• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

president
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇପଡ଼ିଥିବା ସୂଚନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲକୁ ଆଜି ସକାଳେ ରାଷ୍ଟ୍ରପତି ଚେକ୍ଅପ୍ ପାଇଁ ଯାଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍‌ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି। President Ram Nath Kovind visited Army Hospital (R&R) following chest discomfort this morning. He is undergoing routine check-up and […]

  • Tuesday, 13 July 2021
rem
ରେମ୍‌ଡେସିଭିରର ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ

ନୂଆଦିଲ୍ଲୀ : ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଭିତରେ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏଁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତ କେନ୍ଦ୍ର ସରକାର । ଅନ୍ୟପଟେ ଏହି ଔଷଧକୁ କରୋନାର ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ […]

  • Tuesday, 13 July 2021
gold price
କମିଲା ସୁନା ଦର, ୩ ମାସରେ ୫ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ […]

bank
ଆସନ୍ତାକାଲି ଠାରୁ ଲଗାତାର ୬ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୂରା ତାଲିକା . .

ନୂଆଦିଲ୍ଲୀ : ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଥିଲେ, ଆଜି ଭିତରେ କାମ ଶେଷ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ କରିବାକୁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକର ଲମ୍ବା ଛୁଟି ରହିଛି । ଏଥିସହିତ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ବ୍ୟାଙ୍କ ଧର୍ମଘଟକୁ ଧମକ ଦେଇଛନ୍ତି। ଯଦି ACE ରେ ଧର୍ମଘଟ ହୁଏ, ତେବେ ବ୍ୟାଙ୍କିଂ […]

subarnapur
ସୁବର୍ଣ୍ଣରେଖା ମୁହାଁଣରେ କେବେ ନିର୍ମାଣ ହେବ ବନ୍ଦର ?

ବିସ୍ଥାପିତ ହେବା ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ: ବୁଦ୍ଧିଜୀବୀ ବାଲିଆପାଳ(ଅଜିତ୍ ଦାସ ଓ ରଶ୍ମିରଞ୍ଜନ ଦାସ) : ସୁବର୍ଣ୍ଣରେଖା ମୁହାଁଣରେ ନିର୍ମାଣ ହେବ ଓଡିଶାର ଆଉ ଏକ ବନ୍ଦର ବନ୍ଦର । ଭିତ୍ତିପ୍ରସ୍ତର ସ୍ଥାପନ କରି ଆସନ୍ତା ୪ ରୁ ୫ ବର୍ଷ ଭିତରେ ବନ୍ଦର କାର୍ଯ୍ୟ କ୍ଷମ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବନ୍ଦର କାମ ବଢିପାରୁନି […]

  • Tuesday, 13 July 2021
corona
ଦିନକରେ ଦେଢ଼ ଲକ୍ଷ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ମହାମାରୀ ନେଲା ୮୩୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ ଆଜି ଦେଢ଼ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ ।  ସେହିଭଳି ଗତକାଲି ଅପେକ୍ଷା ଆଜି ବି ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଦିନକରେ ୮୩୯ ଜଣ […]

  • Tuesday, 13 July 2021
business man
୨ ମାସର ଝିଅ ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା

ସୁରତ: ଘରକୁ ଲକ୍ଷ୍ନୀ ଆସିବା ଖୁସିରେ ଅର୍ଥାତ୍‌ ଝିଅ ଜନ୍ମ ହେବା ଖୁସିରେ ଆତ୍ମବିଭୋର ହୋଇ ଦୁଇ ମାସର ଝିଅକୁ ଉପହାର ଦେବା ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଗୁଜରାଟ ସୁରତର ସରଥାଣା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ କଥୋରିୟା ନିଜ ୨ ମାସର ଝିଅ ନିତ୍ୟାଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି। ଜହ୍ନରେ ଜାଗା କିଣିବା ପାଇଁ ସେ ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍‌ […]

  • Tuesday, 13 July 2021
verginity test
ସତୀତ୍ୱ ପରୀକ୍ଷାରେ ଫେଲ ହେଲେ ମହିଳା : ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ନିର୍ଦ୍ଦେଶ ଦେଲା ପଞ୍ଚାୟତ

କୋହ୍ଲାପୁର : ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ କାମ କରିବା ସହ ଘର କଥା ବୁଝୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମହାକାଶରେ ପହଞ୍ଚିଥିବା ମହିଳା ଆଜି ବି ସମାଜରେ ଉପକ୍ଷେତି ଆଉ ଅବହେଳିତ । ନାରୀ ଅଧିକାର କଥା କହୁଥିବା ଦେଶରେ ଏବେ ବି ହେଉଛି ସତୀତ୍ୱ ପରୀକ୍ଷା । ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀଙ୍କୁ ବିବାହ ପରେ ଉଭୟଙ୍କର ସ୍ୱାମୀ […]

  • Tuesday, 13 July 2021
school dropout
ସ୍କୁଲ ପାଠ ଶେଷ କରିନାଆନ୍ତି, କିନ୍ତୁ ଏବେ ଦେଶର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ  ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ ଚେସ୍ ଖେଳିଆ ଆରମ୍ଭ  କରିଦେଇଥିଲେ ।  ମାତ୍ର ୧୪ ବର୍ଷ ବୟସରେ ସାଙ୍ଗସାଥୀ ମେଳରେ ପୁରୁଣା ମୋବାଇଲ୍ କିଣାବିକାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ତାଙ୍କ […]

  • Tuesday, 13 July 2021
vaccine
ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଚାଲିବ ଟିକା ଉତ୍ସବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ  ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ  ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା […]

  • Tuesday, 13 July 2021
cinema hall
ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା ।  ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ […]

  • Tuesday, 13 July 2021
kashivishwanath
ଭୟ ସୃଷ୍ଟି କରୁଛି ସଂକ୍ରମଣ : କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା

ବାରାଣାସୀ : ଧର୍ମନଗରୀ ବାରାଣାସୀରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥର ପୂର୍ବାପେକ୍ଷା କମ  ସମୟ ମଧ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ ମନ୍ଦିର ଓ ମଠ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଆସ୍ଥାର କେନ୍ଦ୍ର କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହରେ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି । ନୂଆ କଟଟଣା […]

  • Tuesday, 13 July 2021
prasant
ବିଜେପି ହାତେଇବ ପଶ୍ଚିମବଙ୍ଗ ?

କୋଲକାତା : ଭାଙ୍ଗିବ କି ଟିଏମସି ଗଡ଼ ? ପଶ୍ଚିମବଙ୍ଗରେ ବିଜୟୀ ହେବ କି ଭାରତୀୟ ଜନତା ପାର୍ଟି ? ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କ୍ଲ‍ବ ହାଉସ୍ ଆପ ଜରିଆରେ କିଛି ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡିଓରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସ୍ୱୀକାର କରିଛନ୍ତି, ପଶ୍ଚିମବଙ୍ଗରେ ବିଜପି ବିଜୟୀ ହେବ । ଗେରୁଆ ରଙ୍ଗରେ ରଙ୍ଗୀନ ହେବ […]

  • Tuesday, 13 July 2021