କର୍ଣ୍ଣାଟକ : କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଅାସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସଂଧ୍ୟା ୫ଟା ଯାଏ ଭୋଟ ନିଅାଯାଇଥିଲା । ତେବେ କେତେକ ବୁଥ୍ରେ ଭୋଟରମାନେ ଥିବାରୁ ମତଦାନ ଜାରି ରହିଛି। ଅପରାହ୍ଣ ୪ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ବେଲାରି, ସିମୋଗା ଓ ମାଣ୍ଡ୍ୟ ଲୋକସଭା ଅାସନ ଏବଂ ଜାମଖଣ୍ଡି ଓ ରାମନଗରମ୍ ବିଧାନସଭା ଅାସନ ପାଇଁ ଭୋଟ୍ ଗ୍ରହଣ ହୋଇଛି। କଂଗ୍ରେସ ଏବଂ ଜେଡିଏସ୍ ମେଣ୍ଟରେ […]
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି ଜୋର ଧରିବାରେ ଲାଗିଛି। ଅଦାଲତ ରାସ୍ତାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ, କେନ୍ଦ୍ର ସରକାର ଅଧ୍ୟାଦେଶ ହେଉ କି ସଂସଦରେ ନୂଅା ଅାଇନ ଅାଣି ରାମ ମନ୍ଦିର ନିର୍ମାଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ନୂଅାଦିଲ୍ଲୀ ତାଲକାଟୋରା ଷ୍ଟାଡିଅମରେ ଚାଲିଥିବା ଦୁଇ ଦିନିଅା ସନ୍ଥ ଓ ମଠାଧୀଶ ସମ୍ମିଳନୀରେ ରାମ ମନ୍ଦିର ନିର୍ମାଣ ମୁଖ୍ୟ ଅାଲୋଚନାର ବିଷୟ ଥିଲା। ଦେଶର ବିଭିନ୍ନ ଭାଗରୁ […]
ନୂଆପଡ଼ା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଏଏସ୍ଆଇ ବିଜେଶ୍ୱର ପଣ୍ଡା। ୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡ଼ିଛନ୍ତି ବିଜେଶ୍ୱର। ଏଏସ୍ଆଇ ବିଜେଶ୍ୱର ଏକ ମାରପିଟ୍ କେସ୍ର ରଫାଦଫା କରିବା ସହିତ ଥାନାରେ ହିଁ ଜାମିନ୍ ମିଳିଯିବା କହି ଖଡ଼ିଆଳ କୁଅଁରପଡ଼ାର ଭବାନୀ ଶଙ୍କର ଅଦାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ୪ ହଜାର ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ଭିଜିଲାନ୍ସର ଦୁଇ ଜଣିଆ […]
କଟକ: ଆଇନ୍ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍ଗୋ, ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍ସିଲ୍ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ହାଇକୋର୍ଟ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ୍। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ତାଚ୍ଛଲ୍ୟ କରିଥିବାରୁ ରାହୁଲ ଗାନ୍ଧିଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ଏନେଇ ଆଜି ଜାତୀୟ ମହିଳା କମିଶନ ରାହୁଲ ଗାନ୍ଧିଙ୍କୁ ନୋଟିସ୍ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟର ଉପଯୁକ୍ତ କାରଣ ରଖିବାକୁ ମଧ୍ୟ ଏହି ନୋଟିସ୍ରେ ତାଙ୍କୁ କୁହାଯାଇଛି। ରାଫେଲ୍ ଡିଲ୍ ସମ୍ପର୍କରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ରାହୁଲ ଗାନ୍ଧି ଉଭୟ ନିର୍ମଳା ସୀତାରମଣ […]