ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ କାର୍ଯ୍ୟରତ ଉପେନ୍ଦ୍ର ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଡାକ୍ତରଙ୍କ ପାଖକୁ ନେଇଯିବାକୁ କହି ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଭୂଷଣ୍ଡପୁର ଗାଁର ଏହି ମହିଳା ଜଣକ ଶୁକ୍ରବାର ନିଜ ବାପାଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ। ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ମହିଳା ଜଣଙ୍କୁ ଡାକ୍ତରଙ୍କ ଚ୍ୟାମ୍ବର ପାଖକୁ ନେଇଯିବାକୁ […]
ମାଲକାନଗିରି: ଚିତ୍ରକୋଣ୍ଡାରେ ବିଏସ୍ଏଫ୍ ଯବାନ ଦେଖାଇଛନ୍ତି ମାନବିକତା। ପ୍ରସୂତିଙ୍କୁ ଗୁରୁପ୍ରିୟା ନଦୀ ପାର କରାଇଛନ୍ତି ଯବାନ। ଡଙ୍ଗାରେ ନଦୀ ପାର କରାଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଜନ୍ତାପାଇ ଗ୍ରାମର ପ୍ରସୂତି ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଖବର ପାଇ ବଡ଼ପଡ଼ା କ୍ୟାମ୍ପର ବିଏସ୍ଏଫ୍ ଯବାନମାନେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ପ୍ରସୂତିଙ୍କୁ ଡଙ୍ଗାରେ ବସାଇ ନଦୀ ପାର କରାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ନୂଆଦିଲ୍ଲୀ : ପାକିସ୍ତାନରେ ଶାରୀରିକ ନୁହେଁ ବରଂ ପ୍ରବଳ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଗତକାଲି ପାକିସ୍ତାନରୁ ଫେରିବା ପରେ ଆଜି ଅଭିନନ୍ଦନ ଏ ସମ୍ପର୍କରେ ପ୍ରକାଶ କରିଥିବା ସୂଚନା ମିଳିଛି। ସେପଟେ ଅଭିନନ୍ଦନଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆଦିଲ୍ଲୀସ୍ଥିତ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ଭେଟି ତାଙ୍କ ସାହସ ଓ ପ୍ରତିବଦ୍ଧତା ପାଇଁ ସାରା ଦେଶ ଆଜି ଗର୍ବ କରୁଥିବା […]
ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଟ୍ରକ୍ ଧକ୍କାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ କାରଖାନାର ସିକ୍ୟୁରିଟି ଗାର୍ଡଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କର୍ମଚାରୀମାନେ କାରଖାନାର ଫାଟକ ବନ୍ଦ କରି ଧାରଣାରେ ବସିଛନ୍ତି।
ନୂଆଦିଲ୍ଲୀ: ଭାରତ ଓ ଆମେରିକାର ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ନିଜର ସ୍ଥିତି ସୁଧାରିବାକୁ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରିବା ପରି ଲାଗୁଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ରାଷ୍ଟ୍ରପତି ମମନୁନ ହୁସେନ୍ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ଦ୍ୱାରା ପ୍ରତିବନ୍ଧିତ ବ୍ୟକ୍ତି ଏବଂ ଲଶ୍କର-ଏ-ତୋଏବା, ଅଲକଏଦା ଓ ତାଲିବାନ ପରି ସଂଗଠନ […]
ନୂଆଦିଲ୍ଲୀ : ପାକିସ୍ତାନର ପ୍ରୋପାଗାଣ୍ଡା। ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ମୁହଁରେ ନିଜର ପ୍ରଶଂସା କରାଇବାକୁ ଇସଲାମାବାଦର ଅପଚେଷ୍ଟା। କୁହାଯାଉଛି ସେଥିପାଇଁ ଲାହୋରରେ ISI ତରଫରୁ ପ୍ରସ୍ତୁତ କରାଯାଇଥିଲା। ଏହି ଭିଡ଼ିଓ ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ପ୍ରତି ଭଲ ବ୍ୟବହାର କରିଥିବା ଅଭିନନ୍ଦନ କହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଭିଡ଼ିଓରେ ଅନେକ କଟ୍ ଅଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଓ୍ୱିଙ୍ଗ୍ କମାଣ୍ଡରଙ୍କୁ ଚାପ ପକାଇ ଓ ତାଙ୍କ ଶବ୍ଦକୁ ଏପଟ ସେପଟ କରି ନିଜକୁ ସୁହାଇବା […]
ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ‘ଫାଲକନ ହେଭି’ ମହାକାଶକୁ ଯାଇଛି। ଘରୋଇ କମ୍ପାନୀ SPACE X ପକ୍ଷରୁ ଏହାକୁ ଉତ୍କ୍ଷେପନ ହୋଇଯାଇଛି। ଆମେରିକାର ଫେ୍ଲାରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତ୍କ୍ଷେପଣ ଗତକାଲି ହୋଇଛି। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦ ଫୁଟ୍ ରହିଛି। ରକେଟ୍ରେ ୨୭ଟି ଶକ୍ତିଶାଳୀ ଇଂଜିନ ରହିଛି। ଏହା ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଏକ କାରକୁ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ […]
ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଲେ ଓ ପୁଣି ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବାତ କରାଇ ଦେଲେ। ଏହାପରେ ଫେରାର ହୋଇଗଲେ ଧୋକ୍କାବାଜ୍ ପ୍ରେମିକ। ଏପରି ଏକ ଅଭିଯୋଗ ଘଟିଛି ଗଜପତି ଜିଲ୍ଲାରେ। ରାୟଗଡ଼ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଅଭିଯୁକ୍ତ ରାଜୁ ଗୌଡ଼କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ରାୟଗଡ଼ ଥାନା ସୋରଡ଼ା ଗାଁରେ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ, ରାଜୁ […]
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ ଦିଆଯାଇଛି। ନିଜ ବାହିନୀର କମାଣ୍ଡୋ ସୁରକ୍ଷା ପାଇଁ ମୁତୟନ ରହିବେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ମୁଖ୍ୟଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। […]
ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟର୍ପଣ ପୂର୍ବରୁ […]
ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଭଲ ରହିଛି। ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ଅନୁଭବ କରିବେ। ସ୍ୱାଦିଷ୍ଟ ଭୋଜନ ଖାଇବେ। କର୍କଟ: କୌଣସି ପ୍ରସଙ୍ଗକୁ […]
ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା। ପାକିସ୍ତାନ ସୈନ୍ୟ ତାଙ୍କୁ ଧରିନେଇ ଭୟଙ୍କର ଶାରୀରିକ ନିର୍ଯାତନା ଦେଇଥିଲେ। ଏମିତିକି ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଉଦ୍ଧାର କରିବା […]
ନୂଆଦିଲ୍ଲୀ: ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏ ପ୍ରସଙ୍ଗ ନେଇ ଆଜି ସଂସଦରେ ଏକାଠି ହୋଇଛନ୍ତି ୨୧ଟି ବିରୋଧୀ ରାଜନୈତିକ ଦଳର ନେତା। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଦେଶବାସୀଙ୍କ ସାଙ୍ଗରେ ଥିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ଭାରତୀୟ ବାୟୁସେନା କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ପାଇଲଟ୍ ନିଖୋଜ ହୋଇଥିବାରୁ ଏଥିପାଇଁ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା। ସେହିପରି ଯବାନଙ୍କ ବଳିଦାନକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି […]
ଗାନ୍ଧିନଗର: ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବାବେଳେ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁରେ ବସ୍ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ପରେ ବସ୍କୁ ଡ୍ରାଇଭର ଜଣକ ରାସ୍ତା କ଼ଡ଼କୁ ନେଇ ଯାଇଥିଲେ। ଏହାପରେ ବସ୍ରେ ନିଆଁ ଲାଗିବା ଅବସ୍ଥାରେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍ ସେନା ଦାବି କରିଛି। ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ […]
ନୂଆଦିଲ୍ଲୀ: ଗଠନ ହେବ ରେଳବାଇର ନୂଆ ଜୋନ୍। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁସାରେ ଏହି ଜୋନ୍ ଗଠନ କରାଯିବା ସହ ଏହାକୁ ସାଉଥ୍ କୋଷ୍ଟ ରେଲେଓ୍ୱ ନାଁରେ ନାମିତ କରାଯାଇଛି। ସବୁ ପକ୍ଷଙ୍କ ସହ ବଚାରବିମର୍ଶ ପରେ ନୂଆ ଜୋନ୍ ଗଠନ ଲାଗି ନିଷ୍ପତ୍ତି ହୋଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ବିଶାଖାପାଟଣା ସାଉଥ୍ କୋଷ୍ଟ ରେଲୱେର ମୁଖ୍ୟାଳୟ ରହିବ ଗୁଣ୍ଟକଲ, ଗୁଣ୍ଟୁର୍ ଓ ବିଜୟଓ୍ୱାଡ଼ା ଡିଭିଜନ୍ କୁ ଏଥିରେ ସାମିଲ କରାଯାଇଛି। ସେହିପରି […]
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା। କ୍ଷମତାଶୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଫ୍ଲୋର୍ ଟେଷ୍ଟଦେବ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି […]