ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ତାଣ୍ଡବ । ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ , ମାଓବାଦୀମାନେ ରାତିରେ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାଖାପାଖି ୨୦ଜଣ ମାଓବାଦୀ ସୋମବାର ରାତିରେ ଆସି ହତ୍ୟା କରିଥିବା ଜଣାପଡିଛି । ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ମଧ୍ୟ ଅପହରଣ […]
କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ , ସୁରକ୍ଷା କର୍ମୀମାନେ ସୋମବାର ଦିନ ଏଲାଇନଗର ଦିଲ୍ଲାର ଦାରା-ଏ-ସଙ୍ଗର ଅଂଚଳରେ ଥିବା ବିଦ୍ରୋହିଙ୍କ ଏକ ଆଡ୍ଡା ଉପରକୁ ଅତର୍କିତ ଚଢାଉ […]
ଭୁବନେଶ୍ୱର: ପୁଣି ଥରେ ଧାରଣାକୁ ଓହ୍ଲାଇବେ ରେଲୱେ ଆଶାୟୀ ପ୍ରାର୍ଥୀ। ରେଲୱେ ଗ୍ରୁପ-ଡ଼ି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କିଛି ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହରେ ପୁନର୍ବାର ଛାତ୍ରଛାତ୍ରୀମାନେ ଧାରଣା କରିପାରନ୍ତି ବୋଲି ସୂଚନା ମିଳିଛି। ବୟସ ସୀମାରେ ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଗତ ଫେବୁଆରୀ ୧୭ ରେ ରାଜଧାନୀ ସ୍ଥିତ ରେଲ ସଦନ ସମ୍ମୁଖରେ ଧାରଣାରେ ବସିଥିଲେ। ମାତ୍ର ପରେ ସେମାନଙ୍କ ଦାବି ପୂରଣ ନେଇ ରେଲୱେ ଅଧିକାରୀଙ୍କ ଆଶ୍ୱାସନ ପରେ ଧାରଣାରୁ ଓହରିଥିଲେ। “ଯଦି […]
ଭୁବନେଶ୍ୱର: ଅଗ୍ନି ନିର୍ବାପନ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ଅଗ୍ନିଶମ ବିଭାଗ ରାଜଧାନୀର ୧୩ଟି ପ୍ରତିଷ୍ଠାନକୁ ଆଜି ନୋଟିସ୍ ଜାରି କରିଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଏହି ୧୩ଟି ସଂସ୍ଥା ମଧ୍ୟରେ ହୋଟେଲ, ମଲ୍, ଓ ଜୁଏଲାରୀ ସପ୍ ରହିଛି। ତେବେ ୨ ମାସ ମଧ୍ୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବାକୁ ନୋଟିସରେ ଉଲ୍ଲେଖ ରହିଛି।
ଜଳେଶ୍ୱର : ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେବାର ଅଭିଯୋଗ । ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ । ଭୋଗରାଇ ଖଳାଗଡ଼ଇ ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ ଠାରୁ ବାଇକ, ସୁନା ଚେନ ଓ ମୁଦି ଲୁଟିନେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକ […]
ଭୁବନେଶ୍ୱର: ଅଡୁଆରେ ପଡିଲେ ସିନେ ଅଭିନେତା ଅନୁଭବ ମହାନ୍ତି! ତେବେ ଏହି କଥା ଶୁଣିବାପରେ ସମସ୍ତଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଏହାର କାରଣ ଜାଣିବା ପାଇଁ। ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗାଡିକୁ କିଛି ବିଜେପି କର୍ମୀ ଘେରି ଯିବାଫଳରେ ଅଡୁଆରେ ପଡିଯାଇଥିଲେ ଅନୁଭବ। ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରକୁ ଓହ୍ଲାଇଥିବା ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି ଅନୁଭବଙ୍କୁ। ସୂଚନାଥାଉକି, ଆଜି ପ୍ରଚାର ବେଳେ […]
ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍ ନିକଟରେ ମୁଖ୍ୟମନ୍ତ୍ରୀଙ୍କ […]
ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ । ରାଉରକେଲା ନର୍ସିଂହୋମ୍ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି । ୬ଦିନର ଶିଶୁ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର । ମୃତ୍ୟୁ ପରେଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଗଣ୍ଡଗୋଳ ଅାଶଙ୍କାରେ ନର୍ସିଂହୋମ ଅାଗରେ ପୋଲିସ୍ ମୁତୟନ କରାଯାଇଛି । ଶନିବାର ନର୍ସିଂହୋସ୍ରେ […]
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର କରାଯିବ ନାହିଁ ବୋଲି ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ […]
