ଭୁବନେଶ୍ୱର : ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଉତ୍ତେଜନା। ମାଆ ଓ ତାର ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳା ଅଭିଯୋଗ କରି ହସ୍ପିଟାଲ ଆଗରେ ଧାରଣା ଦେଇଛନ୍ତି ଟାଙ୍ଗିବାନ୍ତ ଗାଁ ଲୋକେ। ଗତ ୧୧ ତାରିଖ ରାତିରେ ପ୍ରସବ ଯନ୍ତ୍ରଣା ଯୋଗୁ ଜଣେ ପ୍ରସୂତିଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୨ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶିଶୁର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଚିକିତ୍ସା […]
ବୌଦ୍ଧ : ମହୁମାଛି ଆକ୍ରମଣରେ ୮ ପୋଲିସ କର୍ମଚାରୀ ଆହତ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସମସ୍ତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ବୌଦ୍ଧ ପୋଲିସ ପକ୍ଷରୁ ବଘିଆପଡ଼ା ପଞ୍ଚାୟତର ବ୍ରାହ୍ମଣପାଲିରେ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଟ୍ରେନିଂ ଦିଆଯାଉଥିଲା। ଏହି ସମୟରେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲେ।
ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ରେମୁଣା କାଠପାଳ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଦୁଇଟି ବାଇକ୍ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ବାପା, ମାଆ ଓ ଭାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନ୍ୟ ଏକ ବାଇକ୍ର ଦୁଇ ଆରୋହୀ ଘଟଣାସ୍ଥଳରୁ […]
ଭଦ୍ରକ: ଅଗ୍ନି- ୫ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣ। ଭଦ୍ରକର ଅବଦୁଲ୍ କଲାମ ଦ୍ୱୀପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚ୍ ପ୍ୟାଡ଼୍ରୁ ଅଗ୍ନି-୫ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସୂଚନା ଅନୁସାରେ, ସକାଳ ୯ଟା ୪୮ ମିନିଟରେ ଏହି କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ରହିଛି ୫ ହଜାର କିଲୋମିଟର। ୧୭ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର୧ ଟନରୁ ଅଧିକ ପରମାଣୁ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ବାପାମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଗାଁରେ ଘଟଣା ସମ୍ପର୍କରେ କହିବାରୁ ସମାଧାନ କରାଯିବ ବୋଲି ଗାଁ ମୁଖିଆମାନେ କହିଥିଲେ। ହେଲେ ଏହାର କୌଣସି ସମାଧାନ […]
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ନୂଆ ସବ୍ଡିଭିଜନ ଗଠନ ନେଇ କୌଣସି ଯୋଜନା ନାହିଁ। ଭବିଷ୍ୟତରେ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଭିତ୍ତିକରି ନୂଆ ସଡଡିଭିଜନ ଖୋଲାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ପଟ୍ଟାମୁଣ୍ଡାଇବାସୀଙ୍କ ସବଡିଭିଜନ୍ ମାନ୍ୟତା ଆଶା ମଉଳି ଯାଇଛି। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇକୁ ନୂଆ ସବ୍ଭିଜନର ମାନ୍ୟତା ଦାବିରେ ବିଭିନ୍ନ ଦଳ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ଅଞ୍ଚଳବାସୀଙ୍କୁ ନିରାଶ କରିଛି।
ଝାରସୁଗୁଡ଼ା: ପୁଣି ପଥରଖାଦାନରେ ଏକ ଅଘଟଣ ଘଟିଛି। ଜୟପୁରରେ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ଲାଷ୍ଟିଂ ବେଳେ ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଝାରସୁଗୁଡ଼ା ଗୌରମାଲ ପଞ୍ଚାୟତ ରନକଟା ଠାରେ ଏହି ଅଘଟଣ ଘଟିଛି। ପଥରଖାଦାନରେ ବିସ୍ଫୋରଣ କରୁଥିବାବେଳେ ଅସାବଧାନତାରୁ ସୁରେଶ କିଶାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହିତ ରାମବିଳାଶ ରୋହିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କଟକ/ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଉଭୟ କଟକ ଓ ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି କଂଗ୍ରେସ। କାଲି ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଉଭୟ ସହରରେ ଗାଡ଼ି ନ ଚଳାଇବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏନେଇ କଟକ ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେପଟେ ବିଜେପି ଏହାକୁ କେବଳ ରାଜନୀତି କହିଛି। ମହାନଦୀ ପ୍ରସଙ୍ଗକୁ […]