• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ  :  ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଧିବଦ୍ଧ ଭାବେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି। ୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ନେଇ ଚରମ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧି। ଗତକାଲି ବରିଷ୍ଠ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ରାହୁଲ। ତେବେ ତାଙ୍କୁ ସଭାପତି ପଦରେ ରହିବା ନେଇ ବହୁ ନେତା ନିବେଦନ କରିଥିଲେ। ଏସବୁ ପରେ ବି ରାହୁଲ ଆଜି ଇସ୍ତଫା ଦେଇଛନ୍ତି। ଟ୍ୱିଟ୍‌ରେ ଏନେଇ […]

  • Saturday, 17 July 2021
soro
ସୋର ଓ ବାହାନଗା ବ୍ଲକ୍‌ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଓ ବାହାନଗା ବ୍ଲକ୍‌ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସୋରକୁ ସବ୍‌ ଡ଼ିଭିଜନ ମାନ୍ୟତା ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋର ଓ  ବାହାନଗାରେ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି।  ସୋରରେ ବିଦ୍ୟୁତ ବିଭାଗ ଡିଭିଜନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ, କେନାଲ ବିଭାଗ ଡିଭିଜନ, ସବ୍‌ ଜେଲ୍‌ ଆଦି ଥିବା ବେଳେ କାହିଁକି ସବ୍ ଡିଭିଜନର ମାନ୍ୟତା ମିଳିଲାନି […]

  • Saturday, 17 July 2021
Prabhudatta Pradhan
ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ

ସମ୍ବଲପୁର: ଆଉ ନାହାନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ୭୫ ବର୍ଷ ବୟସରେ ଆଜି ପ୍ରଭୁଦତ୍ତଙ୍କର ପରଲୋକ ହୋଇଛି। ସମ୍ବଲପୁର ହସ୍ପିଟାଲ୍ ରୋଡ ବାସଭବନରେ ପ୍ରଭୁଦତ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭୋର ୪ଟା ବେଳେ ତାଙ୍କର ବିୟୋଗ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ସାରା ଦେଶରେ ବେଶ୍‌ ଲୋକପ୍ରିୟ ଗୀତର ମାନ୍ୟତା ପାଇଛି।  ଜିତେନ୍ଦ୍ରୀୟ […]

  • Saturday, 17 July 2021
puri
ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ

ପୁରୀ: ପୁରୀ ପିପିଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିପିଲି ହାଟସାହି ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଭଳି ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ବସନ୍ତ ଛାଟୋଇ ନାମକ ଜଣେ ଯୁବକ ପରିଶ୍ରା ଯିବା ବେଳେ କିଛି ବ୍ୟକ୍ତି ତାଙ୍କୁ ପଛ ପଟୁ ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ପୋଲିସ […]

  • Saturday, 17 July 2021
DAMA
ପ୍ରଧାନମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁନାହାନ୍ତି : ଦାମ

ଭୁବନେଶ୍ୱର : ଗତକାଲି କଟକ ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାକୁ ନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁଥାନ୍ତେ, ତେବେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱାଗତ କରିବାକୁ ଯାଇଥାନ୍ତେ। ସେପଟେ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦାମବାବୁଙ୍କ କଥାକୁ ଆମେ […]

  • Saturday, 17 July 2021
mp nusrat
ଇସ୍କନ୍‌ ରଥଯାତ୍ରା ପାଇଁ ନୁସରତ୍‌ ଜହାନ୍‌ଙ୍କୁ ନିମନ୍ତ୍ରଣ

କୋଲକାତା: ନବନିର୍ବାଚିତ ଟିଏମ୍‌ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍‌ଙ୍କୁ ଇସ୍କନ୍‌ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସିଅସନେସ୍‌ (ଇସ୍କନ୍‌) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ […]

  • Saturday, 17 July 2021
debASISH
ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ଦେବାଶିଷ ମହାନ୍ତି

କଟକ : ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଘୋଷଣା ହୋଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ୍‌ ଦାୟିତ୍ୱରୁ ଓହରି ଯାଇଥିଲେ। ତେବେ ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣି ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି। ସେହିଭଳି ୨୩ ବର୍ଷରୁ କମ୍‌ କ୍ରିକେଟ ଦଳର କୋଚ […]

  • Saturday, 17 July 2021
delhi-2
ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ : ଏନଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ। ଏହି ଏକ୍ସପ୍ରେସ୍ ୱେର ମାତ୍ର ୨୭.୭୪ କିଲୋମିଟର ରାସ୍ତା ନିର୍ମାଣ ସରିଛି। ପର୍ଯ୍ୟାୟ କ୍ରମେ ଏହି ରାସ୍ତା ନିର୍ମାଣ ହେବ। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ସେହିପରି ୧୩୫ […]

  • Saturday, 17 July 2021
bjd
ମୋଦିଙ୍କ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର : ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍‌ଫ୍ୟୁଜନ୍ ଥିଲା, କମ୍ପ୍ଲିମେଣ୍ଟ ନଥିଲା। ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଦୁଃଖଦାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିବା ସହିତ ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ […]

  • Saturday, 17 July 2021
youth
ନୟାଗଡ଼କୁ ବ୍ୟାପିଲା ପିଲା ଚୋର ଗୁଜବ

ନୟାଗଡ଼ : ନୟାଗଡ଼ରେ ପିଲା ଚୋର ଗୁଜବ। ପିଲା ଚୋର ସଂଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡୁ ଏକ […]

  • Saturday, 17 July 2021
elephant
ତେଲକୋଇରେ ହାତୀ ଉପଦ୍ରବ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ। ୪ ଦିନ ହେଲାଣି ଗୋଟିଏ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷତି କଲେଣି।ତେଲକୋଇ ବ୍ଲକର ସରୁଆଳି ଓ ସିଙ୍କୁଳା ବାହାଲର ଆମ୍ବ ବଗିଚାରେ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଏହା ସହିତ ଆମ୍ବ ମଧ୍ୟ ନଷ୍ଟ କରିଛନ୍ତି। ତେଲକୋଇରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇଛି। କିନ୍ତୁ ହାତୀମାନେ ବହୁ ଫଳନ୍ତି ଗଛ ଭାଙ୍ଗି ଦେଇଥିବାରୁ ଚାଷୀମାନେ ଚିନ୍ତାରେ […]

  • Saturday, 17 July 2021
tea seller
ମନ୍ କି ବାତ୍‌ରେ କଟକର ଚା’ ବିକାଳି ପ୍ରକାଶଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ/କଟକ: ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ରେ କହିଥିଲେ। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି।  […]

  • Saturday, 17 July 2021
cuttack
କାନ୍ଥ ଭୁଶୁଡ଼ି ୫ ବର୍ଷର ଶିଶୁ ମୃତ୍ୟୁ

କଟକ: କଟକ ଚୌଦ୍ୱାରରେ କାନ୍ଥ ପଡ଼ି ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ବାପା ଓ  ମାଆ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବଳ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ […]

  • Saturday, 17 July 2021
child lifters
ପିଲା ଚୋର ଭାବି ନିର୍ଧୂମ ପିଟିଲେ

ବ୍ରହ୍ମପୁର: ରାୟଗଡ଼ାରୁ ଗଞ୍ଜାମକୁ ବ୍ୟାପିଲା ପିଲା ଚୋରି ଗୁଜବ। ପିଲା ଚୋରି ସନ୍ଦେହରେ ୭ ଅଣ ଓଡ଼ିଆ ଯୁବକଙ୍କୁ ନିର୍ଧୂମ୍‌ ପିଟିଲେ ଲୋକେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନୂଆବଜାର ଥାନା ଗେଟ୍ ବଜାର ଅଞ୍ଚଳରେ ତାମିଲନାଡୁର ୭ ଜଣ ଯୁବକ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଲେ। ତେବେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ସ୍ଥାନୀୟ ଲୋକେ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ଓଡ଼ିଆ ଭାଷା ଜାଣିନଥିବାରୁ ସେମାନେ କିଛି ଉତ୍ତର […]

  • Saturday, 17 July 2021
axis bank
ରାତି ଅଧରେ ଏଟିଏମ୍‌ ଲୁଟ୍‌, ୧୦ ଲକ୍ଷ ନେଇ ଛୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଏକ ବଡ଼ ଧରଣର ଏଟିଏମ୍ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନିରାକାରପୁର କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍‌ରେ ଏଟିଏମ୍‌ର ଚାମ୍ବର କାଟି ଟଙ୍କା ନେଇ ଯାଇଛନ୍ତି। ଏହା ସହିତ ATMର ସିସିଟିଭି ଭାଙ୍ଗିବା ସହ ହାର୍ଡ଼ଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଛି। […]

  • Saturday, 17 July 2021