କୋଏମ୍ବାଟୁର୍ : ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଏମ୍ବାଟୁର୍ ସ୍ଥିତ ଇଶା ଯୋଗ ସଂସ୍ଥାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହାଶିବରାତ୍ରୀ ଉପଲକ୍ଷେ ଏଠାରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ। ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଇସା ଯୋଗ ସଂସ୍ଥା ପ୍ରତିଷ୍ଠାତା ସଦ୍ଗୁରୁ ଯାଗୀ ବାସୁଦେବ ଉପସ୍ଥିତ ଥିଲେ। ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା, ଆଳତୀ ସହ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ। ଏହି ଅବସରରେ ପୁଲୱାମା ହମ୍ଲାରେ ସହିଦଙ୍କ ସ୍ମୃତି ଚାରଣ କରାଯାଇଥିଲା। ସେହିପରି […]
ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯାଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨ ଜଣ ସାଂସଦ ତାଙ୍କୁ ମାରପିଟ୍ […]
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍କାଉଣ୍ଟର । ପୋଲସରା କାକୁଡିଆଇ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ଠାରୁ ଗୋଟିଏ ମାଉଜର, ୨ ଅଫୁଟା ଗୁଳି ଓ ବାଇକ୍ ଅାଦି ଜବତ କରାଯାଇଛି । ବୁଚି ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଥିବା ନେଇ […]
ମାଲକାନଗିରି: ଗତକାଲି ଛତିଶଗଡ଼ ସୁକ୍ମା ଜିଲ୍ଲାର ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଯବାନ ଆହତ ହୋଇଛନ୍ତି। ପ୍ରାୟ ୫ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ମାଓବାଦୀଙ୍କର ବହୁତ କ୍ଷତି ହୋଇଛି। ଅନେକ ନକ୍ସଲ ସେମାନଙ୍କ ସାଥୀଙ୍କୁ ବୋହି ନେଉଥିବାର ଟିମ୍ କମାଣ୍ଡର ଦେଖିଛନ୍ତି ବୋଲି ସୂଚନା […]
ଇସ୍ଲାମାବାଦ୍ : ଆତଙ୍କବାଦୀ ସଂଗଠନ ଜୈଶ୍- ଇ- ମହମ୍ମଦର ମୁଖ୍ୟ ମସୁଦ ଆଝରର ମୃତ୍ୟୁ ହୋଇନି। ଏହି ଖବରକୁ ଖଣ୍ଡନ କରିଛି ପାକିସ୍ତାନୀ ଗଣମାଧ୍ୟମ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଜହରର ମୃତ୍ୟୁ ହୋଇନାହିଁ। ପାକ୍ ମିଡିଆ ଜିଓ ଟିଭି ପକ୍ଷରୁ କୁହାଯାଇଛି ଯେ, ମସୁଦ ଏବେ ବି ଜୀବିତ ଅଛି। ଏ ସଂପର୍କରେ କିନ୍ତୁ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗତକାଲି ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ, […]
ଯାଜପୁର: ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ। ଯାଜପୁର କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ଅଧରେ ଟାଟା ଷ୍ଟିଲର ସିକ୍ୟୁରିଟି ଗାର୍ଡ ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍କୁଲ ପିଲା ସିକ୍ୟୁରିଟି କର୍ମଚାରୀଙ୍କୁ ପଥର ଫିଙ୍ଗୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ଏପରି କାଣ୍ଡ ପ୍ରତିବାଦ କରି ଲୋକେ ଗୋବରଘାଟିରେ ଏନ୍ଏଚ୍-୨୦୦କୁ ଅବରୋଧ […]
ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ […]
ଭୁବନେଶ୍ୱର : ଅାଜି ବିଜେପିରେ ସାମିଲ୍ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅାୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି । ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଅାସିବା ସହ କଂଗ୍ରେସରେ […]
ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ, PMSYM ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ଦିଆଯିବ। ଏପରିକି ଉଠା ଦୋକାନୀ, ରିକ୍ସା ଚାଳକ, ମଧ୍ୟାହ୍ନ ଭୋଜନ ଶ୍ରମିକ, ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, ମୋଚି, ଘରେ କାମ କରୁଥିବା ଲୋକ, ବିଡି ଶ୍ରମିକ, ଧୋବା, କୁଟୀର ଶିଳ୍ପରେ କାମ ଥିବା ଶ୍ରମିକ ସାମିଲ ହୋଇପାରିବେ। ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ […]
ଭୁବନେଶ୍ୱର : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ । କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ […]