ଶ୍ରୀନଗର : ଜମ୍ମୁ ଓ କାଶ୍ମୀରରେ ଭୀଷଣ ବରଫପାତ। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ମାଇନସ୍କୁ ଖସିଆସିଛି। ଏଥିଯୋଗୁ ଗାଡ଼ି ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି। ଫଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବରଫ ସଫା କରାଯାଉଛି।
ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ। ରାମ ରହିମଙ୍କ ସମେତ ୪ ଜଣଙ୍କୁ ଏଥିରେ ଦୋଷୀ ସବ୍ୟସ୍ତ କରାଯାଇଛି। ହରିୟାଣା ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ତେବେ ଆସନ୍ତା ୧୭ ତାରିଖରେ ଦଣ୍ଡବିଧାନ ଶୁଣାଇବେ କୋର୍ଟ। ପ୍ରାୟ ୧୭ ବର୍ଷ ପରେ ଏହି ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିଛି। ୨୪ ଅକ୍ଟୋବର […]
ନୂଆଦିଲ୍ଲୀ : ଚାକିରିରୁ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇସ୍ତଫା। କେନ୍ଦ୍ର ସରକାରଙ୍କ ଚାକିରିରୁ ଇସ୍ତଫା ଦେଲେ ବର୍ମା। ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ ପ୍ୟାନେଲ ତାଙ୍କୁ ହଟାଇଥିଲ। ଏହାପରେ ବର୍ମାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ହୋମ୍ ଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା। ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ଆଲୋକ ବର୍ମା କହିଥିଲେ, ମିଥ୍ୟା ଓ ପ୍ରମାଣିତ […]
ବିଶାଖାପାଟନମ୍ : ବିଶାଖାପାଟନମ୍ ରେଲ୍ୱେ ଷ୍ଟେସନରୁ ଏକ କୋଟିରୁ ଅଧିକ ଟଙ୍କାର ଚୋରା ସୁନା ଜବତ। ସୂଚନା ଅନୁସାରେ ଗତ ୪ ତାରିଖରେ ଦୁଇ ଜଣ ବ୍ୟକ୍ତି ଗୁଆହାଟି-ସିକନ୍ଦରାବାଦ ଏକ୍ସପ୍ରେସରେ ଗୁଆହାଟିରୁ ସିକନ୍ଦରାବାଦ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇଁ ରାଜସ୍ୱ ଗୁଇନ୍ଦା ବିଭାଗ ବିଶାଖାପାଟନମ୍ ଷ୍ଟେସନରେ ଚଢାଉ କରିଥିଲା। ଦୁଇ ଜଣ ଯୁବକଙ୍କ ଠାରୁ ଗୁଇନ୍ଦା ବିଭାଗ ୩କେଜିରୁ ଅଧିକ ସୁନା ବିସ୍କୁଟ ଜବତ କରିଥିଲା। ଏମାନେ ସୁନା ବିସ୍କୁଟ୍ ଗୁଡିକୁ ବାନିଆନ୍ରେ ଏକ ପକେଟ […]
ହାଇଦ୍ରାବାଦ : ଏନ୍ଡିଏ ବିରୋଧରେ ମହାମେଣ୍ଟ ଗଠନକୁ ଆଗେଇ ନେବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗତକାଲି ରାହୁଲଙ୍କ ବାସଭବନରେ ନାଇଡୁ ଭେଟି ସବୁ ବିରୋଧୀ ଦଳ କିଭଳି ଏକଜୁଟ ହେବେ ସେ ନେଇ ବିଚାର ବିମର୍ଶ କରିଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ମହା ମେଣ୍ଟର ପରିକଳ୍ପନା ନେଇ ଆଲୋଚନା ହୋଇଥିଲା। ଏନଡିଏରୁ ଓହରିବା ପରେ ନାଇଡୁ ସବୁ […]
ନୂଆଦିଲ୍ଲୀ : ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍। ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାରିତ ହୋଇଛି। ବିଲ୍କୁ ୩୨୩ ସଦସ୍ୟ ସମର୍ଥନ କରିଥିବା ବେଳେ ମାତ୍ର ୩ଜଣ ସଦସ୍ୟ ବିରୋଧରେ ମତ ଦେଇଥିଲେ। ବିଲ୍ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି ସାମାଜିକ ନ୍ୟାୟ ମନ୍ତ୍ରୀ ଥାଓ୍ୱର ଚାନ୍ଦ ଗେହଲଟ […]
ଭୁବନେଶ୍ୱର : ଭୁବନେଶ୍ୱର ରୁଚିକା ମାର୍କେଟ୍ରେ ଅଗ୍ନିକାଣ୍ଡ। ମାର୍କେଟର ଏକାଧିକ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ତେବେ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି । ଅଗ୍ନିକାଣ୍ଡର କ୍ଷୟକ୍ଷତି ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।