ବିଶାଖାପାଟଣା : ବିଶାଖାପାଟଣାରେ ବେଶ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଉତ୍ସବ। ପ୍ରବାସୀ ଓଡିଆଙ୍କ ଦ୍ୱାରା ୨ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଛି। ଦଶପଲ୍ଲା ହିଲସ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏହି ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏଥିରେ ଅନେକ ଓଡିଆ ପରିବାର ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥେମେ ଶିବ ପାର୍ବତୀଙ୍କ ନିର୍ବନ୍ଧ, ପରେ ଦେବ ନିମନ୍ତ୍ରଣ ଓ ବିବାହ ଉତ୍ସବ ପାଳିତ ହୋଇଥିଲା। […]
ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ଆଜି ବି ପ୍ରବଳ ଖରାରେ ସିଝୁଛି ଭୁବନେଶ୍ୱର। ପ୍ରବଳ ଖରାରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଏହା ମଧ୍ୟରେ ଆସିଛି ଏକ ଖୁସି ଖବର। ଆସନ୍ତା ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବ। ୨୫ରୁ ବର୍ଷାର ପରିମାଣ ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବି ରାଜ୍ୟର […]
ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଅା ନୋଟ ଫଟୋ ଏବେ ସୋସିଅାଲ ମିଡିଅାରେ ଭାଇରାଲ ହୋଇଛି I ସୂଚନା ଅନୂଯାୟୀ, ଅାସାମର ତିନିସୁକିଅା ଜିଲ୍ଲାର ଲାଇପୁଲି ଅଞ୍ଚଳରେ ରହିଛି ଏହି […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସହ ହୋଇଥିବା ମେଣ୍ଟରୁ ବିଜେପି ଓହରି ଯାଇଛି ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ମେହବୁବା ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ନିଷ୍ପତ୍ତି ନେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସମର୍ଥନ ପ୍ରତ୍ୟାହାର ନେଇ ରାଜ୍ୟପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ବିଜେପି […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଅଭିନେତା ପପୁ ପମ୍ ପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୀର୍ଘ ଦିନ ପରେ ଆଜି ପପୁ ICUରୁ ବାହାରିଛନ୍ତି। ତାଙ୍କୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ତେବେ ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଆଶା କରାଯାଉଛି। ପପୁଙ୍କ ସୁସ୍ଥ ହେବା ସମ୍ପର୍କରେ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ କିଛି ଦିନ ତଳେ ପପୁଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍ରେ ଇଣ୍ଡିଗୋ କଲ୍ ସେଣ୍ଟର୍କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍କ୍ଷଣାତ୍ ପୋଲିସ୍ ଏବଂ ବମ୍ ସ୍କ୍ୱାଡ଼କୁ ଆଲର୍ଟ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିମାନର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ଫଳରେ […]
ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ଏହାକୁ ୨୧ ଯାାଏଁ ବଢାଇଥିବାବଳେ ପୁଣିଥରେ ୨୬କୁ ବୃଦ୍ଧି କରିଛନ୍ତି ସରକାର। ଛୁଟି ବୃଦ୍ଧି ପରେ ଅାସନ୍ତା ସୋମବାର ଦିନ […]
ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କଠୁ ଲକର ଚାବି ଆଣି ଟଙ୍କା ଲୁଟି ନେଇଥିଲେ। ଏମିତିକି ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ […]
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ପଞ୍ଚାୟତ ଅଫିସ ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବବୋଲି ଜଣାପଡ଼ିଛି। ରାସ୍ତା ମଝିରେ ଉଲଗ୍ନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ସୋର ପୋଲିସ […]
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ , ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ। ଆଜି ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କ୍ଷମା ମାଗିବାକୁ ମଧ୍ୟ ଦାବି ହୋଇଛି। ସେହିପରି ଭୁଲ ଢଙ୍ଗରେ ସେ ଗାଇଥିବା ଜଣାଣକୁ ୟୁଟ୍ୟୁବ୍ରୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନାଗରିକ […]
କଳାହାଣ୍ଡି: ଦିଦିଙ୍କୁ ଟଙ୍କା ନ ଦେବା ପଡ଼ିଲା ମହଙ୍ଗା। ଆଉ ସାର୍ଟିଫିକେଟରେ ଲେଖିଦେଲେ ଚରିତ୍ର ନକରାତ୍ମକ। କଳାହାଣ୍ଡି ଜିଲ୍ଲାରେ ଏହି ଘଟଣା ଘଟିଛି ।ପ୍ରଧାନଶିକ୍ଷୟିତ୍ରୀଙ୍କୁ ଟଙ୍କା ନ ଦେବାରୁ ୨ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକରାତ୍ମକ ବୋଲି ପ୍ରଧାନଶିକ୍ଷୟିତ୍ରୀ ଲେଖିଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଏହି ୨ ଛାତ୍ର ବର୍ତ୍ତମାନ କଲେଜରେ ନାଁ ଲେଖାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେପୁର […]
ଭୁବନେଶ୍ୱର: ଖରା ନୁହେଁ ତ, ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛଇ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ ବହୁଛି ଯେ, ଘରୁ ବାହାରି ହେଉନି। ଦିନ ୧୨ଟାରୁ ୩ଟା ଯାଏଁ ତାତି ଅଧିକ ଅସହ୍ୟ ହେବ ବୋଲି କୁହାଯାଇଛି। ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ […]
ଭୁବନେଶ୍ୱର: ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ Ojee.nic.inରେ ଅନ୍ଲାଇନ୍ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ଜୁନ୍ ୧ ଓ ୨ରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ଜୁନ୍ ୨୬ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇ ଜୁନ୍ ୩୦ରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ […]