ଛତିଶଗଡ଼ : ଛତିଶଗଡ଼ରେ ପୁଣି ମାଓ ହିଂସା। ମାଓବାଦୀମାନେ ବିଜାପୁର ଅଂଚଳରେ ଅାଇଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୬ଜଣ ଅାହତ ହୋଇଛନ୍ତି। ଅାହତଙ୍କ ମଧ୍ୟରେ ୪ଜଣ ବିଏସଏଫ୍ ଯବାନ ଅଛନ୍ତି। ଏଥିସହ ଜଣେ ଡିଅାରଜି ଓ ଜଣେ ସ୍ଥାନୀୟ ଲୋକ ଅାହତ ହୋଇଛନ୍ତି। ସେମାନଙ୍କୁ ବିଜାପୁର ଡାକ୍ତରଖାାନାରେ ଭର୍ତ୍ତି କରାଯାଇଛି। ଏବେ ବି ଘଟଣାସ୍ଥଳରେ ଅପରେସନ ଚାଲିଛି ବୋଲି ଅାଣ୍ଟି ନକ୍ସଲ ଅପରେସନ ଡିଅାଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଅା ଗେଡ଼ିଅାପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲାରେ ଗିରଫ ହେଲେ ଅଭିଯୁକ୍ତ। ବେଗୁନିଅା ବୈଦେଶ୍ୱର ଅଞ୍ଚଳରୁ ପୁଲିସ୍ ଅଭିଯୁକ୍ତଙ୍କୁ କାବୁ କରିଛି। ଏହାସହ ଟଙ୍କା ବ୍ୟାଗ୍କୁ ଜବତ କରାଯାଇଛି। ତେବେ ବ୍ୟାଗରେ କେତେ ଟଙ୍କା ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଲୁଟ୍ ପରେ ପୁଲିସ୍ ଏହି ମାମଲାରେ ଖୋଲତାଡ଼ ଅାରମ୍ଭ କରିଥିଲା। ଅାଜି ବେଗୁନିଅା ପୁଲିସ୍ ଏବଂ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏକ […]
ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ସମସ୍ତ ସ୍କୁଲରେ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା। ତେବେ ପଣ୍ଡିତ ନେହରୁଙ୍କ ଦେହାନ୍ତ ପରେ ଅର୍ଥାତ ୧୯୬୪ ମସିହା ପର […]
ନୂଆଦିଲ୍ଲୀ: ଏକ ମାସରୁ ଊର୍ଦ୍ଧ୍ୱ ଦିନ ହେବ ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଠାବ କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ୧୬୦ ଫୁଟ୍ ଗଭୀର ଭିତରୁ ମୃତଦେହକୁ ଠାବ କରାଯାଇଥିଲା। ତେବେ ଅନ୍ୟ ୧୪ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, କୋଲ୍ ଇଣ୍ଡିଆ, ଏନ୍ଡିଆର୍ଏଫ୍, ଓଡ଼ିଶା ଅଗ୍ନିଶମ […]
ଭଦ୍ରକ: ଗାତରୁ ବାହାରୁଛି ଧୂଆଁ। ଆଉ ସେହି ଧୂଆଁକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି। କରଞ୍ଜମାଳ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପାଇଁ କିଛି ଶ୍ରମିକ ଗାତ ଖୋଳୁଥିଲେ। ତେବେ ୫ରୁ ୬ ଫୁଟ୍ ଖୋଳିବା ପରେ ସେହି ସ୍ଥାନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏପରିକି ଗରମ ପାଣି ବାହାରୁଥିବା ଲୋକେ କହିଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକଙ୍କ […]
ବେଙ୍ଗାଲୁରୁ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ଶେଷକୃତ୍ୟ। ବେଙ୍ଗାଲୁରୁସ୍ଥିତ ଯମରାଜପେଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଉଛି। ଅାଜି ସକାଳେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁର ବାସବନାଗୁଡ଼ି ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନ ନିଅାଯାଇଥିଲା। ସେଠାରୁ ନ୍ୟାସନାଲ ଲ କଲେଜ ଗ୍ରାଉଣ୍ଡକୁ ନେବା ପରେ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ। ଏହା ପରେ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଅନ୍ତ୍ୟଷ୍ଟିରେ ବହୁ ବିଶିଷ୍ଠ […]