• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

naveen pattanaiak
ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି ବିଜେପି ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀକୁ ନେଇ ରବିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମହାସମ୍ମିଳନୀର ଆୟୋଜନ କରିଛି ବିଜେଡି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମହାନଦୀ ଶୁଖିଯାଉଥିବା ନେଇ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପିକୁ ଟାର୍ଗେଟ୍‌ କରି ସେ କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି। ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଶି ଏପରି କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମହାନଦୀକୁ ବଞ୍ଚାଇବା ଲାଗି ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ଛତିଶଗଡ଼ […]

  • Saturday, 17 July 2021
NAXALS
ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ରାଜ୍ୟର ଗଡ଼ଚିରୋଲି ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ଏଥିରେ କିଛି ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ର ପୋଲିସ୍‌ ଓ C 60 କମାଣ୍ଡରଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ହୋଇଥିଲା। ଦିନ ୧୧ଟା ବେଳେ ଏହି […]

  • Saturday, 17 July 2021
ram nath kovind
ନାବାଳିକା ଦୁଷ୍କର୍ମ ସମ୍ପର୍କିତ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ଼୍ରେନ୍‌ ଫ୍ରମ୍ ସେକ୍ସୁ‌ଆଲ୍ ଅଫେନ୍‌ସେନ୍ସ ଆଇନ୍‌ରେ ପରିବର୍ତ୍ତନ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା। ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଅଧ୍ୟାଦେଶ ଅନୁସାରେ […]

maoist
ଅପହରଣ ପରେ ମୁକ୍ତ କଲେ ମାଓବାଦୀ

ଭବାନୀପାଟଣା: ଅପହରଣରୁ ଦୁଇ ଦିନ ପରେ ମୁକ୍ତ କଲେ ମାଓବାଦୀ। କଳାହାଣ୍ଡି ବିଜେପୁର ଥାନା ତ୍ରିଲୋଚନପୁରରୁ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣଙ୍କୁ ଗତ ଶୁକ୍ରବାର ଉଠାଇ ନେଇଥିଲେ ମାଓବାଦୀ। ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଓ ରାଜୁ ନାଏକଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ଜଙ୍ଗଲରେ ଦୁଇ ଦିନ ରଖିବା ପରେ ଆଜି ୪ ଜଣଙ୍କୁ ଛାଡିଦେଇଛନ୍ତି। ତେବେ ଏମାନଙ୍କୁ କ’ଣ […]

baripada
ସ୍ତ୍ରୀକୁ ପିଟିପିଟି ମାରିଦେଲା ସଇତାନ ସ୍ୱାମୀ

ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]

high wave
ବଙ୍ଗୋପସାଗରରେ ଆସିବ ଉଚ୍ଚ ଜୁଆର

ଭୁବନେଶ୍ୱର: ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। […]

parcel bomb blast
ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଫିଟିବ କି ରହସ୍ୟ !

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା।  ଏହି ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି ସକାଳୁ ମେହେରପଡ଼ାସ୍ଥିତ ଘରୁ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍। ଅଧ୍ୟାପକଙ୍କ ସହ ଆଉ ୩ରୁ ୪ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରୁଥିବା ନେଇ ସୂଚନା ମିଳିଛି। ଗତ ଫେବୃୟାରୀ […]

mbbs student
ହଷ୍ଟେଲରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ MBBS ତୃତୀୟ ବର୍ଷର ଛାତ୍ର। ନିହାରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ମିଳିଛି।  କଲେଜ ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ନିହାରଙ୍କ ମୃତଦେହ ଦେଖିବାକୁ ମିଳିଥିଲ॥ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣାପଡ଼ିନାହିଁ। ତେବେ ନିହାରଙ୍କ ପରିବାର ଲୋକେ […]

salepur
ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

କଟକ: ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। ନାବାଳିକାଙ୍କୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି। ୬ଟି […]

niranjan patnaik
ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ

ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍‌କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍‌ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ନିଜ ଉଦ୍‌ବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଭୁବନେଶ୍ୱରରେ ଥିବା ଲୋକଙ୍କୁ  ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ […]

North+Korea+and+US
ବିଶ୍ୱ ସମୁଦାୟକୁ ଆସ୍ୱସ୍ଥି: ଆଣବିକ ପରୀକ୍ଷା ବନ୍ଦ କରିବ ଉତ୍ତର କୋରିଆ

ନୂଆଦିଲ୍ଲୀ: ଆଉ କୌଣସି ଆଣବିକ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ। ଏଥିସହିତ ଆଣବିକ ପରୀକ୍ଷଣର ଏକ ସ୍ଥାନକୁ ମଧ୍ୟ ବନ୍ଦ କରାଯିବ। ଯେଉଁ ଅସ୍ତ୍ର ଦରକାର ଥିଲା, ତାହା ନିର୍ମିତ ହୋଇଛି। ତେଣୁ ଆଉ ଆଣବିକ ପରୀକ୍ଷା କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷା କରିବା ଦରକାର ନାହିଁ। ଆଣବିକ ପରୀକ୍ଷା ସ୍ଥଳକୁ ମଧ୍ୟ ଭାଙ୍ଗିବାକୁ କିମ୍ ଜଙ୍ଗ ଉନ୍ ନିଷ୍ପତ୍ତି ନେଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। […]

  • Saturday, 17 July 2021
fugitive-bill-
ଆସିବ ନୂଆ ଆଇନ୍‌: ବିଦେଶକୁ ଚମ୍ପଟ ମାରୁଥିବା ଋଣ ଖିଲାପକାରୀଙ୍କ ସମ୍ପତ୍ତି ହେବ ଜବତ

ନୂଆଦିଲ୍ଲୀ: ଋଣ ଖିଲାପି କରି ଦେଶରୁ ଚମ୍ପଟ ମାରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଠକେଇ କରି ଦେଶରୁ ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି। ଯାହାର ନାଁ ହେଉଛି ଫୁଜିଟିଭ ଇକୋନୋମିସ୍ ଅଫେଣ୍ଡର୍ ଅର୍ଡିନାନ୍ସ-୨୦୧୮। ଋଣ ଖିଲାପ କରି ଦେଶକୁ ଫେରିବାକୁ ମନା କଲେ, ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ […]

  • Saturday, 17 July 2021
Traffic-Assaulted-720x430
ବିଚ୍ ରାସ୍ତାରେ ଟ୍ରାଫିକ କନେଷ୍ଟବଳଙ୍କୁ ବେଲ୍ଟରେ ପିଟିଲେ

ଭୁବନେଶ୍ୱର: ରାଜଧାନୀରେ ବିଚ୍ ରାସ୍ତାରେ ଟ୍ରାଫିକ କନେଷ୍ଟବଳଙ୍କୁ ମାଡ଼। ବେଲ୍ଟ କାଢ଼ି ସର୍ବ ସାଧାରଣରେ ଟ୍ରାଫିକ କନେଷ୍ଟବଲଙ୍କୁ ପିଟିଲେ ଜଣେ ବ୍ୟକ୍ତି। ଏହି ଘଟଣା ଘଟିଛି ଭୁବନେଶ୍ୱର ରବି ଟକିଜ ଛକରେ। ସାଧାରଣ କଥାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି। ରବି ଟକିଜ୍‌ ଛକରେ ଟ୍ରାଫିକ ସମସ୍ୟାକୁ ନେଇ ଜଣେ ବ୍ୟକ୍ତିଙ୍କ ସହିତ ଟ୍ରାଫିକ କନେଷ୍ଟବଳଙ୍କ ଯୁକ୍ତିତର୍କ ହୋଇଥିଲା। କଥା କଟାକଟି ନ ଥମିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି […]

  • Saturday, 17 July 2021
Jayanarayan-hospitalised
ଜେଲ୍‌ରେ ଅସୁସ୍ଥ ହୋଇପଡ଼ିଲେ ଜୟନାରାୟଣ: ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼: ସୋହେଲା ଜେଲ୍‌ରେ ଥିବା ବିଜେପି ନେତା ଜୟନାରାୟଣ ମିଶ୍ର ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତି ଯନ୍ତ୍ରଣା ହେଉଥିବା କହିବା ପରେ ତାଙ୍କୁ ଥାନାରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବନାବିରା ଗୁଳିକାଣ୍ଡ ମାମଲାରେ ଏପ୍ରିଲ୍‌ ୧୫ ତାରିଖରେ ଜୟନାରାୟଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ଗୁଳିକାଣ୍ଡରେ […]

  • Saturday, 17 July 2021
Surat-Police-Commissioner-Satish-Sharma--603x430
ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗିରଫ

ଗାନ୍ଧିନଗର: ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଶନିବାର ଗିରଫ ହୋଇଛନ୍ତି। ରାଜସ୍ଥାନ ଗାଙ୍ଗପୁରରୁ ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ସମେତ ତିନି ଜଣକୁ ଗିରଫ କରିଛି ସୁରତ ପୋଲିସ। ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ରାଜସ୍ଥାନ ଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାରେ କେବଳ ନାବାଳିକା ନୁହେଁ ତାଙ୍କ ମାଆଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ଖବର ଅନୁସାରେ ମାଆ ଝିଅଙ୍କୁ ଗୋତି ଶ୍ରମିକ ଭାବେ ୩୫ […]

  • Saturday, 17 July 2021
YB-Khurania-733x430
ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜାମିନ ଖାରଜ ପାଇଁ ଅବେଦନ କରିବ ପୋଲିସ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ  ଆବେଦନ କରିବ କମିଶନରେଟ୍ ପୋଲିସ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ. ବି. ଖୁରାନିଆ। ଏନେଇ ଆଇନ ବିଶାରଦଙ୍କ ପରାମର୍ଶ ଲୋଡ଼ାଯିବ। ହାଇକୋର୍ଟରୁ ସବୁ ତଥ୍ୟ ମିଳିବା ପରେ ଆବେଦନ ହେବ ବୋଲି କମିଶନର କହିଛନ୍ତି। ଗତକାଲି ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ପୂର୍ବରୁ ସମସ୍ତ ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିସାରିଥିବା ଫଳରେ ସେ ଜେଲରୁ […]

  • Saturday, 17 July 2021
Death1
କ୍ୟାବିନେଟ୍‌ ମଞ୍ଜୁରୀ: ୧୨ ବର୍ଷରୁ କମ୍‌ ଝିଅକୁ ଦୁଷ୍କର୍ମ କଲେ ମିଳିବ ଫାଶୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଛି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଖୁବଶୀଘ୍ର ଅଧ୍ୟାଦେଶ ଜାରି କରାଯିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ଏଥିସହିତ ଦୁଷ୍କର୍ମ ମାମଲାରେ ତଦନ୍ତର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। […]

  • Saturday, 17 July 2021
yashwant_sinha_1524298393_618x347
ବିଜେପି ଛାଡ଼ିଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ବିଜେପି ଛାଡ଼ିଲେ ଦଳର ବରିଷ୍ଠ ନେତା ଯଶବନ୍ତ ସିହ୍ନା। ଶନିବାର ପାଟନାରେ ଏକ ବୈଠକ କରି ସେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଯଶୱନ୍ତ ବିଜେପି ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏଥି ସହିତ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ମଧ୍ୟ କହିଛନ୍ତି। ଦୀର୍ଘ […]

  • Saturday, 17 July 2021
bjd---
ଏଟିଏମ୍‌ରେ ଟଙ୍କା ସଙ୍କଟ ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ କରୁଛି।  ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିସହ ସବୁ ସବ୍‌ଡିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କ ଗୁଡ଼ିକ ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ବିଧାୟକ ସଞ୍ଜୟ ଦାସବର୍ମା ଗତକାଲି ସୂଚନା ଦେଇଥିଲେ।  ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ଗତକାଲି […]