ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍ ଖୁଆଇ ଅଡ଼ୁଆରେ ପୋଲିସ୍ ବାବୁ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ମୁମ୍ବାଇ : ଆଜିଠାରୁ ପୁଣି ଅନଶନରେ ବସିବେ ସମାଜସେବୀ ଆନ୍ନା ହଜାରେ। ଲୋକପାଳ ଆଇନ୍ କାର୍ଯ୍ୟକାରୀ କରିବା ଦାବିରେ ନିଜ ଗାଁ ରାଲେଗାଁ ସିଦ୍ଧିରେ ସେ ଆମରଣ ଅନଶନରେ ବସିବେ। ଆନ୍ନାଙ୍କ କହିବା କଥା, ଲୋକପାଳ ବିଲ୍ ଆଇନ୍ରେ ପରିଣତ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ମଧ୍ୟ ୫ ବର୍ଷ ହେଲାଣି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଟାଳି ଚାଲିଛନ୍ତି ଏବଂ ଏପର୍ଯ୍ୟନ୍ତ କାହିଁକି ଲୋକପାଳ […]
ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଅଶୋକ ଲାଭାସା ଏହି ବୈଠକରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନ ସଂପର୍କରେ ତଥ୍ୟ ପ୍ରଦାନ କରିବେ। ନିର୍ବାଚନ ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କର କ’ଣ ଭୂମିକା ଓ ଦାୟିତ୍ୱ ରହିବ ସେନେଇ ବୈଠକରେ ସୂଚନା ଦିଆଯିବ। […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଚାଲିଥିବା ବେଳେ ଏହି ସହରରେ କ୍ୟାବିନେଟ୍ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମ ଥର ପାଇଁ ପ୍ରୟାଗରାଜରେ ଏପରି କ୍ୟାବିନେଟ୍ ବୈଠକ ହୋଇଛି। କ୍ୟାବିନେଟ୍ର ସବୁ ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ମିରଠରୁ ପ୍ରୟାଗରାଜ ଯାଏ ଗଙ୍ଗା ନଦୀ କୂଳେ କୂଳେ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ୩୬ ହଜାର କୋଟି ଟଙ୍କା ବଜେଟର ଏହି […]
ନୂଆଦିଲ୍ଲୀ : ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇ ପିଲାଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗକୁ ପରୀକ୍ଷା ଋତୁ ଆସୁଥିବାରୁ ଆଜି ମୋଦି ଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ହଜାର ହଜାର ଛାତ୍ରାଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ। ପରୀକ୍ଷାବେଳେ ଚାପ ମୁକ୍ତ ରହିବା ସହ ପରୀକ୍ଷାରେ ବିଫଳ ହେଲେ ଜୀବନ ବିଫଳ ହୁଏ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ ଯୋଗୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗୁଳିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନ ହେଲେ ରୁବାନା କୋସର ତାଙ୍କ ପୁଅ ଫଜନ ଏବଂ ୯ ମାସର ଶିଶୁ କନ୍ୟା ଶବନମ। ସମୀବାର୍ତ୍ତୀ ଗାଁକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳି ଓ ବୋମାମାଡ଼ କରାଯାଇଥିଲା। ଏଥିରେ ସାଲୋଟ୍ରି ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। […]
ଭାରତୀୟ ବାୟୁ ସେନାର ଆଉ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆଜି ଉତ୍ତରପ୍ରଦେଶର କୁଶିନଗର ଠାରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଭିତରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ରୋହିତ କାଟୋଚ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ଆଜି ସକାଳେ ଏହି ଯୁଦ୍ଧ ବିମାନ ଗୋରଖପୁରସ୍ଥିତ ଏୟାର ବେସ୍ରୁ ରୁଟିନ ଅନୁଯାୟୀ ଉଡ଼ାଣ ଭରିଥିଲା। ଜନଗହଳି ପୂର୍ଣ୍ଣ କୁଶିନଗର ସହର ଉପରେ ଉଡୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ପାଇଲଟ ଉପସ୍ଥିତ ବୁଦ୍ଧି […]
ନୂଆଦିଲ୍ଲୀ: ଗୋଟେପଟେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ଫେରାଇ ପାକିସ୍ତାନ ଶାନ୍ତିର ବାର୍ତ୍ତ ଦେବାକୁ ଚାହୁଁଛି ବୋଲି ପ୍ରଚାର କରୁଛି। ହେଲେ ଅନ୍ୟପଟେ ତାଙ୍କୁ ଛାଡ଼ିବା ପୂର୍ବରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଭିଡିଓରେ ପାକିସ୍ତାନର ଆଉ ଏକ ଚାଲ୍ ଧରାପଡ଼ିଯାଇଛି। ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଏକ ଭିଡିଓ ପାକିସ୍ତାନ ଜାରି କରିଛି। ସେ ଭାରତ ଛାଡ଼ିବା ପୂର୍ବରୁ ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରସଂଶା କରୁଥିବା ଏବଂ […]