ଅନୁଗୁଳ: ଅନୁଗୁଳ ବସ୍ଷ୍ଟାଣ୍ଡରେ ବୁଲୁଥିବାଳେ ୨ ଶିଶୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଦୁଇ ଶିଶୁ ଭାଇ ଭଉଣୀ ବୋଲି ଜଣାପଡ଼ିଛି। ଅନୁଗୁଳ ଥାନାରେ ଦୁଇ ଶିଶୁଙ୍କୁ ରଖି ସେମାନଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଦୁଇ ଶିଶୁଙ୍କ ଘର ଢେଙ୍କାନାଳରେ ହୋଇଥିବା ଭଉଣୀ ଜଣକ କହୁଥିବାବେଳେ ଆଉ କିଛି କହିପାରୁନାହାନ୍ତି। ତେବେ ଉଦ୍ଧାର […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଆଞ୍ଚଳିକ ଶାଖା ଏବଂ ମୁଖ୍ୟ SBIର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗ୍ରାହକଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ସେପଟେ ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାଲିକଙ୍କ ଅଜାଣତରେ ଏସବୁ ହୋଇଥିବା ଜଣାପଡ଼ିଛି। ଏହାସହ ତଦନ୍ତ ପରେ ଯଦି […]
ଭବାନୀପାଟଣା: ଭବାନୀପାଟଣା ଚାଞ୍ଚେର ନିକଟରରେ ବସ୍ ଧକ୍କାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ଚାଞ୍ଚେର ନିକଟରେ ଜଣେ ପଥଚାରୀଙ୍କ ଉପରେ ବସ୍ ମାଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ବୋରିଗୁମ୍ମା-ବରଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଜୟପୁର: କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଯାଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସେଥିପାଇଁ ଗତକାଲି ରାଞ୍ଚିରୁ ମଧ୍ୟ ସେନାର ଆଉ ଏକ ଟେକ୍ନିକାଲ ଟିମ୍ […]
ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ। ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, […]
ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]
ଭୁବନେଶ୍ୱର/ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ବିଶ୍ୱଭୂଷଣ ବହୁ ବାର ମନ୍ତ୍ରୀପଦ ସମ୍ଭାଳିଛନ୍ତି। ସେ ୨ଥର ଜନତା ଓ ୩ଥର ବିଜେପି ଟିକେଟ୍ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ […]
ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି। ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍ ଚଳାଚଳ କରାଯିବ ବୋଲି ରାୟଗଡାର ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୧୬ରେ ନାଗାବଳୀ ନଦୀରେ ବନ୍ୟା ଯୋଗୁଁ ଥେରୁବାଲିର ପୂଜାରୀଗୁଡା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏଥିଯୋଗୁ […]
ପୁରୀ : ପୁରୀରେ ଗତକାଲିଠାରୁ ନିଖୋଜ ଥିବା କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ପେଣ୍ଠକଟା ନିକଟ ସମୁଦ୍ର ବେଳାଭୂମିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତ୍ରିପୁରା ପୋଲିସର କନଷ୍ଟେବଲ ସୁମନ ନାଥ। ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଚକ୍ରତୀର୍ଥ ରୋଡସ୍ଥିତ ଏକ ହୋଟେଲରେ ସେ ରହିଥିଲେ। ତେବେ ଗତକାଲି ସେ ହୋଟେଲରୁ ବାହାରି ଆଉ ଫେରିନଥିଲେ। ସୁମନ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ପୁରୀ ସି-ବିଚ୍ ଥାନାରେ ଏତଲା ଦେଇଥିଲେ।
ଭୁବନେଶ୍ୱର : ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ଭୁବନେଶ୍ୱରରରେ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ଦିନ ତଳେ ଆକ୍ରାନ୍ତ ହୋଇ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ମହିଳାଙ୍କର ଅନ୍ୟ ଜଣେ ସମ୍ପର୍କୀୟା ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ସ୍ୱାମୀ ଓ ପୁତୁରା। ସେପଟେ ରାଜ୍ୟରେ ଡେଙ୍ଗୁ […]
ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି ସରକାର। ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି ଆହୁରି ଅନେକ ଯୋଜନା ଘୋଷଣା କରିଛନ୍ତି। ଏହି ସବୁ ଯୋଜନା ମଧ୍ୟରେ ରହିଛି, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ, […]
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏପଟେ ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। […]
ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱlରା ଜୀବନରେ ଅନେକ ଫାଇଦା ହେବ । ୩ ମିନିଟର ଏହି ଭିଡିଓରେ ମୋଦି ପ୍ରାଣାୟମ କରିବାର ଶୈଳୀ ଶିଖାଇବା ସହ ଏହାର […]