ନୂଆଦିଲ୍ଲୀ : ଆଜି ବି ବଛା ହୋଇପାରିଲେନି ସିବିଆଇ ନିର୍ଦ୍ଦେଶକ। ଆଜି ସିଲେକ୍ସନ କମିଟିର ଦ୍ୱିତୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏହି ବୈଠକ ବସିଥିଲା। କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିନଥିବାବେଳେ ଆସନ୍ତା ସପ୍ତାହରେ ପୁଣି ବୈଠକ ବସିବ। କମିଟିରେ ସର୍ବବୃହତ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ସହ ଆଲୋଚନା କରିଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ଟ ଲିଷ୍ଟ କରାଯାଇଥିବା ୭୯ […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାର ଲସିପୋରାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ଜବାବ୍ ଦେଇଥିଲେ। ଏନ୍କାଉଣ୍ଟରରେ ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଇବା ସଂଗଠନ ପାଇଁ କାମ କରୁଥିବା ସୂଚନା ମିଳିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଭୋର ୪ଟାରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍ରେ ୫୫ରାଷ୍ଟ୍ରୀୟ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଆଜି ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍ ଉତ୍କ୍ଷେପଣ କରାଯିବ। ଏହି ସାଟେଲାଇଟ୍ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ। ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାର ଉତ୍କ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସକାଳ ୬ଟା ୨୭ରୁ ଅବଗଣନା ଆରମ୍ଭ ହୋଇଛି। ୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ କରାଯିବ। […]
ବେଙ୍ଗାଲୁରୁ : ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟିଡେ( HAL) ଏୟାରପୋର୍ଟରେ ମିରାଜ୍-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ। ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏୟାରକ୍ରାଫ୍ଟଟି କିଛି ଦିନ ପୂର୍ବରୁ ହାଲ୍ ପକ୍ଷରୁ ନବୀକରଣ ଓ ବିକଶିତ କରାଯାଇଥିଲା। ଆଜି ଏହାର ପରୀକ୍ଷାମୂଳକ ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳେ ୟମାଲୁରୁ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣର କିଛି ସମୟ ଭିତରେ ଜଣେ ପାଇଲଟ୍ ଏୟାରକ୍ରାଫ୍ଟରୁ ଛିଟକି ଯାଇଥିବାବେଳେ ଜଣେ ଭିତରେ ରହିଥିଲେ। ଗଭୀର ଆଘାତ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ପୂର୍ବରୁ ସିଧାସଳଖ କୃଷକଙ୍କୁ ଲାଞ୍ଚ ଦେବା ଲାଗି ସରକାର ବ୍ୟବସ୍ଥା କରିଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, ଦିନକୁ ୧୭ ଟଙ୍କା ଚାଷୀଙ୍କୁ ଦିଆଯିବା ହାସ୍ୟାସ୍ପଦ। ତା ଛଡ଼ା ଆଜିର ବଜେଟକୁ ସରକାର ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କହୁଛନ୍ତି। ଆଉ ଦୁଇ ମାସ ପରେ […]
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଥିବା ମୋଦି ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟରେ ଲୋକପ୍ରିୟତାର ଝଲକ ଦେଖିବାକୁ ମିଳିଛି। କରଦାତା ଓ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଆଗାମୀ ୫ ବର୍ଷରେ ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ରାଷ୍ଟ୍ରରେ ପରିଣତ ହେବାକୁ ଯାଉଥିବା ଭାରତରେ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। ବଜେଟରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି-ପିଏମ୍ କିଷାନ ନାଁରେ […]
ନୂଆଦିଲ୍ଲୀ: ହୋଲିକା ଦହନ ସହ ସାରା ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଛି ରଙ୍ଗର ପାରମ୍ପରିକ ପର୍ବ ହୋଲି। ବିଭିନ୍ନ ସ୍ଥାନରେ ହୋଲିକାର ପୂଜା ସହ ପରଷ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ପଂଜାବ ଅମୃତସରରେ ବିଏସ୍ଏଫ୍ କ୍ୟାମ୍ପରେ ମଧ୍ୟ ଯବାନମାନେ ହୋଲିକା ଦହନ ପର୍ବ ପାଳନ କରିଥିଲେ। ରାତିରେ ଯବାନମାନେ ସ୍ୱତନ୍ତ୍ର ପୂଜା ପାଠ ସହ ନିଆଁ ଲଗାଇଥିଲେ। ଏହାପରେ ପରଷ୍ପରକୁ ରଙ୍ଗ ଲଗାଇ ନାଚି ଗାଇ ହୋଲି ଉତ୍ସବ ପାଳନ କରିଥିଲେ।
ନୂଆଦିଲ୍ଲୀ : ନୂଆ ଗାଡ଼ି କିଣିବାବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସକୁ ଗୁରୁତ୍ୱ। କାର୍ ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ୩ ବର୍ଷ ଓ ବାଇକ୍ ପାଇଁ ୫ ବର୍ଷ କରିବା ବାଧ୍ୟତାମୂଳକ। ଗାଡ଼ି ରେଜିଷ୍ଟ୍ରେସନ କଲାବେଳେ ଏହି ଇନସ୍ୟୁରାନ୍ସ ପ୍ରିମିୟମ ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି । ଗତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାବେଳେ, […]