ଛତିଶଗଡ଼ : ଛତିଶଗଡ଼ ନିର୍ବାଚନରେ ଭୋଟ୍ ଦେଇଛନ୍ତି ଓଡ଼ିଆ ଭାଷାଭାଷୀ ଭୋଟର୍। କୋରାପୁଟକୁ ଲାଗି ରହିଥିବା ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁରର ବିଭିନ୍ନ ବୁଥ୍ରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ନିର୍ବାଚନରେ ଭାଗ ନେଇଛନ୍ତି। ସେମାନେ ବେଶ୍ ଉତ୍ସାହର ସହ ସକାଳୁ ବୁଥ୍କୁ ଅାସି ନିଜ ପସନ୍ଦିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଜଗଦଲପୁର ବ୍ରାହ୍ମଣପଡ଼ା ବୁଥ୍ରେ ଭୋଟରମାନେ ମତଦାନ କରିବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଏପରିକି ଛତିଶଗଡ଼ ସରକାରଙ୍କ ଅଧୀନରେ ବଡ଼ ପଦବୀରେ […]
ଛତିଶଗଡ଼ : ୧୮ଟି ବିଧାନସଭା ଅାସନ, ୧୯୦ ଜଣ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛତିଶଗଡ଼ ଭୋଟର। ଅାସନ୍ତାକାଲି ହେବ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍। ମାଓ ଅଞ୍ଚଳରେ ଭୋଟ ଗ୍ରହଣ ହେଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣ ଛତିଶଗଡ଼ର ସୁକମା, କାଙ୍କେର, ରାଜନନ୍ଦଗାଁଓ, ବସ୍ତର, ଦନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଅାସନରୁ ୧୨ଟି ଅାସନକୁ ରେଡ୍ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ। ଦୁଇ ଜଣ ସ୍ୱାଧୀନ ବିଧାୟକ ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ କିଛି କଂଗ୍ରେସ ବିଧାୟକଙ୍କ ମଧ୍ୟ ପତ୍ତା ମିଳୁନାହିଁ। ସେମାନେ ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ଅନ୍ୟପଟେ ବିଜେପି ତାର ୧୦୪ ବିଧାୟକକଙ୍କୁ ଗୁରୁଗ୍ରାମରେ ଲୁଚାଇ ରଖିଛି। ଉଭୟ ବିଜେପି ଓ ଜେଡିଏସ୍ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ବିଧାୟକଙ୍କୁ ଆର ଗୋଷ୍ଠୀ କିଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଦୃଢ଼ତାର […]
ଭୁବନେଶ୍ୱର : ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ସମ୍ପର୍କରେ ମୁହଁ ଖୋଲିଲେ ନିଜେ ଦୈତାରୀ ପଣ୍ଡା । କହିଛନ୍ତି ସଂପୃକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ। ଏଭଳି ଅଭିଯୋଗ ତାଙ୍କ ବିରୋଧରେ କିଛି ହୀନ ଲୋକଙ୍କର ଏକ ଚକ୍ରାନ୍ତ। ତେବେ ତାଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତରେ ସେ ସହଯୋଗ କରିବେ। ଲତାରାଣୀ ପଣ୍ଡା ନାମ୍ନୀ ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି […]
କର୍ଣ୍ଣାଟକ : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କର୍ଣ୍ଣାଟକରେ ଟିପୁ ସୁଲତାନଙ୍କ ଜନ୍ମଦିନ ପାଳନ ହେଉଛି। ବେଙ୍ଗାଲୁରୁ ସମର ପାଲେସରେ ରାଜ୍ୟସ୍ତରୀୟ ଉତ୍ସବର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ଡି. ଶିବକୁମାର। ତେବେ ପୂର୍ବରୁ ଯୋଗଦେବା ଲାଗି ସମ୍ମତି ଜଣାଇଥିଲେ ବି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ବ୍ୟସ୍ତତା ଦର୍ଶାଇ ଏଥିରେ ଯୋଗ ଦେଇନାହାନ୍ତି। ପୂର୍ବରୁ ଟିପୁ ଜୟନ୍ତୀକୁ ବିରୋଧ କରୁଥିବା ବିଜେପି ଅାଜି ସାରା ରାଜ୍ୟରେ କଳା ଦିବସ ପାଳନ କରିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଶୋଭାଯାତ୍ରା […]