ସୋସିଆଲ ମିଡ଼ିଆରେ ନିଜ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେୟାର ହୋଇଥିବା ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍ ଖୁସି ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ‘ଭମିକା’ ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି
ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ସେ କେଉଁ ଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଗତବର୍ଷ ଜାନୁଆରୀ ୨୫ ତାରିଖରେ କିମଙ୍କ ପତ୍ନୀ କିମଙ୍କ ସହ ଦେଖାଯାଇଥିଲେ।
: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩୨ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ହୋଇଛନ୍ତି
ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ଘଟଣାର ଏନ୍ଏସଜି ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନଏସଜିର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହା କେଉଁ ପ୍ରକାର ବିସ୍ଫୋରଣ ଏବଂ କେତେ ଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏନଏସିଜି
ଆଜି ୨ ମିନିଟ୍ ଲାଗି ବନ୍ଦ ହୋଇଯିବ ଦେଶ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସକାଳ ୧୧ଟା ବେଳେ ୨ ମିନିଟ୍ ଲାଗି ପୂରା ଦେଶ ଚୁପ୍ ରହିବ। ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ସାଇରନ୍ ବଜାଇ ୧୦.୫୯ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଫୁଟାଇ ବାର୍ତ୍ତା ଦିଆଯିବ ବୋଲି ଜଣାଯାଇଛି।
କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି। ଏନଆଇଏ, ଏଟିଏସ୍, ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ଛାନଭିନ୍ ଚଳାଇଛନ୍ତି।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ଏନଆଇଏ। ବିସ୍ଫୋରଣ ହୋଇଥିବା ସ୍ଥାନରୁ ଏକ ଲଫାପା ମଧ୍ୟ ମିଳିଛି।ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି । ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଥିବା ନେଇ ସୂଚନା ମଧ୍ୟ ରହିଛି।
ଏବେ ବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା। ଝରାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ? ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି।
ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ।
ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି।
ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର ସରକାର। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା । ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ […]
ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। କହିଲା, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କଲା ଆରବିଆଇ, ଖୁବ୍ ଶୀଘ୍ର ପୁରୁଣା ନୋଟ୍ ଅଚଳ ହେଉଥିବା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା।
ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ମେଧାବୀ ଅନ୍ୱେଶ ଶୁଭମ୍ ପ୍ରଧାନ। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ
ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି
ଧାନ ସଂଗ୍ରହର ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ର କଲା ବିଜେପି। ଗତକାଲି ରାତି ସାରା ଦଳୀୟ ନେତା ଥାନାରେ ବସି ରହିବା ପରେ ଥାନା ବାହାରେ ପୋଲିସ୍ ସହ ଦଳୀୟ କର୍ମୀ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।
ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରି ପାରିନଥିବା ଜଣାଯାଇଛି।
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି
ଭୁବନେଶ୍ୱର : ରାଜଧାନୀରେ କିନ୍ନର କାଟିବେ ପାର୍କିଂ ଚାଲାଣ । ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଏରିଆରେ ଚାଲାଣ କାଟିବାକୁ ଅନୁମତି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ […]
ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି।