ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ଲାଗି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅାମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱରୁ ଅବ୍ୟାହତି ମିଳିଛି। ସୁବ୍ରମଣ୍ୟମଙ୍କ ଅବ୍ୟାହତି ଅାବେଦନକୁ ଅାଜି ସୁପ୍ରିମ୍କୋର୍ଟ ଗ୍ରହଣ କରିଛନ୍ତି। ଅାଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମ୍କୋର୍ଟ ଗୋପାଳ ସୁବ୍ରମଣ୍ୟମଙ୍କ ଅାବେଦନକୁ ଗ୍ରହଣ କରି ତାଙ୍କୁ ଅାମିକସ୍ କ୍ୟୁରି ଦାୟିତ୍ୱରୁ ମୁକ୍ତ କରିଛନ୍ତି। ଏହାସହ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତି ଶୁଣାଣି ଅାସନ୍ତା ଜାନୁଅାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। […]
ନୂଆଦିଲ୍ଲୀ : ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି। ପୋଲାଭରମ ବିବାଦ ମାମଲାରେ ଶୁଣାଣି କରି ଅାଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଜନଶୁଣାଣି ପାଇଁ ଶନିବାର ସୁଦ୍ଧା ଟର୍ମସ୍ ଅାଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅାସନ୍ତା ସୋମବାର ହେବ। ପୋଲାଭରମ ପ୍ରକଳ୍ପ କାମ ବନ୍ଦ ପାଇଁ ସୁପ୍ରିମ୍କୋର୍ଟରେ ଅାବେଦନ ହୋଇଛି।
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଗର୍ଜିବେ ଶହ ଶହ ଚାଷୀ। କୃଷିଋଣ ଛାଡ଼ ଏବଂ ଅମଳର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ ପାଇଁ ଚାଷୀ ସଂଗଠନ ଦିଲ୍ଲୀରେ ଏକତ୍ର ହେଉଛନ୍ତି। ଜନ୍ତର ମନ୍ତରରେ ଏକାଠି ହେବା ପରେ ସମସ୍ତ କୃଷକ ସଂସଦ ଅଭିମୁଖେ ଯାତ୍ରା କରିବେ। ଅଖିଳ ଭାରତୀୟ କୃଷକ ସଙ୍ଗଠନ ସମନ୍ୱୟ ସମିତିର ଅାହ୍ୱାନ କ୍ରମେ ଦେଶର ୨ଶହରୁ ଅଧିକ ସଂଗଠନ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ‘କିଷାନ ମୁକ୍ତି ଯାତ୍ରା’ ନାମରେ ଏହି ବିଶାଳ […]