Advertisment

ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ସ୍ବତନ୍ତ୍ର ଶିଶୁଖାଦ୍ୟ । ମୂଷାଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହେଲା 'ନ୍ୟୁଟ୍ରିନେଷ୍ଟ୍' ।

author-image
Satyendu Shekher Mishra
Kalabati

Kalabati

ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ! ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ ! ଲୁପ୍ତପ୍ରାୟ ଦେଶୀ ଧାନକୁ ନେଇ ସଫଳ ଗବେଷଣା । କଳାଧାନ, ଚାଉଳର ରଙ୍ଗ ବି କଳା । ଯାହାକି ପୋଷକ ତତ୍ତ୍ୱରେ ଭରପୁର । ଏହା ଆମର ପାରଂପରିକ ଦେଶୀ ଧାନ, କଳାବତୀ । ଆଧୁନିକ ଧାନ କିସମର ପ୍ରଚଳନ ବଢ଼ିବା ପରେ, ବିଲରୁ ଧୀରେ ଧୀରେ ଲୋପ ପାଇଯାଉଛି କଳାବତୀ ଧାନ ।

Advertisment

ତେବେ ଏହା ଉପରେ ଗବେଷଣା କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଛି ଚମକପ୍ରଦ ସଫଳତା । ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁଷ୍ଟି ସାଧନ ବିଭାଗର PHD ସ୍କଲାର୍ ପାୟଲ ଶର୍ମୀ କଳାବତୀ ଚାଉଳକୁ ମୁଖ୍ୟ ଉପାଦାନ ଭାବେ ନେଇ ପ୍ରସ୍ତୁତ କରିଛନ୍ତି ଏକ ବିକଳ୍ପ ଶିଶୁ ଖାଦ୍ୟ । ଯାହାର ନାଁ ରଖାଯାଇଛି ନ୍ୟୁଟ୍ରି ନେଷ୍ଟ୍। ଏଥିରେ କଳାବତୀ ଚାଉଳ ସହ କିଛି ପରିମଣାର ବାଦାମ, ମାଣ୍ଡିଆ, ସୋୟାବିନ, ଗୁଡ଼ ଓ କ୍ଷୀର ପାଉଡର୍ ଆଦି
ମିଶାଯାଇଛି । ମୂଷା ମାନଙ୍କ ଉପରେ ଏହାର ପ୍ରାଥମିକ ଗବେଷଣା ସଫଳ ହୋଇଥିବା ବେଳେ, ଏହାର ପେଟେଣ୍ଟ ପାଇଁ ମଧ୍ୟ ଆବେଦନ ସରିଛି।

ତେବେ ନ୍ୟୁଟ୍ରିନେଷ୍ଟ ମୂଷା ମାନଙ୍କ ଉପରେ କରାଯାଇଥିଲା ପରୀକ୍ଷଣ। ଯାହାକି ସଫଳ ହୋଇଛି । ଲ୍ୟାବରେ ୧୪ ଦିନର ମୋଟ ୨୧ଟି ମୂଷା ଛୁଆଙ୍କୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା । ୭ଟି ଲେଖାଏଁ ମୂଷାଛୁଆଙ୍କୁ ଦିଆଯାଇଥିଲା ୩ ପ୍ରକାର ଶିଶୁଖାଦ୍ୟ । ପ୍ରଥମ ଗ୍ରୁପକୁ ପାରଂପାରିକ ଖାଦ୍ୟ, ଦ୍ୱିତୀୟକୁ ବଜାରରେ ମିଳୁଥିବା ଶିଶୁଖାଦ୍ୟ ଏବଂ ତୃତୀୟକୁ କଳାବତୀ ଧାନରୁ ପ୍ରସ୍ତୁତ ନ୍ୟୁଟ୍ରିନେଷ୍ଟ।

Advertisment

୧୪ ଦିନ ପରେ ଦେଖାଗଲା, ନ୍ୟୁଟ୍ରିନେଷ୍ଟ ଖାଇଥିବା ମୂଷାଛୁଆ ଗୁଡ଼ିକର ଓଜନ ଅନ୍ୟ ଗ୍ରୁପଠୁ ଅଧିକ ଥିଲା ଏବଂ ସେମାନେ ଅପେକ୍ଷାକୃତ ଅଧିକ ସବଳ ଥିଲେ । କଳାବତୀ ଧାନରେ ଖାଦ୍ୟସାର, ପୁଷ୍ଟିସାର, ଆମିନୋଏସିଡ୍ ଓ ଆଣ୍ଟିଅକ୍ସିଡାଣ୍ଟ ଆଦି ଥିବାରୁ ଏଭଳି ସଫଳତା ମିଳିଥିବା ଗବେଷିକା ଦାବି କରିଛନ୍ତି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ଆଣ୍ଡ୍ ବାୟୋ-ଇନଫର୍ମେଟିକ୍ସ ବିଭାଗ ଅଧୀନସ୍ଥ ଖାଦ୍ୟ ବୈଷୟିକ ଜ୍ଞାନ ଓ ପୁଷ୍ଟିସାଧନ ବିଭାଗ ଦ୍ୱାରା ଏହି ଗବେଷଣା କଳାବତୀ ଧାନକୁ ପୁନର୍ଜୀବନ ଦେଇପାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଏହି ବିଭାଗ ଦ୍ୱାରା ପ୍ରସ୍ତୁତ ହର୍ବାଲ୍ ଚା' ବି ପେଟେଣ୍ଟ ହାସଲ କରିଛି । ଏବେ ନ୍ୟୁଟ୍ରିନେଷ୍ଟର ପେଟେଣ୍ଟ ଆବେଦନ କରାଯିବ ଏବଂ ଆଗାମୀ ଦିନରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା ରହିଛି ।

Advertisment
Advertisment