ନୂଆଦିଲ୍ଲୀ: ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୭୦ରୁ ୮୦ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ସପ୍ତାହରେ କରିବା ପାଇଁ ସ୍ଥିର କରାଯାଇଛି। ଉଚ୍ଚସ୍ତରୀୟ […]
ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ସମ୍ମାନ ସମାରୋହ। ଜାତୀୟ କଂଗ୍ରେସ ପକ୍ଷରୁ ଏହି ସମାରୋହର ଅାୟୋଜନ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ଉତ୍ସବରେ ଜେଡିୟୁ ନେତା ଶରଦ ଯାଦବ, ସିପିଅାଇ ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସରୁ ବରିଷ୍ଠ ନେତା ଭକ୍ତ ଦାସ ଓ ଜୟଦେବ ଜେନା ଯୋଗ ଦେଇଥିଲେ।
ଛତିଶଗଡ଼ : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସାକଲିର ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ କିସ୍ତାରାମ ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ କମ୍ବିଂ ଅପରେସନ କରାଯାଇଥିଲା। ଅପରେସନରେ ଅନେକ ମାଓବାଦୀ ଅାହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅାହୁରି […]
ନୂଆଦିଲ୍ଲୀ: ମହାକାଶକୁ ଇସ୍ରୋ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ପଠାଇଛି। ଏହି ସାଟେଲାଇଟ୍ର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମ ସାଟ୍’ ରଖାଯାଇଛି। ଶ୍ରୀହରିକୋଟାର ସତିଶ୍ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ PSLV-C44 ଜରିଆରେ ଏହି ସାଟେଲାଇଟ୍ ପ୍ରେରଣ କରାଯାଇଛି। ଗୁରୁବାର ରାତିରେ ପିଏସ୍ଏଲ୍ଭି -ଡିଏଲ୍ ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏହି ସାଟେଲାଇଟ୍ର ଓଜନ ମାତ୍ର ୧.୨୬ […]