• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

couple awarded
ସାହସ ଦେଖାଇ ଡକାୟତଙ୍କ ସହ ଲଢ଼ିଥିଲେ ବୃଦ୍ଧ ଦମ୍ପତି ; ସମ୍ମାନିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ : ଡକାୟତଙ୍କୁ ସାହସିକତାର ସହ ମୁକାବିଲା କରିଥିବା ତାମିଲନାଡୁର ବୃଦ୍ଧ ଦମ୍ପତିଙ୍କୁ ରାଜ୍ୟସରକାର ପୁରସ୍କୃତ କରିଛନ୍ତି। ପି. ଶନମୁଗାