ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ। ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ ୱେବ୍ସାଇଟ୍ www.cbseresults.nic.in ରେ ରେଜଲ୍ଟ ଜାଣିପାରିବେ। ଚଳିତବର୍ଷ ସାରା ଦେଶରୁ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଛାତ୍ରଙ୍କ ଠାରୁ ୨ଲକ୍ଷ ଅଧିକ ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଓଡିଶାର ଅନୁଗୁଳୁ, ବାଲେଶ୍ୱର, […]
ସୋର: ପୁଣି ମୃତଦେହକୁ ଅସମ୍ମାନ ଅଭିଯୋଗ ସାମ୍ନାକୁ ଆସିଛି। ଅଳିଆବୁହା ଗାଡ଼ିରେ ନିଆଯାଇଛି ମଣିଷର ମୃତଦେହଅ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋରରେ। ମୃତ ବ୍ୟକ୍ତି ଜଣକ ଜଣେ ବୃଦ୍ଧା ବ୍ୟକ୍ତି ବୋଲି ଜଣାପଡ଼ିଛି। ସୋର ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ୩ଦିନ ଧରି ମୃତଦେହ ପଡ଼ିରହିଥିଲେ ମଧ୍ୟ କେହି ଦାବିଦାର ନଥିଲେ। ଶେଷରେ ପୋଲିସ ମୃତଦେହକୁ ପୌର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲା ବୋଲି ସୂଚନା ମିଳିଛି। ତେବେ ମୃତବ୍ୟକ୍ତି ଜଣକ କିଏ ? […]
ବେଙ୍ଗାଲୁରୁ: ଜଳପ୍ରପାତ ଦେଖିବା ମହଙ୍ଗା ପଡ଼ିଲା। ଆଉ କାବେରୀ ନଦୀର ପାଣି ସୁଅରେ ଭାସିଗଲେ ଜଣେ ବୈଜ୍ଞାନିକ । ଏହି ଅଭାବନୀୟ ଘଟଣା କର୍ଣ୍ଣାଟକ ମୟସୁରୁ ଅଞ୍ଚଳରେ ଘଟିଛି। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ର ବରିଷ୍ଠ ବୈଜ୍ଞାନିକ ସୋମାଶେଖର ସପରିବାର ମୟସୁରୁ ଅଞ୍ଚଳର ଚୁଂଚୁକଟ୍ଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ନଦୀରେ ପାଣିନଥିବାବେଳେ ମଝିଭାଗକୁ ବୁଲିବାକୁ ଚାଲି ଯାଇଥିବାବେଳେ ହଠାତ୍ ପାଣିର ସୁଅ ବଢିବାରେ ଲାଗିଥିଲା। ଆଉ ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡାଯିବା ଫଳରେ […]
ଭୁବନେଶ୍ୱର: ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ରେଲୱେ ପୋଲିସ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଗିରଫ କରିଛି। ଏହି ଲୁଟରା ଗ୍ୟାଙ୍ଗକୁ ଗିରଫ କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତାକଡ଼ରେ ରହୁଥିବା ଏହି ଲୁଟେରାମାନେ ଚୋରି କରିଥିବା ମୋବାଇଲ ଗୁଡ଼ିକୁ ମାଟି ତଳେ ପଲିଥିନ୍ ଗୁଡ଼ାଇ ପୋତି ରଖୁଥିଲେ। ଗିରଫ ହୋଇଥିବା ଏହି ଲୁଟେରା ହେଲେ ପଶ୍ଚିମବଙ୍ଗ ପୁରୁଲିଆର ଦେବରାଜ ସିଂ ସମେତ ୨ ମହିଳା। ସେମାନଙ୍କ ନିକଟରୁ ୩୩ଟି […]
ରାୟଗଡ଼ା: ବଜ୍ରପାତ ନେଲା ୨ ଶିଶୁଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଆଲୁତୁଙ୍ଗାରେ ଘଟିଛି। ବଜ୍ରପାତରେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗତକାଲି ଆଲୁତୁଙ୍ଗାର ମଙ୍ଗୁଡ଼ୁ ମାଝୀ ବିଲରୁ ହଳ କରି ଫେରିବା ବେଳେ ବଜ୍ରପାତ ହୋଇଥିଲା। ସେ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ କୁନିପୁଅ ଇଙ୍ଗିତ ମାଝୀ ଏବଂ ଅନ୍ୟ ଜଣେ ଶିଶୁ କୃଷ୍ଣ ମାଝୀଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମାଡ଼ି ଆସୁଛି ଝଡ଼ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା କରାଯାଇଛି। କାଳବୈଶାଖୀ, ବଜ୍ରପାତ ଓ ଝଡ଼କୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶକୁ ସତର୍କ କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ଅଛି। ଏଥିସହ ଆଣ୍ଡାମାନ ଓ ନିକୋବର ଦୀପ, […]
