• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm-modi
'କେହି ଆମକୁ ଆଖି ଦେଖାଇ ପାରିବେନି'

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ନିକଟରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଯାହା ପରେ ଚୀନ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ମୋଦି ଚୀନ୍ ଉପରେ ବର୍ଷିଥିବା ବେଳେ ଭାରତୀୟ ସେନାକୁ ସଲାମ୍ କରିଛନ୍ତି। ମୋଦି କହିଛନ୍ତି, “ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ପୋଷ୍ଟ କାହାରି କବଜାରେ ନାହିଁ। ଆମର ଇଞ୍ଚେ ବି ଜମି ଉପରେ […]

mp-mla
କରୋନା ଆକ୍ରାନ୍ତ ବିଧାୟକ ଦେଲେ ଭୋଟ୍

ଭୋପାଳ: ଗୋଟିଏ ପଟେ କରୋନାଭାଇରସ୍ ଏବଂ ଅନ୍ୟପଟେ ରାଜ୍ୟସଭାର ୨୪ଟି ଆସନ ପାଇଁ ଶୁକ୍ରବାର ଭୋଟିଂ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କରୋନାଭାଇରସ୍ ଭଳି ମହାମାରୀ ରୋଗ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରି ନାହିଁ। କରୋନାରେ ଆକ୍ରାନ୍ତ ଥିବା କଂଗ୍ରେସର ବିଧାୟକ କୁନାଲ୍ ଚୌଧୁରୀ ରାଜ୍ୟସଭା ଭୋଟ୍ ଦେବାକୁ ଭୋପାଳସ୍ଥିତ ବିଧାନସଭାରେ ପହଞ୍ଚିଥିଲେ। କରୋନା ଆକ୍ରାନ୍ତ ଥିବା ବିଧାୟକ କୁନାଲ କରୋନାଙ୍କର ଏବେ ଚିକିତ୍ସା ଚାଲିଛି। ପ୍ରାୟ ୨୦୫ଜଣ ବିଧାୟକ ମତଦାନ ଦେବା ପରେ […]

two
ଭାରତୀୟ ଦୂତାବାସର ୨ କର୍ମଚାରୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ପୋଲିସ ହେପାଜତରେ ଥିବା ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସର ୨ କର୍ମଚାରୀ ମୁକ୍ତ। ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। ତେବେ ଏନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ଭାରତୀୟ ହାଇକମିଶନ ପକ୍ଷରୁ ଦୁଇ କର୍ମଚାରୀ ନିଖୋଜ ନେଇ ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମଚାରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନ। ତେବେ […]

  • Wednesday, 14 July 2021
sushanta
ପଞ୍ଚଭୂତରେ ଲୀନ ହେଲେ ଅଭିନେତା ସୁଶାନ୍ତ ସିଂ

ମୁମ୍ୱାଇ: ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା। ବଲିଉଡର ଅନେକ କଳାକାର ମେଡିକାଲରେ ପହଞ୍ଚି ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ  ସୁଶାନ୍ତଙ୍କ ଶରୀରକୁ ଶୋଭାଯାତ୍ରାରେ ଭିର୍ଲେପାର୍ଲେସ୍ଥିତ ଶ୍ମଶାନଘାଟକୁ […]

  • Wednesday, 14 July 2021
naveen
ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶ ସ୍ତବ୍ଧ। ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହୁ ରାଜନେତା ଶୋକପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ସଫଳ ଯୁବ ଅଭିନେତା ଏତେଶୀଘ୍ର ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ, ଟେଲିଭିଜନ ଓ ଫିଲ୍ମରେ ସେ ଅନେକ ସଫଳତା ସାଉଁଟିଛନ୍ତି, ତାଙ୍କର ବହୁ ସ୍ମରଣୀୟ ଅଭିନୟ ଅନେକଙ୍କୁ ପ୍ରେରଣା ଦେଇଛି। […]

  • Wednesday, 14 July 2021