କଟକ : ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ। କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଚିଠି […]
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା ପରେ ହଷ୍ଟେଲ୍ ଖାଲି କରି ଫେରିଯାଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଆଜି ହଷ୍ଟେଲ୍ ଖାଲି କରିଛନ୍ତି। ତେବେ ଆଜି ମଧ୍ୟ କିଛି ବିଭାଗର ପରୀକ୍ଷା ଥିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଏକାଡେମିକ କାଉନସିଲ ଡକାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର […]
ଅନୁଗୁଳ : ଅନୁଗୁଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକଙ୍କ ସହ ଅନ୍ୟ ଆକ୍ରମଣ ଅଭିଯୋଗ। ଆଜି ଏସିଏଫଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅଫିସ ଭିତରକୁ ପ୍ରବେଶ କରିଥିଲେ। ପରେ କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ହଠାତ ଉତ୍ତ୍ୟକ୍ତ ହୋଇ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ ଏସ୍ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବନ ବିଭାଗ କର୍ମଚାରୀ। […]
ପୁରୀ: ୭୪ ବର୍ଷର ବୃଦ୍ଧା। ଜୀବନର ଅପରାହ୍ଣରେ ପହଞ୍ଚି ସାରିଲେଣି। ଦେହରେ ବଳ ନାହିଁ। ହେଲେ ବୟସର ତାରତମ୍ୟ ନ ବୁଝି ଥାନାରେ ନିଧୁର୍ମ ପିଟିଲେ ଥାନାବାବୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ। ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ବାସନ୍ତୀ ପଳତାଙ୍କ ବୋହୂ, ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ବୋହୂର ଏତଲା କ୍ରମେ ପୋଲିସର […]
ମାଲକାନଗିରି: ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨ଶହ ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ନେଇ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ। ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡା, ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଯାଜପୁର: ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଟ୍ରାକ୍ରେ ଜେସିବି ଖରାପ ହୋଇଟିବା ପରେ ଏହାର ଡ୍ରାଇଭର ଗାଡି ଛାଡି ପଳାଇଥିଲେ। ଜେସିବିଟି ରେଳଧାରଣା ମଝିରେ ଅଟକି ରହିଥିଲା। ଏହି ସମୟରେ ଏର୍ଣ୍ଣାକୁଲମ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଆସି ଜେସିବିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଲେବଲ କ୍ରସିଙ୍ଗ ନିକଟରେ ଟ୍ରେନ୍ ଅଟକି […]
ବରଗଡ଼: ବରଗଡ଼ ଜିଲ୍ଲାରେ ଅଙ୍ଗ ନଦୀବନ୍ଧ ଜଳସେଚନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ ଦାବିରେ ଆମରଣ ଅନଶନ ଚଳାଇଥିବା ଚାଷୀଙ୍କ ମଧ୍ୟରୁ ୭ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପଦମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କୁ ବାଦ ଦେଲେ କିଛି ଚାଷୀ ଏବେବି ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଚଳାଇଛନ୍ତି। ଅଙ୍ଗ ନଦୀବନ୍ଧକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ମତ୍ସ୍ୟବୀମା ପ୍ରଦାନ, କୃଷିଋଣ ଛାଡ଼, ଇନପୁଟ୍ ସବସିଡି ପ୍ରଦାନ, ପେନସନ ଏବଂ ପ୍ରତ୍ୟେକ ଘରକୁ ପିଇବା ପାଣି […]
ନୂଆଦିଲ୍ଲୀ: ଦିନକୁ ଦିନ ଚୀନ୍ ପକ୍ଷରୁ ବଢ଼ୁଥିବା ବିପଦର ମୁକାବିଲା କରିବାକୁ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ନିଜ ସୀମାର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଆଣ୍ଡାମାନ, ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍ ପ୍ଲେନ ନିୟୋଜିତ କରିବାକୁ ଯାଉଛି। ମହତ୍ୱପୂର୍ଣ୍ଣ ମଲକ୍କା, ସୁନ୍ଦା, ଲୁମ୍ବୋକ ଓ ଓମିନ ଭେତାଇ ଏବଂ ଭାରତ ମହାସାଗରରେ ନିଜ ସୀମାର ସୁରକ୍ଷା ଉଦ୍ଦେଶ୍ୟରେ ଏହି […]
ବାଲେଶ୍ୱର: ଯେଉଁ ଆଶା ଛାତ୍ରୀ ଜୀବନରେ ପୂରଣ ହୋଇପାରି ନଥିଲା ଆଜି ପୂରଣ ହୋଇଯାଇଛି। ଗୋଟିଏ ପୁଅ ଓ ଗୋଟିଏ ଝିଅର ମାଆ ହେବା ପରେ ମାଟ୍ରିକ ପରୀକ୍ଷାରେ ପାସ୍ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ପୁଅ ସହ ସେ ଦେଇଥିଲେ ମାଟ୍ରିକ ପରୀକ୍ଷା। ଆଉ ଉଭୟ ମାଆ, ପୁଅ ପାସ କରିଛନ୍ତି। ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶବରଘାଟା ପଞ୍ଚାୟତର ବାସିନ୍ଦା ତଅପୋଇ ଖଟୁଆଙ୍କ କାହାଣୀ। ପୁଅ ବିକାଶ କୁମାର ଖଟୁଆ […]
ଭୁବନେଶ୍ୱର: ଇନଭେଷ୍ଟ ଓଡ଼ିଶା ଲୋଗୋରେ ଜଗନ୍ନାଥଙ୍କ ଗୋଟିଏ ଆଖି ପ୍ରଦର୍ଶନ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ଆବେଦନକାରୀ ଆଇନଜୀବୀ ଦେବେନ ସତ୍ୟଦର୍ଶୀ ନନ୍ଦଙ୍କ ଆବେଦନକୁ ଗ୍ରହଣ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଇପିକଲ ସିଏମଡିଙ୍କୁ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଇନଭେଷ୍ଟ ଓଡ଼ିଶା ଇନିସିଏଟିଭ୍ ଆରମ୍ଭ ହୋଇଛି। ଏହାର ୱେବସାଇଟ୍ରେ ଜଗନ୍ନାଥଙ୍କର ଗୋଟିଏ […]
ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ରାଜ୍ୟ ଯୁବ କଲ୍ୟାଣ ବୋର୍ଡ (ଓୱାଇଡବ୍ଲ୍ୟୁବି)ର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପୂର୍ବତନ ମୁମ୍ବାଇ ପୋଲିସ ମୁଖ୍ୟ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ବୁଝିବେ। ନେତୃତ୍ୱ ଓ ସେବା ମନୋଭାବ ବୃଦ୍ଧି, ଖେଳ ଓ ଦକ୍ଷତା ବୃଦ୍ଧି ଏବଂ କିପରି ସୁସ୍ଥ ବାତାବରଣରେ ଯୁବଗୋଷ୍ଠୀ ରହିବେ ସେ ଉଦ୍ଦେଶ୍ୟରେ ବିଜୁ ଯୁବ ବାହାନୀ ଆରମ୍ଭ କରାଯାଇଥିଲା। ଗତ […]
ବ୍ରହ୍ମପୁର: ଚୋରି ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଦିଆଯାଇଛି ନିର୍ଯାତନା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଟଙ୍କା ଚୋରି କରିବା ନେଇ ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ପରୀକ୍ଷାରେ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଓ ଅଭିଭାବକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଜଣାଇଛନ୍ତି। ଦୁଇ ଜଣ ଶିକ୍ଷୟିତ୍ରୀ ଜାଣିଶୁଣି ଛାତ୍ରୀ ଜଣକୁ ନିର୍ଯାତନା ଦେଉଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଝିଅକୁ […]
ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୪ ସହ ଝାରସୁଗୁଡ଼ା ଆଜି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ତା’ ତଳକୁ ଥିଲା ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗିର। ତେବେ କାଲିଠୁ ପୁଣି କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ଝଡ଼ ତୋଫାନ ପାଇଁ ସତର୍କ ସୂଚନା […]
ବାରିପଦା: କଲଭର୍ଟ ଭିତରେ ପ୍ରସବ କଲେ ବାସହରା ମହିଳା। ଏଭଳି ଏକ ଅବିଶ୍ୱସନୀୟ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଘରଦ୍ୱାର ନଥିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ କଲଭର୍ଟ ଭିତରେ ସନ୍ତାନ ପ୍ରସବ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ଏତେ ଦିନ ବିତିଯାଇଥିଲେ ମଧ୍ୟ ନୂଆ ଘର ପାଇଁ ପ୍ରଶାସନ ପକ୍ଷରୁ କୌଣସି […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଧାୟକ ଦାମୋଦର ରାଉତ ମହାନଦୀ ବାଣ ମାରିଛନ୍ତି। ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋଜନାକୁ କଟାକ୍ଷ କରିଛନ୍ତି ଦାମ। କହିଛନ୍ତି- “ଛତିଶଗଡ଼ ବିରୋଧରେ ଖାଲି ପ୍ରଚାର କଲେ ହେବନି। ସମସ୍ୟା ସମାଧାନ ପାଇଁ ଆମକୁ ମଧ୍ୟ କିଛି କରିବାକୁ ପଡ଼ିବ। ରାଜ୍ୟ ପାଇଁ ଯିଏ ଯୋଜନା କରୁଛି ସେ ଓଡ଼ିଶାକୁ ଦେଖିନାହାନ୍ତି।” ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବେଳେ ପୁଅକୁ ଡାକିଥିଲେ ବି ବିଧାୟକ ଭାବେ ତାଙ୍କୁ ଡାକି […]
ଭୁବନେଶ୍ୱର: ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା କାର୍ଡରେ ବି ଚାଉଳ ଉଠୁଛି। ପ୍ରାୟ ୧୯ ଲକ୍ଷ ପରିବାର ବିନା କାର୍ଡରେ ଏମିତି ଚାଉଳ ନେଇ ଚାଲିଛନ୍ତି। ହେଲେ ତାଲିକାକୁ ଉଠିପାରୁନି, ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ପଦାକୁ ଆସିଛି ଏମିତି କିଛି ଆଖି ତରାଟିଲା ଭଳି ତଥ୍ୟ। ବାରିପଦା ସହରର ୨୨ନମ୍ବର ଓ୍ୱାର୍ଡ କୁଷ୍ଠ ରୋଗୀ କଲୋନୀରେ […]