• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

eid
ଆଜି ପବିତ୍ର ଇଦ୍ ପର୍ବ ; ରୋଜା ଭାଙ୍ଗିଲେ ଇସଲାମ ଧର୍ମାବଲମ୍ବୀ

ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିଛନ୍ତି ଇସଲାମ ଧର୍ମାବଲମ୍ବୀ। ପବିତ୍ର ଇଦ୍ ପର୍ବ ପାଇଁ ଚଳଚଞ୍ଚଳ ଦିଲ୍ଲୀର ଜାମା ମସଜିଦ୍।  ଏହି ଅବସରରେ ସମୂହ ନମାଜ ପାଠ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଇସଲାମ ଧର୍ମାବଲମ୍ବୀ। ନୂତନ ବସ୍ତ୍ର ପରିଧାନ ସହ ସୁବାସିତ ଅତର ମାରି ସେମାନେ ପ୍ରାର୍ଥନା ସ୍ଥଳୀ ବା ଇଦ୍‌ଗାହ୍ ପଡିଆରେ ଯାଇ ସମୂହ ପ୍ରାର୍ଥନା କରିଥିଲେ। ନମାଜ ପରେ […]

  • Saturday, 17 July 2021
reven-
ରେଭେନ୍ସାରେ ଛାତ୍ର ଅଶାନ୍ତି

କଟକ : ରେଭେନ୍ସାରେ ଛାତ୍ର ଅଶାନ୍ତି। ବିଭିନ୍ନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ଛାଡିବା ନିର୍ଦ୍ଦେଶର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଛନ୍ତି। ହଷ୍ଟେଲ ନବୀକରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୮ତାରିଖ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ଦେଇଛନ୍ତି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି।

blast-1
ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲା ବୋମା ନିଷ୍କ୍ରିୟକାରୀ ଟିମ୍

ମାଲକାନଗିରି : ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଧିଲି ଥାନା ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବି.ଏସ୍.ଏଫ୍ କୁ ସୂଚନା ଦେଇଥିଲେ। ବି.ଏସ୍.ଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୁ ଖବର ଦେଇଥିଲେ। ଟିମ୍ ପହଁଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। […]

  • Saturday, 17 July 2021
accident
ଦୁର୍ଘଟଣାରେ ଯବାନ ମୃତ

ଧର୍ମଗଡ଼ : ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଜଣେ ସଂପର୍କୀୟଙ୍କ  ବାହାଘରରେ ଯୋଗ ଦେବା ପାଇଁ ବୃନ୍ଦାବାହାଲରୁ ଧର୍ମଗଡ଼ ଯାଉଥିଲେ ମୃତ ଯବାନ ଲକ୍ଷ୍ମୀ ରାଉତ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

  • Saturday, 17 July 2021
vigilance
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ୨ ଅଧିକାରୀ

ବରଗଡ଼ : ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ୨ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି ସବ୍ ଡିଭିଜନ ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍‌ଙ୍କ ବରଗଡ଼ସ୍ଥିତ ଘରେ ଏହି ରେଡ୍ ହୋଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ […]

  • Saturday, 17 July 2021
elephant-1
ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]

daRINGIBADI
ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]

dust
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ  

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]

deepak
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍‌ଡେ, ଏନ୍‌ଭି ରମନା,ଅରୁଣ  ଓ ଜଷ୍ଟିସ  ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ […]

matric
୯ ପ୍ରତିଶତ କମିଲା ମାଟ୍ରିକ୍ ପାଶ୍ ହାର

ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୪ ଲକ୍ଷ ୩୮ ହଜାର ୩୪୮ ଜଣ। ତେବେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ […]

land
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର

ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର […]

praful samal
ରୋକ୍‌ଠୋକ୍‌ ମନା କଲେ ମନ୍ତ୍ରୀ; କଳିଙ୍ଗ ଷ୍ଟୁଡ଼ିଓ ଜାଗା କାହାକୁ ଦିଆଯିବନି

ଭୁବନେଶ୍ୱର : ପୁଣି ତେଜିଲା କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ବିବାଦ। ଆଜି ଜମି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡ଼ିଓ ଜାଗାକୁ କାହାକୁ ଦେବେ ନାହିଁ। କଳିଙ୍ଗ ଷ୍ଟୁଡିଓ ଭିତ୍ତିଭୂମି ବିକାଶ ପାଇଁ ଇଡ୍‌କୋକୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ ସାମଲ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ […]

  • Saturday, 17 July 2021