ପୁରୀ: ପରିବେଶ ସୁରକ୍ଷା ନେଇ ଦିଲ୍ଲୀରେ ହେବାକୁ ଥିବା ‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରଦୂଷଣ ମୁକ୍ତ ସୁସ୍ଥ ପରିବେଶ ଗଠନ ସହ ଆବର୍ଜନାକୁ କିଭଳି ବ୍ୟବହାରଯୋଗ୍ୟ କରାଯାଇପାରିବ ସେ ନେଇ ତାଙ୍କ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ମାନସ। ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା ମୂର୍ତ୍ତି ନିର୍ମାଣ କରିବା ପାଇଁ ୭ ଘଣ୍ଟା ସମୟ ଲାଗିଥିବା ବେଳେ ୨୦ ଟନ୍ […]
କେନ୍ଦୁଝର: ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଡମ୍ପର,ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତକାଲି ସକାଳୁ କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରୁ ପରିବହନ ବନ୍ଦ ହୋଇ ପଡ଼ିରହିଛି। ଖଣି ଅଞ୍ଚଳରେ ମାଲ ପରିବହନ କରୁଥିବା ଗାଡ଼ି ମାଲିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର କହିବାନୁଯାୟୀ, ଗତ ଫେବୃୟାରୀ ମାସରୁ ଗାଡ଼ି ଭଡ଼ା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ହେଲେ ଭଡ଼ା ବୃଦ୍ଧି […]
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ। ରଜ ପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ବିମାନବନ୍ଦର ଟର୍ମିନାଲ୍-୧ ବାହାରେ ନୂତନ ଫୁଡ୍ ଓ ବେଭେରେଜ୍ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିମାନବନ୍ଦର ଭଳି ସ୍ଥାନରେ ବିଭିନ୍ନ ସାମଗ୍ରୀର ଦର ଅଧିକ ରହୁଥିବା ବେଳେ ଫୁଡ୍ ଓ ବେଭେରେଜ୍ କାଉଣ୍ଟରରେ କମ ଦାମରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। […]
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏ ସମ୍ପର୍କରେ ସେ କହିଛନ୍ତି, ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି। ଏହାକୁ ସମୀକ୍ଷା କରାଯାଉ। ହାଇକୋର୍ଟ ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଗଜପତି ଓ ସେବାୟତଙ୍କୁ ନେଇ ସମୀକ୍ଷା ହେଉ ବୋଲି ସେ ଆହ୍ୱାନ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ନେତୃତ୍ୱକୁ ଶ୍ରୀହୀନ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ […]
ଭୁବନେଶ୍ୱର: ଏକକ ଟ୍ରିବ୍ୟୁନାଲ୍ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍। ବିବାଦର ସମାଧାନ ପାଇଁ ଇଣ୍ଟରଷ୍ଟେଟ ରିଭର ଡିସ୍ପୁଟ ଆକ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିବେ। ଏନେଇ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଥିଲା। ଷ୍ଟାଣ୍ଡିଂ କମିଟି ମଧ୍ୟ ରିପୋର୍ଟ ଦେଇସାରିଛି। ଆସନ୍ତା ମୌସୁମୀ ଅଧିବେଶନରେ ବିଲ୍ଟି ଲୋକସଭାରେ ଆସିପାରେ ବୋଲି ଅର୍ଜୁନ କହିଛନ୍ତି। ଅନ୍ୟପଟେ ଅର୍ଜୁନଙ୍କ […]
ଶିମଲା : ମଙ୍ଗଳବାର ହିମାଚଳ ପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଥର୍ମୋକୁଲ୍ ପ୍ଲେଟ୍ର ବ୍ୟବହାରରେ ରୋକ୍ ଲଗାଇଛନ୍ତି। କାରଣ ଏହା ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏହା ସହ ଅଫିସିଆଲ୍ ଫଙ୍କସନ ଗୁଡିକରେ ବହୁଳ ବ୍ୟବହାର ହେଉଥିବା ୧ଲିଟରରୁ କମ୍ ପାଣି ବୋତଲର ବ୍ୟବହାରକୁ ବାରଣ କରାଯାଇଛି। ସୁନ୍ଦରନଗର ସହରର ମଣ୍ଡି ଜିଲ୍ଲାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର କହିଛନ୍ତି , ପ୍ଲାଷ୍ଟିକ୍ […]
ପୁରୀ : କାହିଁକି ୧୯୮୫ ମସିହା ପରଠୁ ଆଉ ଖୋଲାଯାଇନି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଯଦିଓ ପ୍ରତି ୬ ମାସରେ ଥରେ ଭଣ୍ଡାର ଘର ସମ୍ପତ୍ତି ଯାଞ୍ଚ କରିବାକୁ ଜଗନ୍ନାଥ ଟେମ୍ପଲ୍ ରୁଲ୍ସରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ତାହା ଅନୁପାଳନରେ ଅସୁବିଧା ରହିଲା କେଉଁଠି ? ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନର ଆନ୍ତରିକତା ନାହିଁ ନା ଭିତର ଭଣ୍ଡାର ଚାବି ହଜି ଯାଇଥିବାରୁ ଜାଣିଶୁଣି ଏହା କରାଯାଇନାହିଁ ? ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଭଣ୍ଡାର […]
ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ପକ୍ଷୀ ଭୟ। ବିମାନ ବନ୍ଦରକୁ ଲାଗିଥିବା ରାସ୍ତା କଡରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହାକୁ ନେଇ ଚିନ୍ତାରେ ବିମାନ ବନ୍ଦର କର୍ତ୍ତୃପକ୍ଷ। ତେବେ କିଭଳି ଏହାକୁ ରୋକାଯାଇପାରିବ ସେନେଇ ପଦକ୍ଷେପ ନିଆଯାଇଛି। ଏକ ସ୍ୱତନ୍ତ୍ର ଗାଡିରେ ଲାଗିଛି ନିବେଦନର ବାର୍ତ୍ତା। ତାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନତା। ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ବାର୍ଡ ହିଟିଂରୁ ମୁକ୍ତ କରିବା ପାଇଁ […]
କୋଲକାତା: ଜଣେ ହୋଟେଲ ବ୍ୟବସାୟୀ ବିରିୟାନି ଖାଇଥିବା ଗ୍ରାହକଙ୍କୁ ପଇସା ମାଗିବାରୁ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି । ପୋଲିସର କହିବା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଛି ଏମିତି ଘଟଣା। ରବିବାର ରାତିରେ ଚାରି ଜଣ ଯୁବକ ଆସି ଏକ ହୋଟେଲରେ ବିରିୟାନି ମାଗିଥିଲେ I ବ୍ୟବସାୟୀ ଜଣଙ୍କ ଗୋଟିଏ ପ୍ଲେଟ୍ ବିରିୟାନି ପାଇଁ ଗ୍ରାହକଙ୍କୁ ୧୯୦ ଟଙ୍କା ମାଗିଥିଲେ। ଖାଇ ସାରିବା ପରେ ବିରିୟାନି ଦରକୁ ନେଇ ବ୍ୟବସାୟୀ ଓ ଯୁବକମାନଙ୍କ ମଧ୍ୟରେ […]
ନୀଳଗିରି : ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଥିବା ପୁନେର ଦୁଇ କଲେଜ ଛାତ୍ରୀ ଓଡ଼ିଶାରରେ ପହଞ୍ଚିଛନ୍ତି। ୧୬ ଜୁନ୍ ୨୦୧୮ରୁ ପୁନେରୁ ସାଇକେଲରେ ବାହାରି, କୋଲାପୁର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଏହି ଦୁଇ ଛାତ୍ରୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ଅବସରରେ ପଞ୍ଚଲିଙ୍ଗେଶ୍ୱର ସ୍ଥିତ ରୁପ୍ ପାର୍କରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୀଳଗିରି ସହର ସ୍ଥିତ ‘ଫ୍ୟାଟ୍ଲକ୍ସ’ କ୍ଲବ୍ ପକ୍ଷରୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। […]
କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ନାରକୀୟ କାଣ୍ଡ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଗୋଉଣିପୋଷା ପଞ୍ଚାୟତ ଖଡ଼ିଖମଣ ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ମୃତକ ହେଲେ ଖଡ଼ିଖମଣ ଗ୍ରାମର ମାଦା ମାରାଣ୍ଡି। ଘଟଣା ଘଟାଇବା ପରେ ଆଜି ସକାଳୁ ସ୍ତ୍ରୀ ମାୟାବତୀ ମାରାଣ୍ଡି ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛି। ସୋମବାର ରାତିରେ କୌଣସି ବିଷୟକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଶୋଇଥିବା ସମୟରେ ସ୍ତ୍ରୀ ମାୟାବତୀ […]
ଜୟପୁର : କୋରାପୁଟ ଜୟପୁର ବରିପୁଟ ପାହାଡରୁ ପଥର ଟ୍ରାଜେଡି ଘଟଣାରେ ଉଦ୍ଧାର ଓ ସହାୟତା ପାଇଁ ରାଞ୍ଚିରୁ ଆସୁଛି ସେନାର ସ୍ୱତନ୍ତ୍ର ଇଞ୍ଜିନିୟରିଂ ଟିମ୍। ଏହି ଟିମ୍ ଉଦ୍ଧାରକାରୀ ଦଳକୁ ଅଧିକ ସହୟତା କରିବ। ଦୀର୍ଘ ୬ ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ଏହି ଘଟଣାରେ ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ଜଣାପଡ଼ିନି। ଉଦ୍ଧାର କାର୍ଯ୍ୟରେ ଗୋଟିଏ […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଜଣେ NRIଙ୍କ ଠାରୁ ଲୁଟ୍ ଅଭିଯୋଗ। ଘାନାରୁ ଆସିଥିବା NRI ନିରଜ ଚାନ୍ଦନଙ୍କ ପରିବାର ଠାରୁ ଲକ୍ଷାଧତ୍କ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ଦୁଇ ପିଲାଙ୍କର ମୋଟ୍ ୯ଟି ପାସ୍ପୋର୍ଟ ସହ ୩ ହଜାର ଡଲାର, ଦାମୀ ଫୋନ୍, ନନ୍ସିଟିଜେନ୍ କାର୍ଡ ମଧ୍ୟ ଲୁଟ୍ ହୋଇଛି। ଏନେଇ ଏୟାର ଫିଲ୍ଡ ଥାନାରେ ଏତଲା ଦେଇଛନ୍ତି ନିରଜ ଚନ୍ଦନ।
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବର୍ତ୍ତମାନ ଯେହେତୁ ସନ୍ଦେହ ଉପୁଜିଛି, ତେଣୁ ରତ୍ନଭଣ୍ଡାର ଖୋଲାହେବା ଉଚିତ୍ ବୋଲି ସେ କହିଛନ୍ତି । ଆଉଥରେ ରତ୍ନଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଓ ସମ୍ପତ୍ତି ଗଣା ହେବା ଆବଶ୍ୟକ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା ଆବଶ୍ୟକ। CCTV ଲଗାଇ ରଥଯାତ୍ରା ପରେ […]
ଭୁବନେଶ୍ୱର: ଆସୁଛି ମୌସୁମୀ। ଏହା ପୂର୍ବରୁ ରାଜ୍ୟରେ କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୪ଟା ୪୫ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ମଧ୍ୟ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, […]
ଭୁବନେଶ୍ୱର: ମାଟ୍ରିକ, +୨ ପରୀକ୍ଷାକୁ ସଂପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ CCTV ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲକ୍ଷ୍ୟ ନେଇ CCTV ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା […]
ଯାଜପୁର: ଯାଜପୁରରେ ନିଆଳି ରିଟର୍ଣ୍ଣସ୍! ନିଆଳିରେ ଅଜଣା ଜନ୍ତୁ ଆତଙ୍କକୁ ନେଇ ଏପର୍ଯ୍ୟନ୍ତ ବି ଭୟ ଯାଇନଥିବାବେଳେ ପୁଣି ଥରେ ଅଜଣା ଜନ୍ତୁ ଆତଙ୍କ ଫେରିଛି। ଯାଜପୁର ଜିଲ୍ଲା ବଡ଼ଚଣାରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଏଠାରେ ନିଆଳି ଭଳି ମେଣ୍ଡାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଅଜଣା ଜନ୍ତୁ ୨ଟି ମେଣ୍ଢାଙ୍କୁ ମାରିବା ସହ ୭ଟିକୁ ଘାଇଲା କରିସାରିଲେଣି। ଆହତ ହୋଇଥିବା ସମସ୍ତ ମେଣ୍ଢାଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା […]
ଅହମଦାବାଦ: ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୁଜରାଟ କଚ୍ଛର ମୁନ୍ଦ୍ରା ଜିଲ୍ଲାରେ ଘଟିଛି। ଦୁର୍ଘଟଣାରେ ଏୟାର କମାଣ୍ଡର ସଞ୍ଜୟ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି। ଜାମନଗର ଏୟାର ବେସ୍ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ବେରଜା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ଟ୍ରେନିଂ ମିଶନରେ ଥିଲା ବୋଲି ଜଣାପଡ଼ିଛି। ବିମାନର ଭଗ୍ନାବଶେଷ ଠାବ କରାଯାଇଥିବାବେଳେ ଦୁର୍ଘଟଣାର କାରଣ କିଛି ଜଣାପଡ଼ିନି। ଅନ୍ୟପକ୍ଷରେ ଏହି ଘଟଣାକୁ […]
ବୌଦ୍ଧ: ଦନ୍ତା ନେଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଲସାପଦର ଗାଁର ଭରତ ବଗର୍ତ୍ତୀ। ଆଜି ଭୋରରୁ ଭରତ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିଲା। ଖବରପାଇ କଣ୍ଟାମାଳ ବନାଞ୍ଚଳର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।