ନୂଆଦିଲ୍ଲୀ: ଆଜି ଦିନିକିଆ ବ୍ୟାଙ୍କ୍ ଧର୍ମଘଟ ଡାକରା ଦିଆଯାଇଛି। ଦରମା ସଂଶୋଧନ ଦାବି ଏବଂ ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ୍ ପକ୍ଷରୁ ଦେଶବ୍ୟାପୀ ଏହି ଧର୍ମଘଟ ଡାକରା ଦିଆଯାଇଛି। ଗତକାଲି ବଡ଼ଦିନ ଯୋଗୁ ବ୍ୟାଙ୍କ୍ ଛୁଟି ଥିବାରୁ ଆଜି ପୁଣି ଧର୍ମଘଟ ଫଳରେ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୯ଟି ସଂଘ ଏହି ଧର୍ମଘଟରେ ସାମିଲ […]
ନୂଆଦିଲ୍ଲୀ: ଥଣ୍ଡାର ପ୍ରଭାବରେ ଥରୁଛି ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀ ସମେତ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଶୀତର ଲହରୀ ଲାଗି ରହିଛି। ବଢ଼ୁଥିବା ଶୀତର ପ୍ରଭାବରେ ଏହି ସବୁ ରାଜ୍ୟରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଦିଲ୍ଲୀରେ ପାରଦ ୩ ଡିଗ୍ରୀରୁ ତଳକୁ ଖସିଛି। ଫଳରେ ଲୋକେ ଘରୁ ବାହାରିବା ଏକରକମ ମୁସ୍କିଲ୍ ହୋଇପଡ଼ିଛି। ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଯାତାୟତରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। କେବଳ ଦିଲ୍ଲୀ ନୁହେଁ ଏହାର ଆଖପାଖ […]
ପୂଜା ବଜାରରେ ଡବଲ୍ ଧମାକା କରିବ ତରଙ୍ଗ ସିନେ ପ୍ରଡ଼କ୍ସନ୍ସ। ଲଭ୍, ରୋମାନ୍ସ, କମେଡି ଅାଉ ଅାକ୍ସନରେ କମ୍ପିବ ସିଲଭର୍ ସ୍କ୍ରିନ୍ । ଅାସନ୍ତାକାଲି ପରଦାକୁ ଅାସୁଛି ଅନୁଭବ ଷ୍ଟାର୍ର ଅାକ୍ସନ ମୁଭି ‘ପ୍ରେମ କୁମାର’ ଏବଂ ଚକୋଲେଟ୍ ବୟ ବାବୁସାନଙ୍କ ‘ଶ୍ରୀମାନ ସୁର୍ ଦାସ’ । କମେଡିରେ ଭରପୁର ‘ଶ୍ରୀମାନ୍ ସୁରଦାସ’ରେ ଲିଡ୍ରେ ନଜର ଅାସିବେ ବାବୁସାନ ଓ ଭୂମିକା । ସିନେମାରେ ଡ୍ୟାନ୍ସ ଟିଚର ଭାବେ ଭୂମିକା ଏବଂ ମେଲୋଡି ଅାଙ୍କର ଭାବେ ବାବୁସାନଙ୍କ […]
ବେଙ୍ଗାଲୁରୁ : ସ୍କୁଲ ଭିତରେ ପ୍ରିନ୍ସପାଲ୍ଙ୍କୁ ହତ୍ୟା । ତାହା ପୁଣି ସର୍ବ ସମ୍ମୁଖରେ । ଏପରି କିଛି ଘଟଣା ଏବେ ଚହଳ ସୃଷ୍ଟି କରିଛି ବେଙ୍ଗାଲୁରୁରେ । ଦକ୍ଷିଣପଶ୍ଚିମ ବେଙ୍ଗାଲୁରୁର ହାଭାନୁର୍ ପବ୍ଲିକ୍ ସ୍କୁଲରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଜମି ବିବାଦକୁ କେନ୍ଦ୍ର କରି ହତ୍ୟା ହୋଇଥିବା କୁହାଯାଉଛି । ଗତକାଲି ଅତିରିକ୍ତ କ୍ଲାସ୍ ପାଇଁ ସ୍କୁଲ ଯାଇଥିଲେ ପ୍ରିନ୍ସିପାଲ୍ । ତେବେ ସ୍କୁଲ୍ର ଜମିକୁ ନେଇ ବିଗତ କିଛି ବର୍ଷ ଧରି […]
ନୂଆଦିଲ୍ଲୀ : #MeToo ଅଭିଯାନରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ. ଅାକବରଙ୍କ କାଉଣ୍ଟର୍ ଅାଟାକ୍। ସାମ୍ବାଦିକ ପ୍ରିୟା ରମଣିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଛନ୍ତି ଏମ୍.ଜେ. ଅାକବର। ମାନହାନି ମୋକଦ୍ଦମାରେ ସେ ଦର୍ଶାଇଛନ୍ତି ସଂପୂର୍ଣ୍ଣ ମିଥ୍ୟା, ଯୁକ୍ତିହୀନ ଓ ଅପମାନଜନକ ଭାବେ ତାଙ୍କ ବିରୋଧରେ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ଏସବୁ ଅଭିଯୋଗ ଅଣାଯାଇଛି। ଏହା ଦ୍ୱାରା ତାଙ୍କ ସମ୍ମାନରେ ବହୁତ ହାନି ହୋଇଛି। ପ୍ରିୟା ହିଁ ପ୍ରଥମେ ଅାକବରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଅାଣିଥିଲେ। ଗତ […]
ଥିରୁଭନନ୍ତପୁରମ୍ : ସେଭ୍ ସାବରିମାଲା କ୍ୟାମ୍ପେନ । କେରଳର ରାଜଧାନୀ ଥିରୁଭନନ୍ତପୁରମ୍ରେ ହଜାର ହଜାର ଲୋକଙ୍କ ସମାବେଶ । ବିଜେପି ନେତୃତ୍ୱରେ ହୋଇଛି ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ମହିଳାମାନେ ବି ଏଥିରେ ସାମିଲ ହୋଇଛନ୍ତି। ପରମ୍ପରାର ଦ୍ୱାହି ଦେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ଏମାନେ ନାରାଜ। ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାର ପ୍ରତିବାଦରେ ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ହଜାର ହଜାର […]
ମହାରାଷ୍ଟ୍ର : ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ନିଅାରା ଷ୍ଟ୍ରାଟେଜି। ଏଣିକି ମହାରାଷ୍ଟ୍ରରେ ହୋମ୍ ଡିଲିଭରି ହେବ ମଦ । ଲୋକେ ନିଜ ମନ ପସନ୍ଦର ମଦକୁ ଅନ୍ ଲାଇନ୍ ଅର୍ଡର କରିପାରିବେ । ମହାରାଷ୍ଟ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି। ରାଜ୍ୟ ଅବକାରୀ ବିଭାଗକୁ ମିଳିଛି ଏନେଇ କିଛି ଅାବେଦନ। ଅନ୍ଲାଇନ୍ରେ ମଧ୍ୟ ବିକ୍ରି ଦ୍ୱାରା ବହୁ ମାତ୍ରାରେ ଅପରାଧ ବି କମିବା ନେଇ ଅାଶା କରାଯାଉଛି। […]