କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର କରାଯିବ ନାହିଁ ବୋଲି ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ […]
କୋଏମ୍ବାଟୁର୍ : ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଏମ୍ବାଟୁର୍ ସ୍ଥିତ ଇଶା ଯୋଗ ସଂସ୍ଥାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହାଶିବରାତ୍ରୀ ଉପଲକ୍ଷେ ଏଠାରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ। ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଇସା ଯୋଗ ସଂସ୍ଥା ପ୍ରତିଷ୍ଠାତା ସଦ୍ଗୁରୁ ଯାଗୀ ବାସୁଦେବ ଉପସ୍ଥିତ ଥିଲେ। ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା, ଆଳତୀ ସହ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ। ଏହି ଅବସରରେ ପୁଲୱାମା ହମ୍ଲାରେ ସହିଦଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେହିପରି […]
ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯାଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨ ଜଣ ସାଂସଦ ତାଙ୍କୁ ମାରପିଟ୍ […]
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍କାଉଣ୍ଟର । ପୋଲସରା କାକୁଡିଆଇ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ […]
ମାଲକାନଗିରି: ଗତକାଲି ଛତିଶଗଡ଼ ସୁକ୍ମା ଜିଲ୍ଲାର ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଯବାନ ଆହତ ହୋଇଛନ୍ତି। ପ୍ରାୟ ୫ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ମାଓବାଦୀଙ୍କର ବହୁତ କ୍ଷତି ହୋଇଛି। ଅନେକ ନକ୍ସଲ ସେମାନଙ୍କ ସାଥୀଙ୍କୁ ବୋହି ନେଉଥିବାର ଟିମ୍ କମାଣ୍ଡର ଦେଖିଛନ୍ତି ବୋଲି ସୂଚନା […]
ଇସ୍ଲାମାବାଦ୍ : ଆତଙ୍କବାଦୀ ସଂଗଠନ ଜୈଶ୍- ଇ- ମହମ୍ମଦର ମୁଖ୍ୟ ମସୁଦ ଆଝରର ମୃତ୍ୟୁ ହୋଇନି। ଏହି ଖବରକୁ ଖଣ୍ଡନ କରିଛି ପାକିସ୍ତାନୀ ଗଣମାଧ୍ୟମ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଜହରର ମୃତ୍ୟୁ ହୋଇନାହିଁ। ପାକ୍ ମିଡିଆ ଜିଓ ଟିଭି ପକ୍ଷରୁ କୁହାଯାଇଛି ଯେ, ମସୁଦ ଏବେ ବି ଜୀବିତ ଅଛି। ଏ ସଂପର୍କରେ କିନ୍ତୁ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗତକାଲି ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ, […]
ଯାଜପୁର: ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ। ଯାଜପୁର କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ଅଧରେ ଟାଟା ଷ୍ଟିଲର ସିକ୍ୟୁରିଟି ଗାର୍ଡ ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍କୁଲ ପିଲା ସିକ୍ୟୁରିଟି କର୍ମଚାରୀଙ୍କୁ ପଥର ଫିଙ୍ଗୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ଏପରି କାଣ୍ଡ ପ୍ରତିବାଦ କରି ଲୋକେ ଗୋବରଘାଟିରେ ଏନ୍ଏଚ୍-୨୦୦କୁ ଅବରୋଧ […]
ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ […]
ଭୁବନେଶ୍ୱର : ଅାଜି ବିଜେପିରେ ସାମିଲ୍ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅାୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି । ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଅାସିବା ସହ କଂଗ୍ରେସରେ […]
ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ, PMSYM ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ଦିଆଯିବ। ଏପରିକି ଉଠା ଦୋକାନୀ, ରିକ୍ସା ଚାଳକ, ମଧ୍ୟାହ୍ନ ଭୋଜନ ଶ୍ରମିକ, ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, ମୋଚି, ଘରେ କାମ କରୁଥିବା ଲୋକ, ବିଡି ଶ୍ରମିକ, ଧୋବା, କୁଟୀର ଶିଳ୍ପରେ କାମ ଥିବା ଶ୍ରମିକ ସାମିଲ ହୋଇପାରିବେ। ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ […]
ଭୁବନେଶ୍ୱର : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ । କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ […]
ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ। ଆଜିଠାରୁ ୬ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି, ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କୋର୍ଟ ଖୋଲା ରହିବ ନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍ ମଧ୍ୟ ବନ୍ଦ ରଖାଯିବ। ଏହା ସହିତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ […]
ବରଗଡ଼ : ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର । ୩ ପ୍ରମୁଖ ଦଳର କ୍ୟାମ୍ପେନ୍ରେ ଉଠୁଛି ପଡୁଛି ପ୍ରଚାର ମୈଦାନ । ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ । ବିଜେଡି ନେତ୍ରୀ ରୀତା ସାହୁଙ୍କ ପାଇଁ ଗାଇସିଲାଟ ବ୍ଲକ ଅଞ୍ଚଳରେ ପ୍ରଚାର କରିଛନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଅଭିନେତା ଅରିନ୍ଦମ ଦାସ ଉଭୟ ଷ୍ଟାରଙ୍କ ସହ ଦଳର […]
ଭୁବନେଶ୍ୱର: କୁନ୍ଦୁଲି ଘଟଣା ନେଇ କଂଗ୍ରେସ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଚଳାଇଛି। ସୋମବାର ପ୍ରଥମେ ଭୁବନେଶ୍ୱର ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ। ଏହାପରେ କଟକ, ରାଉରକେଲା, ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏ ନେଇ ସୂଚନା ଦେଇଛନ୍ତି। ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶଗରିଆ। ଆଇନ ତା’ ବାଟରେ ଯିବ କହି ତଦନ୍ତକୁ […]
ତେହେରାନ୍ : ଇରାନ୍ର ଏକ ଯାତ୍ରୀବାହୀ ବିମାନ ଜାଗ୍ରୋସର ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୫୦ରୁ ଅଧିକ ଲୋକ ଥିଲେ । ଖବର ଅନୁସାରେ, ବିମାନ ଦୁର୍ଘଟଣାରେ ୬୬ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଇରାନ୍ର ଅସମନ୍ ଏୟାର ଲାଇନ୍ସର ପ୍ରବକ୍ତା ସରକାରୀ ଟିଭିକୁ ଏହି ସୂଚନା ଦେଇଛନ୍ତି । ଦେଶର ଆପାତ୍ତକାଳୀନ ସେବାର ପ୍ରମୂଖ ସ୍ଥାନୀୟ ମିଡିଆକୁ ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ […]
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଜାତୀୟ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ସୁରକ୍ଷା ପରିଷଦ ବୈଠକରେ ସୁରକ୍ଷା କ୍ୟାବିନେଟ କମିଟିର ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଉପସ୍ଥିତ ଥିଲେ। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା […]
ରାୟଗଡ଼ା: କଲ୍ୟାଣସିଂହପୁର ଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଶିପୁର ବ୍ଲକ ବଦଲଝରଣ ଗାଁ ନିକଟରେ ଥିବା ଜଙ୍ଗଲରୁ ଏହି ନାବାଳିକାର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ମୃତକ ଜଣକ ଡଙ୍ଗାସିଲ ପଞ୍ଚାୟତ ବଦଲଝର ଗାଁର ବୋଲି ଜଣାପଡ଼ିଛି। ନାବାଳିକା ଜଣକ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାଶୀପୁର ବ୍ଲକ୍ ଡଙ୍ଗାସିଲ ଥାନାରେ ମାମଲା […]
ଭୁବନେଶ୍ୱର : ସରକାର-ଶିକ୍ଷକ ସଂଘ ମିଳିତ ମଞ୍ଚର ବୈଠକ ଶେଷ ହୋଇଛି । କିନ୍ତୁ କୌଣସି ସମାଧାନର ସୂତ୍ର ବାହାରିପାରିଲା ନାହିଁ । ତେବେ ସରକାରଙ୍କ ସହ ଅାଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଭାବେ ହୋଇଛି । ବୈଠକ ଶେଷରେ ମଞ୍ଚର ଅାବାହକ ଗୋଲକ ନାୟକ ସୂଚନା ଦେଇଛନ୍ତି ଯେ, କାଲି ସମାବେଶ ନକରି ପରୀକ୍ଷାରେ ସହଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କିନ୍ତୁ ଏନେଇ ନିଷ୍ପତ୍ତି ହୋଇ ନାହିଁ । ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଅାଯିବ […]
ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ ମରିଛି କି ଜୈଶ୍-ଏ- ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର ? ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଚର୍ଚ୍ଚା ଜୋର। ତେବେ ଏନେଇ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ୨୬ ତାରିଖରେ ଭାରତୀୟ ବାୟୁସେନା, ଆତଙ୍କବାଦୀ ସଂଗଠନ ଜୈଶ୍-ମହମ୍ମଦର ବାଲାକୋଟ୍ ପ୍ରଶିକ୍ଷଣ ଶିବିର ଉପରେ କରିଥିବା ହମ୍ଲାରେ ମାସୁଦ୍ ଗୁରୁତର ଆହତ ହୋଇଥିଲା। ତାଙ୍କୁ ପାକିସ୍ତାନର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]
ନୂଆଦିଲ୍ଲୀ : ପାକିସ୍ତାନ କବଳରୁ ମୁକୁଳିବା ପରେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ କରାଯାଇଥିବା ସ୍ୱାସ୍ଥ୍ୟ ପରୀକ୍ଷାର ରିପୋର୍ଟ ଆସିଛି। ଅଭିନନ୍ଦନଙ୍କ ଶରୀରରେ କୌଣସି ପ୍ରକାର ବାହ୍ୟ ପଦାର୍ଥ ନାହିଁ ବୋଲି ଏମ୍ଆରଆଇ ରିପୋର୍ଟରୁ ଜଣାଯାଇଛି। ତେବେ ତାଙ୍କ ମେରୁଦଣ୍ଡର ତଳ ଭାଗରେ ଆଘାତ ଲାଗିଥିବା ଜଣାପଡ଼ିଛି। ମିଗ୍-୨୧ରୁ ଖସି ପଡ଼ିବାରୁ ଏହି ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ତାଙ୍କୁ ପାକିସ୍ତାନରେ ଶାରୀରିକ ନିର୍ଯାତନା ଦିଆଯାଇନଥିବା ନେଇ ଗତକାଲି ଅଭିନନ୍ଦନ କହିଥିଲେ। ଆଜିର ସ୍ୱାସ୍ଥ୍ୟ ରିପୋର୍ଟ ଆସିବା […]
ଭାରତରେ ୫ଜି ଟେକ୍ନୋଲୋଜିର ବିକାଶ ପାଇଁ ଏକ ୩୦୦କୋଟିର ପ୍ରୋଜେକ୍ଟ ପାଇଁ ୫ଟି ଭାରତୀୟ ଆଇଆଇଟି ସଂସ୍ଥାନ ୨୦୦ରୁ ଅଧିକ ରିସର୍ଚ୍ଚର ଓ ଟିଚର୍ସଙ୍କ ସହ ହାତ ମିଳାଇଛନ୍ତି । ଦୂର ସଂଚାର ବିଭିଗର ଏହି ପ୍ରୋଜେକ୍ଟକୁ ସବୁଠୁ ବଡ ପ୍ରୋଜେକ୍ଟ ବୋଲି କୁହାଯାଉଛି । ଏହି ପ୍ରୋଜେକ୍ଟରେ ଟେକ୍ନୋଲୋଜି କମ୍ପାନୀ, ଟେଲିକମ୍ ଅପେଟର୍ସ ଏକାଡେମିକ୍ ଓ ଷ୍ଟାର୍ଟ-ଅପରେ ୫ଜିର ଟେଷ୍ଟ କରାଯିବ , ଏଇଥି ପାଇଁକି ଏହା ଉପରେ ଅଧିକ ରିସର୍ଚ କରାଯାଇପାରିବ । ଆଇଆଇଟି […]