• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

republic-of-india-map-on-national-flag-colors_MJ9r09_d_SB_PM
ଆମେ କାହିଁକି ପାଳନ କରୁ ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା ।  ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ […]

  • Wednesday, 14 July 2021
money
ପୁରୁଣା ନୋଟ୍ ବନ୍ଦ ହେବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲା ଆରବିଆଇ

ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। କହିଲା, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କଲା ଆରବିଆଇ, ଖୁବ୍ ଶୀଘ୍ର ପୁରୁଣା ନୋଟ୍ ଅଚଳ ହେଉଥିବା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା।

  • Wednesday, 14 July 2021
Capture
୩୨ ଜଣ ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ମେଧାବୀ ଅନ୍ୱେଶ ଶୁଭମ୍ ପ୍ରଧାନ। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Wednesday, 14 July 2021
pmmodi
ମୋଦିଙ୍କୁ WHO ନିର୍ଦ୍ଦେଶକଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ

  • Wednesday, 14 July 2021
vaccine
ସ୍ୱଦେଶୀ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ-ପ୍ରଧାନମନ୍ତ୍ରୀ

ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି

bjp-protest
ସରକାରଙ୍କୁ ୭୨ ଘଣ୍ଟିଆ ମହଲତ ଦେଲା ବିଜେପି

ଧାନ ସଂଗ୍ରହର ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ର କଲା ବିଜେପି। ଗତକାଲି ରାତି ସାରା ଦଳୀୟ ନେତା ଥାନାରେ ବସି ରହିବା ପରେ ଥାନା ବାହାରେ ପୋଲିସ୍ ସହ ଦଳୀୟ କର୍ମୀ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।

  • Wednesday, 14 July 2021
farmer-111
ବୈଠକ ପରେ ବି ବାହାରିଲା ନାହିଁ କୌଣସି ନିସ୍କର୍ଷ

ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରି ପାରିନଥିବା ଜଣାଯାଇଛି।

  • Wednesday, 14 July 2021
gambhir
ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି

  • Wednesday, 14 July 2021
fine-1
କିନ୍ନର କାଟିବେ ପାର୍କିଂ ଚାଲାଣ: ଜାଣନ୍ତୁ କେଉଁ ସ୍ଥାନରେ କାଟିବେ ଚାଲାଣ

ଭୁବନେଶ୍ୱର : ରାଜଧାନୀରେ କିନ୍ନର କାଟିବେ ପାର୍କିଂ ଚାଲାଣ । ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଏରିଆରେ ଚାଲାଣ କାଟିବାକୁ ଅନୁମତି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ […]

  • Wednesday, 14 July 2021
fire
ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ନିଆଁରେ ପୋଡ଼ି ୫ ଜଣଙ୍କ ମୃତ୍ୟୁ

ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି।

  • Wednesday, 14 July 2021
corona
ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟ ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ୪୩୬ଟି ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୬୮ ହଜାର ୭୪୩ ଜଣଙ୍କୁ ଟିକାକରଣ କରାଗଲାଣି।

  • Wednesday, 14 July 2021
Biden
କିଛି ସମୟ ପରେ ନୂଆ ରାଷ୍ଟ୍ରପତି ପାଇବ ଆମେରିକା

ଆଉ ମାତ୍ର କିଛି ସମୟର ଅପେକ୍ଷା ରହିଛି।  ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୦ଟା ବେଳେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ୭୭ ବର୍ଷୀୟ ଜୋ ବାଇଡେନ।

  • Wednesday, 14 July 2021
school
ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍

ଆରମ୍ଭରୁ କେଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୭ଟି ସ୍ଲାବରେ ୭.୫ରୁ ୨୬ ପ୍ରତିଶତ ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍। ବିନା ଆଲୋଚନାରେ ଏଭଳି ଫି ଛାଡ ନିଷ୍ପତ୍ତିକୁ କାଉଣ୍ଟର କରିବାକୁ ସଜବାଜ ବି ଆରମ୍ଭ କଲେଣି କିଛି ଘରୋଇ ସ୍କୁଲ୍।

  • Wednesday, 14 July 2021
china
ଭୟଭୀତ ଚୀନ୍ ! ସାମ୍ନାରୁ ନୁହେଁ ବରଂ ପଛରୁ ଆକ୍ରମଣ କରିବାକୁ କରୁଛି କି ଚେଷ୍ଟା?

ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା। ଏମିତିକି ନିଜର ଭିତ୍ତିଭୂମି ସଜାଡିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛି।

  • Wednesday, 14 July 2021
baiden
ଆସନ୍ତାକାଲି ଶପଥ ନେବେ ବାଇଡେନ୍

ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ

  • Wednesday, 14 July 2021
Rape
ନିଜ ଝିଅ ସହ ୭ ବର୍ଷ ହେଲାଣି ଦୁଷ୍କର୍ମ କରୁଥିଲା ବାପା

ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ପବିତ୍ର ସମ୍ପର୍କକକୁ ଭୁଲିଗଲା, ନିଜ ଝିଅକୁ ଦୁଷ୍କର୍ମ କଲା। ତେବେ ଲୋମହର୍ଷଣକାରୀ ଘଟଣା ଚଣ୍ଡୀଗଡ଼ରେ ଘଟିଥିବା ନେଇ ସୂଚନା ରହିଛି। ଥରେ ନୁହେଁ କି ୨ ଥର ନୁହେଁ ବରଂ ୭ ବର୍ଷ ହେଲା ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଜୋର ଧରିଛି।

  • Wednesday, 14 July 2021
tandav
ତାଣ୍ଡବକୁ ନେଇ ନିର୍ମାତା କ୍ଷମା ମାଗିଲା ପରେ ବି ଥମୁନାହିଁ ବିବାଦ

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ୱେବ୍‌ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ।  ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

  • Wednesday, 14 July 2021
Farmer
କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ- ସୁପ୍ରିମକୋର୍ଟ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

  • Wednesday, 14 July 2021
Bihar
ନୀତିଶ ସରକାରଙ୍କ ବଡ଼ ଘୋଷଣା: କିନ୍ନର ପାଇବେ ପୋଲିସ ଚାକିରି

ବିହାର ସରକାରଙ୍କ ବଡ ଘୋଷଣା। ଏଣିକି ପୋଲିସ ବିଭାଗରେ ଚାକିରୀ ପାଇବେ କିନ୍ନର। ସିପାହୀ ଓ ଦାରୋଗା ପଦବୀରେ ସିଧାସଳଖ କିନ୍ନରଙ୍କୁ ଚାକିରି ମିଳିବ ବୋଲି ସୂଚନା ରହିଛି। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି।

  • Wednesday, 14 July 2021
Corona
ସଂଖ୍ୟା କମୁଛି କିନ୍ତୁ ଚିନ୍ତା କମୁନି....୨୪ ଘଣ୍ଟାରେ ୧୮୩ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

  • Wednesday, 14 July 2021
biden
ବାଇଡ଼େନଙ୍କ ଟିମରେ ସାମିଲ ହେଲେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ

ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,  କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍‌ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି

  • Wednesday, 14 July 2021
corona
ଆଜିଠୁ ଦେଶରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ

କରୋନା ବିରୋଧରେ ଭାରତର ମେଗା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି।

  • Wednesday, 14 July 2021
Dharmendra
"ମୋଦିଙ୍କ ନେତୃତ୍ୱରେ ସଫା ହେବ କରୋନା"

କରୋନା ମହାମାରୀ ବିରୋଧରେ ମାନବତାର ଲଢେଇରେ ଆଜିର ଦିନ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସ ପାଇଁ ଏକ ଅଭୂତପୂୂର୍ବ କ୍ଷଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ କରୋନାକୁ ସମାପ୍ତ କରିବା ପାଇଁ ଆଜି ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଥିବା ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର ।

  • Wednesday, 14 July 2021
bmpr-live-7am
ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ

ଦିଲ୍ଲୀ ଏମ୍ସରୁ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୃର୍ଥ ଶେଣ୍ରୀ କର୍ମଚାରୀ ଟିକା ନେବା ପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଟିକା ନେଇଛନ୍ତି। କରୋନା ଯୋଦ୍ଧା ଭାବେ ଟିକାକରଣ ପ୍ରକ୍ରିୟାରେ ଗୁଲେରିଆଙ୍କ ସମେତ ଅନ୍ୟ ଡାକ୍ତର ବି ଟିକା ନେଇଛନ୍ତି

  • Wednesday, 14 July 2021
corona
ଆସନ୍ତାକାଲିଠୁ ଦିଆଯିବ କରୋନା ଟିକା...ଜାଣନ୍ତୁ କିଏ କିଏ ନେବେ ଟିକା?

ମହାମାରୀ ବିରୋଧୀ ମହାକବଚ ପାଇଁ କାଲିଠୁ ଦେଶବ୍ୟାପୀ ମହାଅଭିଯାନର ପ୍ରଥମ ଦଫାରେ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ତେଣୁ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ସୂଚନା ରହିଛି।

  • Wednesday, 14 July 2021