ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ରେ ଦୀପାବଳି ଉତ୍ସବ ପାଳନ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। ଏହାସହ ଭାରତୀୟ ଓ ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବରେ ଆମେରିକା ସରକାରଙ୍କ ୨୪ରୁ ଅଧିକ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ରାଷ୍ଟ୍ରଦୂତ ନବତେଜ ସିଂହ ସରନା ଏବଂ ସ୍ତ୍ରୀ ଅବିନା ସରନାଙ୍କ ସମେତ ଦୂତାବାସ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ରାଫେଲ ଦୁର୍ନୀତି ମାମଲାର ଶୁଣାଣି ଜାରି ରହିଛି। ଜଷ୍ଟିସ ଗୋଗୋଇ, ଜଷ୍ଟିସ ଏସ. କେ. କୌଲ ଏବଂ ଜଷ୍ଟିସ କେ. ଏମ୍. ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏହି ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ପୂର୍ବରୁ କେନ୍ଦ୍ର ସରକାର ରାଫେଲ କିଣାଯିବା ନେଇ ସୂଚନା ସଂସଦରେ ଉପସ୍ଥାପନ କରିସାରିଛନ୍ତି। ବିମାନର ଦାମ୍ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏଣୁ ଏବେ ଏହାର […]