ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୩ଟି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ଏ ସଂପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏବଂ ସବୁ ରାଜ୍ୟ ସରକାରଙ୍କୁ ଏହାକୁ ଲାଗୁ କରିବା ପାଇଁ କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାମଗ୍ରିକ ଭାବେ ଦର ବୃଦ୍ଧି ହେଉଥିବାରୁ ଏହି ସବୁ ସାମଗ୍ରୀର ଏମ୍ଏସ୍ପିP ବୃଦ୍ଧି କରିବାକୁ ସରକାର ବହୁ ଦିନରୁ ବିଚାର କରୁଥିଲେ। ତେନ୍ତୁଳି, ମହୁ, କରଂଜ […]
କେରଳ : ସବରିମାଳା ସ୍ୱାମୀ ଅାୟପ୍ପାଙ୍କ ମନ୍ଦିର ଅଭିମୁଖେ ୨ ଜଣ ମହିଳା । ଜଣେ ମହିଳା ସାମ୍ବାଦିକଙ୍କ ସହ ଅନ୍ୟ ଜଣେ ମହିଳା ଭକ୍ତ ସବରିମାଳା ସ୍ୱାମୀ ଅାୟପ୍ପାଙ୍କ ଦର୍ଶନ କରିବା ପାଇଁ ଯାତ୍ରା ଅାରମ୍ଭ କରିଛନ୍ତି। ଅାନ୍ଦୋଳନାକୀରଙ୍କ କଡ଼ା ବିରୋଧ ସତ୍ତ୍ୱେ ଏହି ଦୁଇ ମହିଳାଙ୍କୁ ପୁଲିସ ସୁରକ୍ଷା ଦେଇଛି। ପ୍ରାୟ ଶହେ ଜଣ ପୁଲିସ ଅଧିକାରୀ ୨ ଜଣ ମହିଳାଙ୍କ ସୁରକ୍ଷା ଦାୟୀତ୍ୱରେ ଅଛନ୍ତି। ସବରିମାଳା ମନ୍ଦିର ଖୋଲିବାର ତୃତୀୟ ଦିନରେ ଅାଜି […]
ନୂଆଦିଲ୍ଲୀ: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରାଯିବ ବୋଲି ମେଘାଳୟ ସରକାର କହିଛନ୍ତି। ତେବେ ଦୁର୍ଘଟଣାସ୍ଥଳରୁ ଦୁର୍ଗନ୍ଧ ବାହାରିବା ପରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଖଣିରେ ଫସି ରହିଥିବା ଶ୍ରମିକଙ୍କ ଗଳିତ ମୃତଦେହରୁ ଏହି ଦୁର୍ଗନ୍ଧ ଆସୁଥିବା ସନ୍ଦେହ କରାଯାଉଛି। ତେବେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶ୍ରମିକଙ୍କ ଉଦ୍ଧାର ପାଇଁ ଏନ୍ଡିଆରଏଫ୍ ପକ୍ଷରୁ ଉଦ୍ୟମ କରାଯାଉଥିଲା। କିନ୍ତୁ […]