ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା ବେଳେ ନୂଆ ଦର ଆଜିଠୁ ଲାଗୁ ହୋଇଛି। ନୂଆ ଦର ଅନୁସାରେ ଦିଲ୍ଳୀରେ ଖାଉଟି ସବ୍ସିଡ଼ି ସିଲିଣ୍ଡରକୁ ୪୯୩ ଟଙ୍କା ୫୫ ପଇସାରେ କିଣିବେ ଏବଂ ଅଣ […]
ନୂଆଦିଲ୍ଲୀ: ଆଜିଠୁ ଜୁନ୍ ୫ ତାରିଖ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ମିଳିଥିବା ମାର୍କକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଏହି ଆବେଦନ କରିପାରିବେ। ଗତ ବର୍ଷ ପୁନଃ ମୂଲ୍ୟାୟନକୁ ସିବିଏସ୍ଇ ବନ୍ଦ କରିଥିଲେ ମଧ୍ୟ ଏ ବର୍ଷ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରାଯାଇଛି। ପୁନଃମୂଲ୍ୟାୟନ ତିନି ପ୍ରକ୍ରିୟାରେ ହେବ। ରିଚେକିଂ ଅର୍ଥାତ ଉତ୍ତର ଖାତାର ସବୁ ମାର୍କକୁ ଆଉ ଥରେ […]
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଓ HIGHER SECONDARY SCHOOLରେ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ www.samsodisha.gov.in ଜରିଆରେ ଆବେଦନ କରିବେ। ଆବେଦନର ଶେଷ ସମୟ ସୀମା ହେଲା ଜୁନ୍ ୧୭ ତାରିଖ […]
ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ। ଯେଉଁଥିରେ ଭୁବନେଶ୍ୱରରେ ଅଧିକ ସାଇକେଲ, ଇ- ରିକ୍ସା ଓ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ପାଇଁ ଯୋଜନା କରାଯାଉଛି। ଏହା ସହିତ ପୂରା ସହର ପାଇଁ ୟୁନିଫାଏଡ ମେଟ୍ରୋପଲିଟାଣ୍ଟ୍ ଟ୍ରାନ୍ସପୋର୍ଟ ଅଥରିଟି ଗଠନ ହେବ। ଏହିସବୁ ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ ଜର୍ମାନ ସରକାରଙ୍କ GIZ ସଂସ୍ଥା। ଏଥିପାଇଁ ଭୁବନେଶ୍ୱରରେ ରହିବେ ସଂସ୍ଥାର ବିଶେଷଜ୍ଞ ଟିମ୍। ଏନେଇ ଗୃହ ଓ […]
ଭୁବନେଶ୍ୱର: କର୍ମଜୀବୀ ସାମ୍ୱାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା। ୨୦୧୮ ଜୁନ୍ ପହିଲା ଅର୍ଥାତ୍ ଆଜି ଠୁ ଏହାକୁ ଲାଗୁ କରାଯାଇଛି। “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା”ରେ ସାମ୍ୱାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ କର୍ମଜୀବୀ ସାମ୍ୱାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍ମଜୀବୀ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲୁଣିସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ୍କୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍ର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, […]
ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହେଉଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଅଭିଯାନ ଆରମ୍ଭ କରିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଜଣାଇଛନ୍ତି। ଏହାଛଡ଼ା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା […]
ଭୁବନେଶ୍ୱର: ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶାକୁ ଛୁଇଁପାରେ ମୌସୁମୀ। ଏହାର ପ୍ରଭାବରେ ଆଜିଠାରୁ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ। ଏଥିସହ ପବନର ବେଗ ୨୫ରୁ ୩୦ କିଲୋମିଟର ମଧ୍ୟରେ ରହିବ। ଫଳରେ ଏନେଇ ମତ୍ସଜୀବୀ ମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ ୪ କିମ୍ବା ୫ରେ ରେ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ମୌସୁମୀ ବର୍ଷା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। […]
କୋରାପୁଟ: କୋରାପୁଟର ଜିଲ୍ଲା ବରିପୁଟରେ ପଥର ଖୋଳିବା ବେଳେ ପାହାଡ ଧସି ୨ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପଥର ଖୋଳାଯାଉଥିବା ବେଳେ ହଠାତ ପାହାଡ ଧସି ଯାଇଥିଲା। ଖବର ପାଇଁ ବୋରିଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବଡ ବଡ ପଥର ଖଣ୍ଡ ଖସି ପଡିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। […]
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ ଆସୁ ଆସୁ ବଢ଼ିଲା ପେଟ୍ରୋଲ ଦାମ। ଲୋକେ ଆଶା କରିଥିଲେ ମହଙ୍ଗା ମାଡ଼ରୁ ତ୍ରାହି ମିଳିବ। ହେଲେ ତାର ଓଲଟା ହୋଇଛି। ତେଲ ପାଇଁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]
ଭୁବନେଶ୍ୱର : ଟୁରିଷ୍ଟ ଭିସାରେ ଆସି ଭୁବନେଶ୍ୱରରେ ସେକ୍ସ କାରବାରରେ ଲିପ୍ତ ଥିବା ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଆଜି ବିଦା କରିଛି କମିଶନରେଟ ପୋଲିସ। ‘କୁଇଟ୍ ଇଣ୍ଡିଆ’ ନୋଟିସ ଜାରି ହେବାର ୪୮ ଘଣ୍ଟା ଭିତରେ ଆଜି ସମସ୍ତେ ସ୍ୱଦେଶ ଫେରିଯାଇଛନ୍ତି। ସଂପୃକ୍ତ ଯୁବତୀମାନେ ଟୁରିଷ୍ଟ ଓ ବ୍ୟବସାୟ ଭିସାରେ ଆସିଥିଲେ ଓଡ଼ିଶା। ଆଉ ସମସ୍ତ ଆଇନକୁ ଉଲଂଘନ କରି ଜାରି ରଖିଥିଲେ ଦେହ ବ୍ୟବସାୟ। କିଛି ଦିନ ତଳେ ଭୁବନେଶ୍ୱର ବାପୁଜୀନଗର ଅଞ୍ଚଳର ଏକ ସ୍ପା […]
ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓକନ୍ ଗ୍ରୁପ୍କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ, ଚନ୍ଦାଙ୍କ ସ୍ୱାମୀଙ୍କ ପରିଚାଳିତ କମ୍ପାନୀରେ ଭିଡିଓକନ କମ୍ପାନୀର ପ୍ରମୋଟର ନିବେଶ କରିଛନ୍ତି । ତେଣୁ ସେ ଅନୁକମ୍ପା ପ୍ରଦର୍ଶନ କରି ଭିଡିଓକୋନ୍କୁ ଏତେ ବଡ଼ […]
ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ […]
ଭୁବନେଶ୍ୱର : ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ଓଡିଶାର କଳା, ସାହିତ୍ୟ, ଚଳଚିତ୍ର,ଯାତ୍ରା, ନୃତ୍ୟ, ସଂଗୀତ, ଟିଭି ସିରିଏଲ ଓ ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୭ […]