ଭୁବନେଶ୍ୱର: ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ସମ୍ପର୍କ ଆଉ ତା’ପରେ ଗିପ୍ଟ। ଶେଷରେ ଠକାମିର ଶିକାର। ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀଙ୍କ ସହ ଘଟିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… ଆଉ କେମିତି ଯୁବତୀ ଜଣଙ୍କ ଏତେବଡ଼ ଠକାମିର ଶିକାର ହୋଇଥିଲେ…. ବିଦେଶୀ ଗିପ୍ଟ ପାଇବା ଲୋଭରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାବେ ଫସି ଯାଇଥିଲେ। ଆଉ ଯେତେବେଳେ ଜାଣିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି ସେତେବେଳେ ତାଙ୍କ ହାତରେ […]
ନୟାଗଡ଼: ନୟାଗଡ଼ରେ ପୋଲିସର ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାନ୍ ଆହତ। ସୋଲପଟା-ଦରପଦା ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲିକୁ ଏନକାଉଣ୍ଟର ନୟାଗଡ଼ ଟାଉନ ପୋଲିସ କରିଛି । କାବୁଲିର ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସୋଲପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା। ଏ ସମ୍ପର୍କରେ ପୋଲିସ୍ ଜାଣିପାରି ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ମାତ୍ର ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇ […]
ନୂଆଦିଲ୍ଲୀ: ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍। ଆଉ ଏହି ଘଟଣା ଜଣାପଡ଼ିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ କିପରି ନିଖୋଜ ହେଲା, କେଉଁଠି ହେଲା ଓ ଏହା ପଛର କାରଣ କ’ଣ ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା…. ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍ ଯାଉଥିବା ଭାରତୀୟ ବାୟୁ ସେନାର ଏକ ବିମାନ ସହ ଗତକାଲି ୧୪ ମିନିଟ୍ ପର୍ଯ୍ୟନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ସମସ୍ତ […]
ଭୁବନେଶ୍ୱର : ମାନସିକ ରୋଗୀଙ୍କୁ ଚେନ୍ରେ ବାନ୍ଧି ରଖିବା ବେଆଇନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ମେଣ୍ଟାଲ ହେଲଥକେୟାର ଆଇନ-୨୦୧୭ରେ ମାନସିକ ରୋଗୀଙ୍କୁ ଚେନରେ ବାନ୍ଧି ରଖିବା ଉପରେ କଟକଣା ଲଗାଯାଇଛି। ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନଥିଲେ ମାନସିକ ରୋଗୀଙ୍କୁ ଏକୁଟିଆ ବନ୍ଦ କରି ରଖିବା ଓ ସେମାନଙ୍କର ବନ୍ଧ୍ୟାକରଣକୁ ମଧ୍ୟ ଆଇନରେ ବାରଣ କରାଯାଇଛି। ନୂଆ ଆଇନ୍ ଅନୁସାରେ ମାନସିକ ରୋଗରେ ପୀଡିତ ଶିଶୁଙ୍କୁ ଇଲେକ୍ଟ୍ରିକ୍ ସକ୍ ଥେରାପି ଦିଆଯାଇପାରିବ ନାହିଁ। ବୟସ୍କ ରୋଗୀଙ୍କୁ […]
ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସହ କୁଆପଥର ମାଡ଼ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ହେବ ବୋଲି ସତର୍କ ସୂଚନା ଦିଆଯାଇଛି। ରାତି ୮ଟା […]
କୋଚି: ସନ୍ତାନ ପ୍ରତି ଭଲପାଇବା, ମୋହମାୟା ଛାଡ଼ି କେବେବି ଜଣେ ବାପା କି ମାଆ ଏତେ ନିଷ୍ଠୁର ହୋଇପାରନ୍ତି ନାହିଁ। ଏପରିକି ଗୋଟେ କଅଁଳା ଶିଶୁକୁ କୌଣସି ବି ବାପା-ମାଆ ଏକାକୀ ଛାଡ଼ି ପାରିବେନି। ମାତ୍ର ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଦମ୍ପତି ତାଙ୍କର ୫ ଦିନର କଅଁଳ ଶିଶୁକୁ ଏକାକୀ ଛାଡ଼ି ଦେଇ ଛୁ ମାରିଛନ୍ତି… ପଢ଼ନ୍ତୁ ପୂରା ଘଟଣା କ’ଣ… ସାମାଜିକ ଲଜ୍ଜା ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ […]