ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତକୁ ବଡ଼ ସଫଳତା। ମାମଲାରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ୍ ନାଗରିକ କ୍ରିଷ୍ଟିୟନ ମିସେଲଙ୍କୁ ଭାରତ ଅାଣିବାରେ ସଫଳ ହୋଇଛି ସିବିଅାଇ। ଗତକାଲି ମଧ୍ୟରାତ୍ରରେ ସିବିଅାଇ ତାଙ୍କୁ ଦୁବାଇରୁ ଦିଲ୍ଲୀ ଅାଣିଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏହି ଅଭିଯାନକୁ ବଡ ସଫଳତା ମିଳିଛି। ସିବିଅାଇ ଅନ୍ତରୀଣ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ଓ ଯୁଗ୍ମ ନିର୍ଦ୍ଦେଶକ ସାଇ ମନୋହରଙ୍କ ନେତୃତ୍ୱରେ ଟିମକୁ ଏହି […]
ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅାଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଏହି ଦୁଇଟି ରାଜ୍ୟରେ ଅାସନ୍ତା ଶୁକ୍ରବାର ଭୋଟ ହେବ। ଶେଷ ଦିନରେ ଭୋଟରଙ୍କୁ ନିଜ ଅାଡ଼କୁ ଅାକୃଷ୍ଟ କରିବାକୁ ପ୍ରମୁଖ ଦଳଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିବେ। ଗତକାଲି ରାଜସ୍ଥାନର ହନୁମାନଗଡ଼, ସିକର ଓ ଜୟପୁରରେ ପ୍ରଚାର କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ବେଳେ କଂଗ୍ରେସକୁ ସେ ତୀବ୍ର ଭର୍ତ୍ସନା କରିଛନ୍ତି। ପାକିସ୍ତାନ କର୍ତାରପୁର କରିଡର୍ ପ୍ରସଙ୍ଗରେ […]
ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROକୁ ମହାକାଶ ବିଜ୍ଞାନରେ ଆଉ ଏକ ସଫଳତା। ବିଳମ୍ବିତ ରାତିରେ ଉତ୍କ୍ଷେପଣ ହୋଇଛି ଭାରତର ସବୁଠୁ ଓଜନିଆ ଉପଗ୍ରହ GSAT-11 । ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୟାନାରୁ ଏରିଏନ-୫ ଲଞ୍ଚ ଭେହିକିଲରୁ ଉତକ୍ଷେପଣ କରାଯାଇଛି। ଏହାର ଓଜନ ରହିଛି ୫ ହଜାର ୮୫୪ କିଲୋଗ୍ରାମ। ଇସ୍ରୋର ଏହା ଏକ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ୍ ,ଯାହା ଦେଶରେ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି ଆଣିବା ସହ ଇଣ୍ଟରନେଟ ଡାଟା ସ୍ପିଡ ବୃଦ୍ଧି […]
ଭୁବନେଶ୍ୱର : ଶେଷରେ ଅଭିଜିତ୍ ଅାୟରଙ୍କୁ ମିଳିଲା ଅାଶ୍ୱସ୍ତି। ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍ରେ ଥିବା ଅାୟରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଅାଯାଇଛି। ତାଙ୍କ ମନ୍ତବ୍ୟ ପଛରେ କୌଣସି ଉଦ୍ଦେଶ୍ୟ ନଥିଲା ଓ ଓଡ଼ିଶାବାସୀଙ୍କ ଭାବନାକୁ ଅାଘାତ ଦେଇଥିବାରୁ ଅନୁତପ୍ତ ଥିବା ଦର୍ଶାଇ ଅଭିଜିତ୍ ନିଃସର୍ତ୍ତ […]
ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି । ଗତକାଲି ଏକ ସାଧାରଣ ସଭାରେ ଯୋଗଦେଇ ଅସଦୁଦ୍ଦିନ ଓୱେସିଙ୍କ ବିରୋଧରେ ଗର୍ଜନ କରିଥିଲେ। କହିଥିଲେ, ତେଲଙ୍ଗାନାରେ ବିଜେପି କ୍ଷମତାକୁ […]
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ। ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜରିମାନା ଅାଦାୟ କରାଯିବ। ଦିଲ୍ଲୀ ସରକାର ଯଦି ନିର୍ଦ୍ଧାରିତ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ପ୍ରତିମାସରେ ୧୦କୋଟି ଟଙ୍କା ଜରିମାନା ଦେବାକୁ ପଡିବ […]