ନୂଆଦିଲ୍ଲୀ : ଜନ୍ମଦିନରେ ପରଲୋକ। ଏପରି ଅଦ୍ଭୁତ ସଂଯୋଗ ଘଟିଛି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କଂଗ୍ରେସ ନେତା ଏନ୍.ଡି ତିଓ୍ୱାରିଙ୍କ କ୍ଷେତ୍ରରେ । ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଅାଜି ତାଙ୍କର ୯୩ତମ ଜନ୍ମଦିନ ଥିଲା। ସେ ନିମୋନିଅାରେ ପୀଡ଼ିତ ଥିଲେ। ମଲ୍ଟିପୁଲ ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କୁ ଗତ ଜୁଲାଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅାଜି ଅପରାହ୍ନ ୨ଟା ୩୦ରେ ତାଙ୍କର ଦେହାନ୍ତ ହୋଇଛି। କଂଗ୍ରେସର […]
ନୂଆଦିଲ୍ଲୀ : ଦଶହରା ଅବସରରେ ଅାସିଲା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କୁ ନେଇ ଖୁସି ଖବର । ପ୍ରଥମ ଥର ପାଇଁ ଏମ୍ସ କ୍ୟାମ୍ପସ ବାହାରେ ବୁଲିଲା ଜଗା । ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଅଞ୍ଚଳ ବୁଲାବୁଲି କରିବା ସହ ନିକଟସ୍ଥ ଶିଶୁ ଉଦ୍ୟାନରେ ବେଶ୍ କିଛି ସମୟ ବିତାଇଛି ଜଗା । ଜଗାକୁ ବୁଲାଇବା ବେଳେ ବେଶ୍ ଅାଶ୍ୱସ୍ତି ଲାଭ କରିଛନ୍ତି ତା ମାଆ। ବୁଲାବୁଲି ସମୟରେ ଜଗା ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ଚଲାଉଥିବା ଦେଖିବାକୁ […]
ନୂଆଦିଲ୍ଲୀ : ମହିଳାମାନଙ୍କୁ ଯୌନ ନିର୍ଯାତନା, ଅସଦାଚରଣ ଓ ଅଶ୍ଳୀଳ ବ୍ୟବହାର ଘଟଣା ସୋଶାଲ ମିଡିଅାରେ ନଜରକୁ ଅାସୁଥିବା ବେଳେ ରାଜନୈତିକ ଦଳଗୁଡିକୁ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ସବୁ ରାଜନୈତିକ ଦଳକୁ ଏଥିପାଇଁ ଅାଭନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ମାନେକା । ରାଜନୈତିକ ଦଳଗୁଡ଼ିକ ଅନେକ ମହିଳାଙ୍କୁ ସେମାନଙ୍କ ଅଫିସରେ ନିଯୁକ୍ତି ଦେଉଛନ୍ତି। ତେଣୁ ସେମାନେ […]
ପାଣାଜି: ଗୋଆର ୨ ଜଣ କଂଗ୍ରେସ ବିଧାୟକ ସୁଭାଷ ଶିରୋଦକର ଏବଂ ଦୟାନନ୍ଦ ସୋପ୍ତେ ବିଜେପିରେ ଯୋଗ ଦେଇଥିବା ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କୁହଯାଇଛି। ପାଣାଜିରୁ ନୂଆଦିଲ୍ଲୀ ଯାଇଥିବା ଏହି ବିଧାୟକଙ୍କୁ ବିଜେପି ନିଜ ଅକ୍ତିଆରକୁ ନେଇଥାଇପାରେ ବୋଲି ଏଆଇସିସି ସମ୍ପାଦକ ଏ. ଚେଲାକୁମାର କହିଛନ୍ତି। ଶିରୋଦକର ଏବଂ ସୋପ୍ତେ ଗତକାଲି ଦିଲ୍ଲୀ ଗସ୍ତ କରିଥିଉ। ଆଜି ସକାଳେ ସେମାନେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ପ୍ରରୋଚନାରେ ଦୁଇ ବିଧାୟକ […]
ଥିରୁଭନନ୍ତପୁରମ୍ : ଆସନ୍ତାକାଲି କେରଳ ସାବରିମାଲାର ସ୍ୱାମୀ ଆୟାପ୍ପା ମନ୍ଦିରରେ ମହିଳା ଶ୍ରଦ୍ଧାଳୁ ପ୍ରବେଶ କରିବେ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ବୟସର ମହିଳା ଶ୍ରଦ୍ଧାଳୁ ପ୍ରଥମ ଥର ପାଇଁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଛନ୍ତି। କାଲି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବା। ସ୍ୱାମୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାବରିମାଲାର ପାମ୍ପା ନଦୀ ତଟରେ ପହଞ୍ଚି ସାରିଲେଣି। ଏମାନଙ୍କ ମଧ୍ୟରେ ବହୁତ ମହିଳା ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପଞ୍ଚତାରକା ହୋଟେଲ ବାହାରେ ସେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଦେଖିବାକୁ ମିଳୁଛି। ଘଟଣାଟି ଦକ୍ଷିଣ ଦିଲ୍ଲୀରେ ଘଟିଛି। ରାକେଶଙ୍କ ପୁଅର ଏଭଳି ଆଚରଣକୁ ନେଇ ଦିଲ୍ଲୀ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଶୀଘ୍ର ଆଶିଷଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି। ଗତ […]