ଶ୍ରୀହରିକୋଟା : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ PSLV-C 43 ଉତ୍କ୍ଷେପଣ ହେବ। ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଭାରତୀୟ ଉପଗ୍ରହ HYSIS ପୃଥିବୀ ଉପରେ ନିରୀକ୍ଷଣ କରିବ। ଏହା PSLV-C 43ର ପ୍ରାଥମିକ ଉପଗ୍ରହ। […]
ନୂଆଦିଲ୍ଲୀ: ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୭୦ରୁ ୮୦ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ସପ୍ତାହରେ କରିବା ପାଇଁ ସ୍ଥିର କରାଯାଇଛି। ଉଚ୍ଚସ୍ତରୀୟ […]