• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

chanda-kochhar_650x400_51522478437
ଛୁଟିରେ ଗଲେ ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍

ନୂଆଦିଲ୍ଲୀ : ଅନିର୍ଦ୍ଧିଷ୍ଟ କାଳ ଯାଏ ଛୁଟିରେ ଗଲେ  ICICI ବ୍ୟାଙ୍କ୍ ସିଇଓ ଚନ୍ଦା କୋଚର୍। ଫ୍ରଫିଟ୍ ଅଫ୍ ଇଣ୍ଟ୍ରେଷ୍ଟ ଅଭିଯୋଗରେ ଚନ୍ଦାଙ୍କୁ ଛୁଟିରେ ପଠାଇଛନ୍ତି ବ୍ୟାଙ୍କର ଗର୍ଭିନିଂ ବୋର୍ଡ। ତଦନ୍ତ ପୁରା ହେବା ଯାଏ ସେ କାର୍ଯ୍ୟରେ ଯୋଗଦେଇପାରିବେନି ବୋଲି ସୂଚନା ମିଳିଛି। ଚନ୍ଦାଙ୍କ ସ୍ଥାନରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସନ୍ଦୀପ ବକ୍ସିଙ୍କୁ ଦାୟିତ୍ୱ ମିଳିଛି। ଚନ୍ଦାଙ୍କ ଉପରେ ଥିବା ସମସ୍ତ ଅଭିଯୋଗର ତଦନ୍ତ ଯାଏ ସେ ଦାୟିତ୍ୱ ସମ୍ଭାଳିବେ। ଚନ୍ଦାଙ୍କ ସ୍ୱାମୀ ତଥା ବ୍ୟବସାୟୀ […]

  • Monday, 19 July 2021
bank lock
ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ସମ୍ବଲପୁର : ୪ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ। ଜରାବଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ବାବୁନିକ୍ତିମାଲ ଷ୍ଟେଟବ୍ୟାଙ୍କରେ ମଧ୍ୟ ତାଲା ପକାଇଛନ୍ତି ଚାଷୀ। ଋଣଛାଡ, ଇନ୍‌ପୁଟ୍ ସହାୟତା ପ୍ରଦାନ, କୃଷି ବିମା ପ୍ରଦାନ, ପେନ୍‌ସନ ଦାବି ନେଇ କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।  

  • Monday, 19 July 2021
alranath
ଉପବାସରେ ପ୍ରଭୁ ଅଲାରନାଥ

ବ୍ରହ୍ମଗିରି : ଉପବାସରେ ପ୍ରଭୁ ଅଲାରନାଥ। ଶିବ ସୁଆର ଓ ଦୈତାରୀ ପଣ୍ଡାଙ୍କ ମଧ୍ୟରେ ସେବା ପୂଜାକୁ ନେଇ ବିବାଦ ଲାଗି ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଆଜି ସକାଳେ ଅଲାରନାଥଙ୍କ ବଲ୍ଲବ ଧୂପ ହୋଇନଥିଲା। ପଣ୍ଡାପାଳିଆ ଅଭିଯୋଗ ଆଣିଲେ ବଲ୍ଲବ ଧୂପ ପୂର୍ବରୁ ସେବାୟତମାନେ ପର୍ଯ୍ୟଟକଙ୍କୁ ଦର୍ଶନ ପାଇଁ ଭିତରକୁ ଛାଡି ଦେଇଥିଲେ। ଅନ୍ୟପଟେ ସେବାୟତମାନେ ବଲ୍ଲବ ଧୂପ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଦିନ ପ୍ରାୟ ସାଢେ ୧ ପର୍ଯ୍ୟନ୍ତ ପ୍ରଭୁ […]

  • Monday, 19 July 2021
cm
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମହିଳା, ଶିଶୁଙ୍କ ସହ ଭିନ୍ନକ୍ଷମ ଏବଂ ବୟସ୍କଙ୍କ ପ୍ରତି ମଧ୍ୟ ସ୍ୱତନ୍ତ୍ର ନଜର ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଖାଦ୍ୟଶସ୍ୟ ମହଜୁଦ ରଖିବା ସହ ବିପଦସଂକୁଳ ସ୍ଥାନ ପ୍ରତି ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି […]

  • Monday, 19 July 2021
vizag1
ବିଶାଖାପାଟଣାରେ ଶୀତଳ ଷଷ୍ଠୀ ଉତ୍ସବ ପାଳିତ

ବିଶାଖାପାଟଣା : ବିଶାଖାପାଟଣାରେ ବେଶ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଉତ୍ସବ। ପ୍ରବାସୀ ଓଡିଆଙ୍କ ଦ୍ୱାରା ୨ ଦିନ ଧରି ଏହି  ଉତ୍ସବ ପାଳନ କରାଯାଇଛି। ଦଶପଲ୍ଲା ହିଲସ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏହି ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏଥିରେ ଅନେକ ଓଡିଆ ପରିବାର ସହ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥେମେ ଶିବ ପାର୍ବତୀଙ୍କ ନିର୍ବନ୍ଧ, ପରେ ଦେବ ନିମନ୍ତ୍ରଣ ଓ ବିବାହ ଉତ୍ସବ ପାଳିତ ହୋଇଥିଲା। […]

  • Monday, 19 July 2021
rain
ତିନି ଚାରି ଦିନ ଭିତରେ ସକ୍ରିୟ ହୋଇପାରେ ମୌସୁମୀ

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ଆଜି ବି ପ୍ରବଳ ଖରାରେ ସିଝୁଛି ଭୁବନେଶ୍ୱର। ପ୍ରବଳ ଖରାରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଏହା ମଧ୍ୟରେ ଆସିଛି ଏକ ଖୁସି ଖବର। ଆସନ୍ତା ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବ। ୨୫ରୁ ବର୍ଷାର ପରିମାଣ ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବି ରାଜ୍ୟର […]

  • Monday, 19 July 2021
rat-atm
ATMରେ ମୂଷା ଖାଇଗଲେ ୧୨ ଲକ୍ଷ ଟଙ୍କା

ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଅା ନୋଟ ଫଟୋ ଏବେ ସୋସିଅାଲ ମିଡିଅାରେ ଭାଇରାଲ ହୋଇଛି I ସୂଚନା ଅନୂଯାୟୀ, ଅାସାମର ତିନିସୁକିଅା ଜିଲ୍ଲାର ଲାଇପୁଲି ଅଞ୍ଚଳରେ ରହିଛି ଏହି […]

  • Monday, 19 July 2021
bjp
ବିଜେପି-ପିଡିପି ବ୍ରେକ୍‌ଅପ୍‌

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଣ୍ଟ । ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ହୋଇଥିବା ମେଣ୍ଟରୁ ବିଜେପି ଓହରି ଯାଇଛି ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ମେହବୁବା ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ନିଷ୍ପତ୍ତି ନେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସମର୍ଥନ ପ୍ରତ୍ୟାହାର ନେଇ  ରାଜ୍ୟପାଳଙ୍କୁ ମଧ୍ୟ  ଚିଠି ମାଧ୍ୟମରେ ବିଜେପି […]

  • Monday, 19 July 2021
papu pom pom
ସୁସ୍ଥ ହେଉଛନ୍ତି ପପୁ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଅଭିନେତା ପପୁ ପମ୍ ପମ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦୀର୍ଘ ଦିନ ପରେ ଆଜି ପପୁ ICUରୁ ବାହାରିଛନ୍ତି। ତାଙ୍କୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ତେବେ ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଆଶା କରାଯାଉଛି। ପପୁଙ୍କ ସୁସ୍ଥ ହେବା ସମ୍ପର୍କରେ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ କିଛି ଦିନ ତଳେ ପପୁଙ୍କ ମୃତ୍ୟୁ […]

  • Monday, 19 July 2021
indigo
ଜୟପୁର-ମୁମ୍ବାଇ ବିମାନରେ ବୋମା ! ମିଳିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ବିମାନରେ ବୋମା ଥିବା ନେଇ ଫୋନ୍ କଲ୍। ଇଣ୍ଡିଗୋର ଏହି ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିଛି। ଆଜି ସକାଳ ୫ଟା ୩୦ ମିନିଟ୍‌ରେ ଇଣ୍ଡିଗୋ କଲ୍ ସେଣ୍ଟର୍‌କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହି ଘଟଣା ପରେ ତତ୍‌କ୍ଷଣାତ୍‌ ପୋଲିସ୍ ଏବଂ ବମ୍ ସ୍କ୍ୱାଡ଼କୁ ଆଲର୍ଟ କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିମାନର ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ଫଳରେ […]

  • Monday, 19 July 2021
school students
ପୁଣି ବଢ଼ିଲା ସ୍କୁଲ ଛୁଟି; ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ଏହାକୁ ୨୧ ଯାାଏଁ ବଢାଇଥିବାବଳେ ପୁଣିଥରେ ୨୬କୁ ବୃଦ୍ଧି କରିଛନ୍ତି ସରକାର। ଛୁଟି ବୃଦ୍ଧି ପରେ ଅାସନ୍ତା ସୋମବାର ଦିନ […]

  • Monday, 19 July 2021
rourkela bank loot
ବନ୍ଧୁକ ମୁନରେ ୪୫ଲକ୍ଷ ଲୁଟ୍‌; ସାଙ୍ଗରେ ନେଇଗଲେ ସିସିଟିଭି ରେକର୍ଡ ମେସିନ୍‌

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ବନ୍ଧୁକ ମୁନରେ ପ୍ରାୟ ୪୫ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ମଧୁସୂଦନନଗର ବଜାରରେ ଥିବା ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କରେ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ବେଳେ ବ୍ୟାଙ୍କ ଖୋଲିବା ମାତ୍ରେ ୭ରୁ ୮ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ସେମାନଙ୍କଠୁ ଲକର ଚାବି ଆଣି ଟଙ୍କା ଲୁଟି ନେଇଥିଲେ। ଏମିତିକି ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ […]

  • Monday, 19 July 2021
bare body found
ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ପଞ୍ଚାୟତ ଅଫିସ ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବବୋଲି ଜଣାପଡ଼ିଛି। ରାସ୍ତା ମଝିରେ ଉଲଗ୍ନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ସୋର ପୋଲିସ […]

  • Monday, 19 July 2021
sona mohapatra
ସୋନାଙ୍କୁ ବିରୋଧ: ପୋଷ୍ଟର ପୋଡ଼ି, କ୍ଷମା ପ୍ରାର୍ଥନା ଦାବି

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ , ‘ଆହେ ନୀଳ ଶଇଳ’କୁ ଭୁଲ୍ ଢଙ୍ଗରେ ଗାଇବାକୁ ନେଇ ସୋନା ମହାପାତ୍ରଙ୍କ ବିରୋଧରେ ବଢୁଛି ଅସନ୍ତୋଷ। ଆଜି ପୁରୀ ସ୍ୱର୍ଗଦ୍ୱାର ଆଗରେ ସଚେନତ ନାଗରିକ ମଞ୍ଚ ପକ୍ଷରୁ ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡ଼ି ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କ୍ଷମା ମାଗିବାକୁ ମଧ୍ୟ ଦାବି ହୋଇଛି। ସେହିପରି ଭୁଲ ଢଙ୍ଗରେ ସେ ଗାଇଥିବା ଜଣାଣକୁ ୟୁଟ୍ୟୁବ୍‌ରୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ସଂସ୍କୃତି ବିଭାଗକୁ ନାଗରିକ […]

  • Monday, 19 July 2021