ଥିରୁଅନନ୍ତପୁରମ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ଥିରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ରାହୁଲ ପୂଜା କରିବା ପାଇଁ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇଥିଲେ। ବ୍ରହ୍ମଗିରି ପାହାଡ଼ ଉପରେ ଥିବା ଏହି ମନ୍ଦିରର ବେଶ ପ୍ରସିଦ୍ଧି ରହିଛି। ପାରମ୍ପରିକ ବେଶଭୂଷାରେ ରାହୁଲ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ରାହୁଲ ଗାନ୍ଧି ୱାୟନାଡରୁ ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ସହ କେରଳର ୱାୟନାଡ୍ […]
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆହୁରି କ୍ଷମତାଶାଳୀ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି। ଉରି ଆକ୍ରମଣ ପରେ ମଧ୍ୟ ସରକାର ଭାରତୀୟ ସେନାକୁ ଅସ୍ତ୍ର କିଣିବା ନେଇ ଜରୁରୀକାଳୀନ କ୍ଷମତା ପ୍ରଦାନ କରିଥିଲା। ତେବେ ପୁଲୱାମା ଘଟଣା ପରେ ସେନା କେବେ କେଉଁ ଭଳି ଅସ୍ତ୍ର କିଣିବାକୁ ଚାହୁଁଛି, ସେନେଇ କ୍ଷମତାକୁ ଆହୁରି ବ୍ୟାପକ କରାଯାଇଛି ବୋଲି ଖବର ସରାବରାହ ସଂସ୍ଥା ANIକୁ ଏକ […]
ପ୍ରୟାଗରାଜ୍ : କୁମ୍ଭମେଳାରେ ଅଘଟଣ। ପ୍ରୟାଗରାଜ୍ରେ ଚାଲିଥିବା କୁମ୍ଭମେଳାର ଗୋଟିଏ ଭାଗରେ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ମୁତାବକ ନିଆଁ ଲାଗିଯିବା ଫଳରେ ଦୁଇଟି ଟେଣ୍ଟ ପୋଡ଼ି ଯାଇଛି। ଆଂଶିକ ଭାବେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ କୁମ୍ଭମେଳାରେ ବଢ଼ିବାରେ ଲଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଗତକାଲି ସାହି ସ୍ନାନ ଥିବାରୁ ଲୋକେ ବୁଡ଼ ପକାଇଛନ୍ତି। ତେବେ ଆଜି ବି ବହୁ ସଂଖ୍ୟାରେ ଲୋକ କୁମ୍ଭକୁ […]
ଲଣ୍ଡନ : ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବା ଲାଗି ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନ୍ ସରକାରଙ୍କ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ୧୪ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ମାଲ୍ୟା। ମାଲ୍ୟାଙ୍କ ବିରୋଧରେ ବ୍ୟାଙ୍କ ଋଣ ପରିଶୋଧ ନକରିବା ଅଭିଯୋଗ ରହିଛି। ୯ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ଭାରତ ଛାଡ଼ି ବ୍ରିଟେନ ପଳାଇଛନ୍ତି ବିଜୟ ମାଲ୍ୟା।
ପାଟନା: ବିହାରର ନୱାଦା ନିର୍ବାଚନମଣ୍ଡଳୀର ୨୭୦ ନମ୍ବର ବୁଥ୍ରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଆର୍ଜେଡି ଓ ଏନ୍ଡିଏ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏନ୍ଡିଏର ଅଂଶୀଦାର ଲୋକ ଜନଶକ୍ତି ପାର୍ଟିରୁ ଚନ୍ଦନ କୁମାର ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ଆର୍ଜେଡି ନେତ୍ରୀ ବିଭା ଦେବୀ ମଇଦାନରେ ଅଛନ୍ତି।
ନୂଆଦିଲ୍ଲୀ : ଆଜି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଋଷିକୁମାର ଶୁକ୍ଲା। ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ଋଷିକୁମାର। ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ସେ। ଗତ ସପ୍ତାହରେ ସିବିଆଇ ମୁଖ୍ୟ ଭାବେ ମଧ୍ୟପ୍ରଦେଶ ପୁଲିସ୍ ଡିଜିଙ୍କୁ ନିଯୁକ୍ତି ମିଳିଥିଲା। ୧୯୮୩ ବ୍ୟାଚ୍ର ଆଇପିଏସ୍ ଋଷି କୁମାରଙ୍କୁ ସିବିଆଇ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ଲାଗି ଚୟନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ […]
କୋଲକାତା: କୋଲକାତାରେ ହଟହଟା ସିବିଆଇ ଅଧିକାରୀ। ଚିଟ୍ଫଣ୍ଡ ମାମଲା ନେଇ ପୁଲିସ୍ କମିଶନର ରାଜୀବ କୁମାରଙ୍କ ବାସଭବନକୁ ଯିବା ବେଳେ ଅଟକାଇଲା ପୁଲିସ୍। ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ଅଟକ ରଖି ଥାନାକୁ ନେଇଯାଇଥିଲା ପୁଲିସ୍। ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ୍ କମିଶନରଙ୍କ ଘରେ ପହଞ୍ଚିଥିଲେ। ରୋଜ୍ଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାରେ ତଦନ୍ତ ପାଇଁ ସିବିଆଇ ପୁଲିସ୍ କମିଶନରଙ୍କ ଘରୁ ଯାଇଥିବା ଜଣାପଡ଼ିଛି। ଏହି […]