ ମୃତ୍ୟୁକୁ ନେଇ ହେଉ କିମ୍ବା ଆଇନ ପରିବର୍ତ୍ତନ ଲାଗି କେନ୍ଦ୍ର ମନାକରିବା କଥା ହେଉ। କେନ୍ଦ୍ରକୁ ଷଣ୍ଢୁଆସି ଆକ୍ରମଣ କରିବାର କୌଣସି ବାଟ ଛାଡୁନାହାନ୍ତି ବିରେଧୀ। ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି। ଉଭୟ ନେତା କହିଛନ୍ତି […]
କୁଆଡେ ଗଲେ ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଡ ଗ୍ରୁପର ମାଲିକ ? ପାଖାପାଖି ୨ ମାସ ହେବ ସେ ନିଖୋଜ ଥିବା ନେଇ ଜାତୀୟ ଗଣାମଧ୍ୟମରେ ପ୍ରକାଶ ପାଇଛି। ଶହେ ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ମାଲିକ ହଠାତ୍ କେଉଁ ଆଡେ ନିଖୋଜ ହୋଇଥିବା ଘଟଣାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କେଉଁ ଆଡେ ସେ ଯାଇଛନ୍ତି ତାହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ସନ୍ଦେହ ପ୍ରକାଶ ପାଇଛି।
ଅନୁଗୁଳୁ: ଖୁବଶୀଘ୍ର ନାଲକୋ ପ୍ଲାଣ୍ଟର ହେବ ବିକାଶ। ଏହାରି ମଧ୍ୟରେ ଅନୁଗୁଳ ନାଲ୍କୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପତ୍ର ଲେଖି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ .୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସଂପ୍ରସାରଣ […]