ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ ଖୋଲିବା ବେଳେ ଏହି ବିସ୍ଫୋରଣ ଘଟିଛି । ବର, କନ୍ୟା ଏବଂ ବରର ଜେଜେ ମା’ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତର ଖାତା ଦିଆଯାଇଥିଲା। ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୧୫ ମିନିଟ୍୩୦ରେ ସରିଛି। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ […]
ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର […]
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ନୂଆକରି ନିର୍ମାଣ ହୋଇଥିବା ଏହି କୋଇଲା ବେଲ୍ଟରେ ଜାହାଜରୁ ଆସି କୋଇଲା ଗଚ୍ଛିତ ହୋଇ […]
କେନ୍ଦ୍ରାପଡ଼ା: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଠିକ୍ ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍ସ ଆପ୍ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ପରୀକ୍ଷା ଆରମ୍ଭରୁ ଏଭଳି ବିଭ୍ରାଟ ସୃଷ୍ଟି ହେବା […]
ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହେବାସହ ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଆନ୍ସର ବୁକ୍ଲେଟ୍ ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀ ୧୫ ମିନିଟ୍ ସମୟ ପାଇବେ। ଠିକ୍ ୯ଟାରୁ ପରୀକ୍ଷା ଆରମ୍ଭ ହେବ। […]
ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ । ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ […]
ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ତାଣ୍ଡବ । ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ , ମାଓବାଦୀମାନେ ରାତିରେ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାଖାପାଖି ୨୦ଜଣ ମାଓବାଦୀ ସୋମବାର ରାତିରେ ଆସି ହତ୍ୟା କରିଥିବା ଜଣାପଡିଛି । ମାଓବାଦୀମାନେ ରବିବାର ଦିନ ସେହି ଗାଁର ଆଉ ଜଣଙ୍କୁ ମଧ୍ୟ ଅପହରଣ […]
କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ , ସୁରକ୍ଷା କର୍ମୀମାନେ ସୋମବାର ଦିନ ଏଲାଇନଗର ଦିଲ୍ଲାର ଦାରା-ଏ-ସଙ୍ଗର ଅଂଚଳରେ ଥିବା ବିଦ୍ରୋହିଙ୍କ ଏକ ଆଡ୍ଡା ଉପରକୁ ଅତର୍କିତ ଚଢାଉ […]
ଭୁବନେଶ୍ୱର: ପୁଣି ଥରେ ଧାରଣାକୁ ଓହ୍ଲାଇବେ ରେଲୱେ ଆଶାୟୀ ପ୍ରାର୍ଥୀ। ରେଲୱେ ଗ୍ରୁପ-ଡ଼ି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କିଛି ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହରେ ପୁନର୍ବାର ଛାତ୍ରଛାତ୍ରୀମାନେ ଧାରଣା କରିପାରନ୍ତି ବୋଲି ସୂଚନା ମିଳିଛି। ବୟସ ସୀମାରେ ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଗତ ଫେବୁଆରୀ ୧୭ ରେ ରାଜଧାନୀ ସ୍ଥିତ ରେଲ ସଦନ ସମ୍ମୁଖରେ ଧାରଣାରେ ବସିଥିଲେ। ମାତ୍ର ପରେ ସେମାନଙ୍କ ଦାବି ପୂରଣ ନେଇ ରେଲୱେ ଅଧିକାରୀଙ୍କ ଆଶ୍ୱାସନ ପରେ ଧାରଣାରୁ ଓହରିଥିଲେ। “ଯଦି […]
ଭୁବନେଶ୍ୱର: ଅଗ୍ନି ନିର୍ବାପନ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ଅଗ୍ନିଶମ ବିଭାଗ ରାଜଧାନୀର ୧୩ଟି ପ୍ରତିଷ୍ଠାନକୁ ଆଜି ନୋଟିସ୍ ଜାରି କରିଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଏହି ୧୩ଟି ସଂସ୍ଥା ମଧ୍ୟରେ ହୋଟେଲ, ମଲ୍, ଓ ଜୁଏଲାରୀ ସପ୍ ରହିଛି। ତେବେ ୨ ମାସ ମଧ୍ୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବାକୁ ନୋଟିସରେ ଉଲ୍ଲେଖ ରହିଛି।
ଜଳେଶ୍ୱର : ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେବାର ଅଭିଯୋଗ । ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ । ଭୋଗରାଇ ଖଳାଗଡ଼ଇ ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ ଠାରୁ ବାଇକ, ସୁନା ଚେନ ଓ ମୁଦି ଲୁଟିନେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକ […]
ଭୁବନେଶ୍ୱର: ଅଡୁଆରେ ପଡିଲେ ସିନେ ଅଭିନେତା ଅନୁଭବ ମହାନ୍ତି! ତେବେ ଏହି କଥା ଶୁଣିବାପରେ ସମସ୍ତଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଏହାର କାରଣ ଜାଣିବା ପାଇଁ। ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗାଡିକୁ କିଛି ବିଜେପି କର୍ମୀ ଘେରି ଯିବାଫଳରେ ଅଡୁଆରେ ପଡିଯାଇଥିଲେ ଅନୁଭବ। ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରକୁ ଓହ୍ଲାଇଥିବା ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି ଅନୁଭବଙ୍କୁ। ସୂଚନାଥାଉକି, ଆଜି ପ୍ରଚାର ବେଳେ […]
ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍ ନିକଟରେ ମୁଖ୍ୟମନ୍ତ୍ରୀଙ୍କ […]
ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ । ରାଉରକେଲା ନର୍ସିଂହୋମ୍ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି । ୬ଦିନର ଶିଶୁ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର । ମୃତ୍ୟୁ ପରେଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଗଣ୍ଡଗୋଳ ଅାଶଙ୍କାରେ ନର୍ସିଂହୋମ ଅାଗରେ ପୋଲିସ୍ ମୁତୟନ କରାଯାଇଛି । ଶନିବାର ନର୍ସିଂହୋସ୍ରେ […]