ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଭାରତର ଜିଡିପି ୨ ଦଶମିକ ୫୯୭ ଟ୍ରିଲିୟନ ଡଲାର ରହିଛି। ଅପରପକ୍ଷେ ଫ୍ରାନ୍ସର ରହିଛି ୨ ଦଶମିକ ୫୮୨ ଟ୍ରିଲିୟନ୍ ଡଲାର। ଗତ ବର୍ଷ ଜୁଲାଇ […]
ଇସ୍ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କ ପଗଡ଼ି ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଲାବ ସିଂହ। ଘର ଭିତରେ ସବୁ ଜିନିଷକୁ ତାଲା ପକାଇ ତାଙ୍କ ପରିବାରକୁ ବାହାର କରିଦିଆଯାଇଥିବା ଅଭିଯୋଗରେ […]
ପୁରୀ: ପୁରୀରେ ଡିଜିପିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ ହୋଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ୧୪୦ ପ୍ଲାଟୁନ ଫୋର୍ସ ଓ ୧ ହଜାର ଅଫିସର ନିୟୋଜିତ ହେବେ। ସ୍ଥଳ, ଜଳ ଓ ଆକାଶ ମାର୍ଗ ପାଇଁ ସୁରକ୍ଷା କଡ଼ାକଡ଼ି ହେବ। ସାମୁଦ୍ରିକ ମାର୍ଗ ସୁରକ୍ଷା ପାଇଁ କୋଷ୍ଟ୍ଗାର୍ଡ ମୁତୟନ ହୋଇଛନ୍ତି। ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସମୀକ୍ଷା ପରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା […]
ୱାଶିଂଟନ୍ : ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି। ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକୁ କୂଅରେ ପକାଇ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି। ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା। ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ ପରଦିନ ଘର ପାଖ କୂଅରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖୋଳତାଡ ପରେ ପୋଲିସ ଦୁଃଶାସନକୁ ନେଇ ପଚରାଉଚୁରା କରିଥିଲା। ତେବେ ତଦନ୍ତ ସମୟରେ ଶିଶୁକୁ […]
କଟକ : ଚାଷୀଙ୍କ ବିଭିନ୍ନ ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସହରର ଖାନ୍ ନଗର ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ। ଚାଷୀଙ୍କୁ ସମ୍ମାନ, ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ୨୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଭତ୍ତା ଆଦି ଦାବିରେ ରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ।
ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଜେସିବିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା ଜେସିବି ସହ ଧକ୍କା ହୋଇ ଭ୍ୟାନରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲା ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିରାନଗର ଅଞ୍ଚଳରେ ରହୁଥିବା ଏକ ଘରୋଇ ସ୍କୁଲର […]
ପାରାଦୀପ : ପୂର୍ବତନ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପାରାଦୀପରେ ଶ୍ରମିକ ଅଶାନ୍ତି। ଏକ ଘରୋଇ କଂପାନୀ ଆଗରେ ଶ୍ରମିକଙ୍କ ଆନ୍ଦୋଳନ। ଅଭିଯୋଗ ଅନୁସାରେ ୨୦୦୪ ମସିହାରେ ପାରାଦୀପରେ କାର୍ଗିଲ ଖାଇବା ତେଲ କଂପାନୀ ପ୍ରତିଷ୍ଠା ହୋଇଥିଲା। ଏଥିରେ ଶହଶହ ଶ୍ରମିକ କାମ କରୁଥିବାବେଳେ ପରିବହନ ସମସ୍ୟାକୁ ନେଇ ୨୦୧୬ ମସିହାରେ କଂପାନୀ ବନ୍ଦ ହୋଇଯାଇଥିଲା। ଗତ କିଛି ମାସ ହେବ କଂପାନୀକୁ ଏକ ନୂତନ କଂପାନୀ କିଣିଥିବାବେଳେ, ପୁରୁଣା କର୍ମଚାରୀଙ୍କୁ କଂପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ ହୋଇଛି। […]
ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି। କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ […]
ବାଲେଶ୍ୱର : ବାଲେଶ୍ୱରରେ ବିହନ ଯୋଗାଣରେ ମହାଘୋଟାଲା। ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ନକଲି ପ୍ରୋସେସିଂ ପ୍ଲାଣ୍ଟରେ ତିଆରି ହୋଇ ଯୋଗାଇ ଦିଆଯାଇଥିଲା। ବସ୍ତା ବ୍ଲକର ରାଜଘାଟଠାରେ ଥିବା ଓଡିଶା ସିଡ୍ସ ନାମକ ଏକ ବିହନ ପ୍ରୋସେସିଂ ପ୍ଲାଣ୍ଟରେ ବଳକା ହୋଇପଡିଥିବା ବିହନ ଚାଷୀଙ୍କୁ ଫେରାଇବା ବଦଳରେ ଏଠାରେ ପ୍ରୋସେସିଂ କରାଯାଇ ପୁଣି ବ୍ୟାଗରେ ପ୍ୟାକିଂ କରାଯାଇ ଚାଷୀଙ୍କୁ ବିକ୍ରି କରାଯାଉଥିଲା। ଯେଉଁ ବିହନ ଚାଷୀ ବୁଣିବା ପରେ ସେଥିରୁ ଗଜା ବାହାରୁନଥିବା ଚାଷୀ ଅଭିଯୋଗ କରିଥିଲେ। […]
କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର […]
ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ। ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର ସେବାୟତଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ବିଧିବିଧାନ ରହିଛି। ଶ୍ରୀମନ୍ଦିରରୁ ଆସିଥିବା କାହାଳୀ ବାଜିବା ସହ ପାଟପଟୁଆରରେ ଏହି ପବିତ୍ର ଖଳିପ୍ରସାଦ ବିଜେ କରାଯାଇଥାଏ।
ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]
ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କିଂରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ତେଲେଙ୍ଗାନା। ୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିବା ବେଳେ ୨୦୧୬ରେ […]
ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର ଅବକାରୀ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ଅଫିସରେ ଡ୍ରଗ୍ସ ସେବନର ଖବର ଓଟିଭିରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଉ […]
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, […]
ବ୍ୟାଙ୍କକ୍ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି ଏବଂ କୋଚ୍ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ […]