ମୁମ୍ବାଇ : ମଦ କମ୍ପାନି ମାଲିକ ବିଜୟ ମାଲ୍ୟାଙ୍କ ଅାବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ କରିବାକୁ ଇଡି କୋର୍ଟରେ ଅାବେଦନ କରିଥିଲା। ଏହା ବିରୋଧରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅାବେଦନ କରିଥିଲେ। ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କର ଅାନୁମାନିକ ୧୨ […]
ନୂଆଦିଲ୍ଲୀ : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀର ବିଧାନସଭାକୁ ଭାଙ୍ଗିଦେବା ପରେ ଜୋର ଧରିଛି ରାଜନୀତି। ରାଜ୍ୟପାଳ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନେଇଥିବା ପିଡିପି, ନ୍ୟାସନାଲ କନ୍ଫରେନ୍ସ ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଗତ ୪-୫ ମାସ ହେବ ବିଜେପି ତୋଡ୍ ମୋଡ୍ ର ସରକାର ଗଠନ ଲାଗି ପ୍ରୟାସ କରି ବିଫଳ ହେବା ପରେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ଅାଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଅାଜାଦ୍। ତେବେ […]
ନୂଅାଦିଲ୍ଲୀ : ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳ ଅନ୍ତର୍ଗତ ୧୭ଟି ଜିଲ୍ଲା ରହିଛି। ସେ ସବୁ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଗଂଜାମ, ନୟାଗଡ଼ ଓ ପୁରୀ ଜିଲ୍ଲାର ଭୌଗୋଳିକ ଅଞ୍ଚଳ। ନୂଅାଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ୍ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର […]
ପଶ୍ଚିମବଙ୍ଗ : ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର। ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବୀରଭୂମ ଜିଲ୍ଲା ରାମପୁରହାଟ ଥାନା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କ୍ରସର ମାଲିକମାନେ ବାରମ୍ବାର ଅଭିଯୋଗ କରିଅାସୁଥିଲେ। ଥାନା ଅଧିକାରୀ ତାଙ୍କୁ ଧମକାଇ […]
ମୁମ୍ବାଇ : ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ। ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ। ନିଜର ପୁରୁଣା ଦାବି ଦୋହରାଇ ରାଲି କରି ମୁମ୍ବାଇରେ ପହଞ୍ଚିଛନ୍ତି ଅାଦିବାସୀ ଓ କୃଷକ। ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚିବା ପରେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କିଷାନ ଓ ଅାଦିବାସୀ ଲୋକ ସଂଘର୍ଷ ସମିତିର ନେତୃତ୍ୱରେ ବିରୋଧ […]
ଜମ୍ମୁ -କାଶ୍ମୀର : ଦୀର୍ଘ ୬ ମାସ ଧରି ରାଜ୍ୟପାଳ ଶାସନରେ ଥିବା ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। କଟ୍ଟର ବିରୋଧୀ ନେସନାଲ କନଫରେନ୍ସ ଏବଂ ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି ଏକ ହୋଇ କଂଗ୍ରେସ ସହ ମିଶି ସରକାର ଗଠନ କରିବା ଲାଗି ଯୋଜନା କରୁଛନ୍ତି। ମେହବୁବା ମୁଫତିଙ୍କ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଜୁନ୍ ୧୯ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିଛି। ଡିସେମ୍ବରରେ ରାଜ୍ୟପାଳ […]
ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଟିଅାରଏସ୍କୁ ଝଟକା। ଦଳର ବରିଷ୍ଠ ସାଂସଦ ବିଶେଶ୍ୱର ରେଡ୍ଡୀ ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଅାରଏସ୍ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୩ ପୃଷ୍ଠା ସମ୍ବଳିତ ଏହି ଇସ୍ତଫା ପତ୍ରରେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଏବଂ ଉଚିତ ମର୍ଯ୍ୟାଦା ଦିଅାଯାଉନଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ରେଡ୍ଡୀଙ୍କ ଇସ୍ତଫା କେ.ଚନ୍ଦ୍ରଶେଖର ରାଓଙ୍କୁ ଏକ ବଡ […]
ଛତିଶଗଡ଼ : ଅାସନ୍ତାକାଲି ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଅାସନ ଲାଗି ହେବ ଭୋଟଗ୍ରହଣ। ସକାଳ ୮ଟାରୁ ଭୋଟ ଗ୍ରହଣ ଅାରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ। ମତସାବ୍ୟସ୍ତ କରିବେ ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତଦାନ ଲାଗି ୧୯ ହଜାର ୨୯୬ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୦୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ […]
ନୂଅାଦିଲ୍ଲୀ / ଭୁବନେଶ୍ୱର : ଅାଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ନୂଅାଦିଲ୍ଲୀସ୍ଥିତ ତାଙ୍କ ସମାଧିସ୍ଥଳ ଶକ୍ତିପୀଠରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଅାଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଓ ବ୍ୟକ୍ତିବିଶେଷ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପୂର୍ବତନ ଉପରାଷ୍ଟ୍ରପତି ହମିଦ […]
ନୂଆଦିଲ୍ଲୀ : ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି। ଏହି ଗସ୍ତ ଅବସରରେ ପଡୋଶୀ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ଶୀର୍ଷ ନେତାଙ୍କ ଅାଲୋଚନା କରିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ। ମାଳଦ୍ୱୀପରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବରୁ ଚୀନ ଅବଦୁଲା ୟାମିନ ସରକାର ବେଳେ ଚୀନ ସହ ମାଳଦ୍ୱୀପର ନିବିଡ଼ ସମ୍ପର୍କ ରହିଥିଲା। ତେବେ […]
ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ସୁଦୃଢ କରିବାକୁ ଅାମେରିକା ଠାରୁ ୨୪ଟି ମଲଟି ରୋଲ୍ ‘ରୋମିଓ’ ଅାଣ୍ଟି ସବମରିନ୍ ହେଲିକପ୍ଟର କିଣିବାକୁ ଯୋଜନା କରୁଛି ଭାରତ। ଏଥିପାଇଁ ୨ଶହ କୋଟି ଡଲାର ଖର୍ଚ୍ଚ କରିବ ଭାରତ। ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦି ଓ ଅାମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସାକ୍ଷାତ ପରେ ଏହି ଚୁକ୍ତିକୁ ଗ୍ରୀନ ସିଗନାଲ ମିଳିଥିଲା। ହେଲିକପ୍ଟର କିଣିବାକୁ ଭାରତ ଅାମେରିକାକୁ ଚିଠି ଲେଖିଥିବା ଜଣାପଡିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ଅାମେରିକାର ବୈଦେଶିକ ନୀତି […]
ତାମିଲନାଡୁ : ତାମିଲନାଡୁ ଉପକୂଳରେ ସାମୁଦ୍ରିକ ଝଡ଼ ‘ଗଜ’ର ତାଣ୍ଡବ। ‘ଗଜ’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗାପାଟ୍ଟିନମ୍ ଏବଂ ତିରୁଭରୁର। ବାତ୍ୟାରେ ଶହ ଶହ ଗଛ ଉପୁଡି ପଡିଥିବା ବେଳେ ବହୁ ଘର ଭାଙ୍ଗିରୁଜି ଯାଇଛି। ସେହିଭଳି ତ୍ରିଚିରେ ବହୁ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଉପୁଡି ପଡିବା ସହ କଦଳୀ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଗଜରେ ମୃତକଙ୍କ ଅାତ୍ମୀୟଙ୍କୁ ୧୦ […]
ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟରେ ପୁଲିସ ହେଡ୍ କନଷ୍ଟେବଲ୍ଙ୍କ ଅାତ୍ମହତ୍ୟା। ସଚିବାଳୟର ପାର୍କିଂରେ ଗୁଳି କରି ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ୩୫ ବର୍ଷିୟ ହେଡ୍ କନ୍ଷ୍ଟେବଲ୍ ସୋହନବିର୍ ବୋଲି ଜଣାପଡ଼ିଛି। ଅାଜି ବଢ଼ି ଭୋରରୁ ସୋହନବିର୍ଙ୍କ ମୃତ ଦେହ ପଡ଼ି ଥିବା ନେଇ ଖବର ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ସୋହନ ଅାତ୍ମହତ୍ୟା କରିଛନ୍ତି ,ସେ ନେଇ ତଦନ୍ତ କରୁଛି ପୁଲିସ। […]
ନୂଆଦିଲ୍ଲୀ : ଛୁଟିରେ ଯାଇଥିବା ସିବିଅାଇ ମୁଖ୍ୟ ଅାଲୋକ ବର୍ମାଙ୍କ ବିରୁଦ୍ଧରେ ଅାସିଥିବା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସିଭିସି। ତେବେ ସିଭିସି ବର୍ମାଙ୍କୁ କ୍ଲିନ୍ ଚିଟ୍ ଦେଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଛନ୍ତି। ଏହା ଏକ ମିଶ୍ର ରିପୋର୍ଟ, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ରହିଛି, କିଛି ଅଭିଯୋଗ ଉପରେ ସ୍ପଷ୍ଟ ମତ ନାହିଁ ଏବଂ ଅନ୍ୟ କିଛି ଅଭିଯୋଗ ଉପରେ ମତ ଅାଦୌ ସ୍ପଷ୍ଟ ନଥିବା ଜଷ୍ଟିସ […]
ନୂଅାଦିଲ୍ଲୀ : ନୂଅାଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ୫୩ ବର୍ଷୀୟ ଫ୍ୟାଶନ ଡିଜାଇନର ଓ ତାଙ୍କ ଘରୋଇ ସହଯୋଗୀଙ୍କୁ ହତ୍ୟା କରାଯାଇଛି। ଦୁହିଁଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ପୁଲିସ କହିଛି। ସକାଳୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତ ଫ୍ୟାଶନ ଡିଜାଇନର ମାଲା ଲାଖାନି। ଗ୍ରୀନ […]