ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ। ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାର ହେବ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ […]
କଟକ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ଆକ୍ରମଣ ଘଟଣାରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଆହତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଡ୍ରାଇଭର ଦିଲେଶ୍ୱରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଦିଲେଶ୍ୱରଙ୍କୁ ବୁର୍ଲା ମେଡିକାଲରୁ ଏସସିସିବିକୁ ସ୍ଥାନାନ୍ତର କରାଯାଇଥିଲା ତେବେ […]
କଟକ/ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟ୍ସଅପ୍ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। କେନ୍ଦ୍ରାପଡ଼ା ଆଳି ବଜାରରୁ ଏହା ଭାଇରାଲ ହୋଇଥିଲା। ଚାହୁଁ ଚାହୁଁ ପ୍ରଶ୍ନପତ୍ର ହ୍ବାଟ୍ସ ଅାପ୍ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚି ଯାଇଥିଲା। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ହିଁ ପ୍ରଥମ ଦିନର ପରୀକ୍ଷା ସରିଛି । ପ୍ରଶ୍ନପତ୍ର ଭଲ ଥିବା […]
ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ। ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ ଅଦାଲତଙ୍କ ତତ୍ତ୍ୱବଧାନରେ ଜଣେ ମଧ୍ୟସ୍ଥିଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା। ସୁପ୍ରିମ୍କୋର୍ଟ ପ୍ରଧାନ […]
ବଲାଙ୍ଗିର : ବାହାଘର ଉପହାରରେ ଆସିଲା ମୃତ୍ୟୁ। ଉତ୍କଣ୍ଠାରେ ଖୋଲୁଥିଲେ ବାହାଘରର ଗିଫ୍ଟ ପ୍ୟାକେଟ୍ । ଭୟଙ୍କର ବିସ୍ଫୋରଣରେ ଚାଲିଗଲା ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବର ଓ ତାଙ୍କ ଜେଜେମା’ଙ୍କ ଜୀବନ। ଆଉ ଏହା ସହ ନବବିବାହିତା ପତ୍ନୀଙ୍କ ଅବସ୍ଥା ବି ଗୁରୁତର। ବଲାଙ୍ଗିର ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ଘଟିଛି ଏହି ଦେହଥରା ଘଟଣା । ଗିଫ୍ଟ ପ୍ୟାକେଟ୍ରେ କିଏ ଓ କାହିଁକି ଷଡ଼ଯନ୍ତ୍ରର ବାରୁଦ ଖଞ୍ଜିଥିଲା ତାହା ଜଣାପଡ଼ିନି ଏଯାଏ । ପୋଲିସ ସାଇଣ୍ଟିଫିକ୍ […]
ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ରାଜନୀତି ସରଗରମ୍ । ଏପି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପ୍ରତିକ୍ରିୟାରେ କହିଛନ୍ତି , ‘ଗଣତନ୍ତ୍ରରେ ଅପରାଧର କୌଣସି ସ୍ଥାନ ନାହିଁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ । ଏଭଳି କାପୁରୁଷୋଚିତ କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି । ’ ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ […]
ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ ଖୋଲିବା ବେଳେ ଏହି ବିସ୍ଫୋରଣ ଘଟିଛି । ବର, କନ୍ୟା ଏବଂ ବରର ଜେଜେ ମା’ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତର ଖାତା ଦିଆଯାଇଥିଲା। ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୧୫ ମିନିଟ୍୩୦ରେ ସରିଛି। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ […]
ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର […]
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ନୂଆକରି ନିର୍ମାଣ ହୋଇଥିବା ଏହି କୋଇଲା ବେଲ୍ଟରେ ଜାହାଜରୁ ଆସି କୋଇଲା ଗଚ୍ଛିତ ହୋଇ […]
କେନ୍ଦ୍ରାପଡ଼ା: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଠିକ୍ ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍ସ ଆପ୍ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ପରୀକ୍ଷା ଆରମ୍ଭରୁ ଏଭଳି ବିଭ୍ରାଟ ସୃଷ୍ଟି ହେବା […]
ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହେବାସହ ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଆନ୍ସର ବୁକ୍ଲେଟ୍ ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀ ୧୫ ମିନିଟ୍ ସମୟ ପାଇବେ। ଠିକ୍ ୯ଟାରୁ ପରୀକ୍ଷା ଆରମ୍ଭ ହେବ। […]
ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ । ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ […]