ଇନ୍ଦୋର: ଲିଫ୍ଟରେ ଯାଉଥିବା ବେଳେ ଏହାର ବେଲ୍ଟ ଛିଣ୍ଡି ଯିବାରୁ ମଧ୍ୟପ୍ରଦେଶ ଅନ୍ତର୍ଗତ ମହୱା ନିକଟରେ ଥିବା ପତଳପାନି ଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ବ୍ୟବସାୟୀ ପୁନୀତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ଲାଗିଥିବା ଲିଫ୍ଟରେ ହିଁ ଏହି ଅଘଟଣ ଘଟିଛି। ନୂଆ ବର୍ଷ ପାଇଁ ମଧ୍ୟପ୍ରଦେଶର ବ୍ୟବସାୟୀ ପୁନୀତଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପୁନୀତ ଓ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ତେବେ […]
ଭୁବନେଶ୍ୱର: ଲୋକାୟୁକ୍ତକୁ ରାଜ୍ୟ କ୍ୟାବିନେଟର ମୋହର ବାଜିବାର ଗୋଟିଏ ମାସ ଆଠ ଦିନ ପରେ ବିଧାନସଭାରେ ପାରିତ ହେଲା ବିଲ। ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଦେଶରେ ପ୍ରଥମ ବୋଲି କହି ବାହାବା ବି ନେଲେ ସରକାର। ତେବେ ବିଡ଼ମ୍ବନାର କଥା ବିଲ୍ କିନ୍ତୁ ଆଇନରେ ପରିଣତ ହୋଇପାରିଲା ନାହିଁ କି ଲୋକାୟୁକ୍ତ ନିଯୁକ୍ତ ହେଲେନି। ୪ ବର୍ଷ ୫ ମାସ ପରେ ସୁପ୍ରିମକୋର୍ଟର ଛାଟ ଲାଗିବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ […]
ଭୁବନେଶ୍ୱର: ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ପରେ ଏବେ କର୍ଣ୍ଣାଟକ। ଗୋଟିକ ପରେ ଗୋଟିଏ ରାଜ୍ୟ କୃଷିଋଣ ଛାଡ଼ କରିବା ପରେ ଦୋଛକିରେ ପଡ଼ିଛି ରାଜ୍ୟ ସରକାର। ଗୋଟିଏ ପଟେ ଭୋଟ ଚିନ୍ତା, ଅନ୍ୟପଟେ ଆର୍ଥିକ ବୋଝର ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ପାଇଁ ଏବେଠୁ ଚାଷୀ କାର୍ଡ ଖେଳିଛନ୍ତି ବିଜେପି ଓ କଂଗ୍ରେସ। କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ଉଭୟ ଦଳ ଘୋଷଣା କରିବା ପରେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ରାଜ୍ୟ ସରକାର। […]
ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଆଜି ଆଉ ଚାରି ଜଣ ଉଦ୍ଧାର ହୋଇଛନ୍ତି । ଏହାକୁ ମିଶାଇ ଆଜି ସୁଦ୍ଧା ମୋଟ ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଫଳରେ ଗୁମ୍ଫାରେ ପାଣି ପଶି ଯାଇଥିବାରୁ ଅତି ସତର୍କତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହା ପରେ ଆଜିର ରେସ୍କୁ ଅପରେସନକୁ ସ୍ଥଗିତ ରଖାଯାଇଛି। ଫଳରେ ଗୁମ୍ଫା ଭିତରେ ଏବେ ବି ଆଉ ୫ ଜଣ ଫସି ରହିଛନ୍ତି। […]
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଫାଶି ଦଣ୍ଡ ପ୍ରତ୍ୟାହାର ପାଇଁ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଏହି ଆବେଦନ କରିଥିଲେ। ତେବେ ଦୋଷୀଙ୍କ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହିତ ରିଭ୍ୟୁ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ କୋର୍ଟ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଏହି ମାମଲାରେ ମୋଟ ୬ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ମୁନା ବଜରଙ୍ଗୀକୁ ଜେଲ ଭିତରେ ଗୁଳିକରି ହତ୍ୟା କରାଯାଇଛି। ଆଜି ସକାଳ ୬ଟାରେ ବାଗପଟ୍ ଜେଲ ପରିସରରେ କଏଦୀମାନେ ଚା’ ପିଉଥିବା ବେଳେ ସୁନୀଲ ରଥିଆଟ ନାମକ ଜଣେ କଏଦୀ ମୁନା ବଜରଙ୍ଗୀକୁ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ମୁନା ବଜରଙ୍ଗୀର ମୃତ୍ୟୁ ହୋଇଛି। ଗତ ରବିବାର ମୁନା ବଜରଙ୍ଗୀକୁ ଝାନସୀରୁ ବାଗ୍ପଟ୍ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସପ୍ତାହକ ତଳେ ମୁନା ବଜରଙ୍ଗୀର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇଦେବାକୁ ତାଙ୍କ ସ୍ତ୍ରୀ […]
ନୂଆଦିଲ୍ଲୀ: ବଡ଼ ଭାଇ ପାଠ ପଢ଼ି ହେଲା ଆଇପିଏସ, କିନ୍ତୁ ସାନ ଭାଇ ଅଧାରୁ ଡାକ୍ତରୀ ପାଠ ଛାଡ଼ି ବନିଲା ଆତଙ୍କବାଦୀ। ଏମିତି ଏକ ଖବର ଆଜି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଜାମ୍ମୁ ଓ କାଶ୍ମୀରର ୨୦୧୨ ବ୍ୟାଚ୍ ଆଇପିଏସ ଅଫିସର ଇନାମୁଲ ହକ୍ ଭାଇ ଆତଙ୍କବାଦୀ ସଙ୍ଗଠନ ହିଜ୍ବୁଲ ମୁଜାହିଦ୍ଦିନ୍ ଗ୍ରୁପ୍ରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ସାଜିଥିବା ୨୫ ବର୍ଷ ବୟସର ଏହି ଯୁବକ ଜଣଙ୍କ ହେଉଛନ୍ତି ସାମ୍ସୁଲ ହକ୍ ମେଂଗ୍ନୁ। ସାମ୍ସୁଲ […]
ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ହାଇପ୍ରୋଫାଇଲ ସେକ୍ସ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି । ଅଭିନେତ୍ରୀ ଜଣକ ଆଗ୍ରାର ବୋଲି ପୁଲିସ ସୂତ୍ରରୁ କୁହାଯାଇଛି। ସହର ପାଖ ବଞ୍ଜାରା ହିଲ୍ସ୍ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି ସେକ୍ସ ରାକେଟ୍ । ରବିବାର ଏହି ମାମଲାର ସୂଚନା ଦେଇ ପୁଲିସ କହିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଶନିବାର ରାତିରେ ହୋଟେଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ […]
ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ-ଲୁହାପଙ୍କ ରୋଡ଼୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଇବ୍ ଥର୍ମାଲ୍ ଯାଉଥିଲା।
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଯାହାର ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ହେଉଛି। ଫଳରେ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ସମ୍ବଲପୁରରେ ସର୍ବାଧିକ ୪୫.୨ ମିଲିମିଟର ରେକର୍ଡ କରାଯାଇଥିବା ନେଇ ପାଣିପାଗ […]
ପୁରୀ: ପୁରୀ ସମୁଦ୍ର ବେଳାଭୂମିରେ କୋଷ୍ଟାଲ ରେଗୁଲେସନ୍ ଜୋନ୍ ବା CRZ ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ପୁରୀ ସମୁଦ୍ର ବେଳାଭୂମିରେ ଗାନ୍ଧିସ୍ମୃତି ପୀଠ ଓ ରାଜଭବନ ପଛପଟେ ବାଲି ସିମେଣ୍ଟରେ ଅସ୍ଥାୟୀ ପାଇଖାନା ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ତିଆରି ହେଉଛି ପ୍ରାୟ ୧ ହଜାର ଫୁଟ ଲମ୍ବର ବାଉଁଶର ଏକ ଅସ୍ଥାୟୀ ଷ୍ଟଲ୍। ତା’ ନିକଟରେ ଇଟା, ବାଲି ସିମେଣ୍ଟରେ ପାଇଖାନା ତିଆରି ହେଉଛି। ଲୁହା ରେଲିଂ ଲଗାଯାଇ ନିର୍ମାଣ […]
ବାଲେଶ୍ୱର: ପୁଣି ଥରେ ଅଲୋଡା ଶିଶୁ କନ୍ୟା। ବାଲେଶ୍ୱର ଫୁଲାଡ଼ି ଅଞ୍ଚଳର ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଉଦ୍ଧାର ଶିଶୁକନ୍ୟାଟି ୧୪ରୁ ୧୫ ଦିନ ହେବ। ଏନେଇ ମେଡ଼ିକାଲ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଫୁଲାଡ଼ି ଅଞ୍ଚଳର ଶଙ୍କରସନ୍ ଦାସ ଓ […]
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୬ ଅଟକ। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏମାନଙ୍କୁ ଅଟକ ରଖିଛି। ସୂଚନା ଥାଉ କି, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଗତକାଲି ଏକ କାର୍ରେ ଥାନାକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍ ଉପରକୁ ବୋମାମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି। ଘଟଣା ପରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ […]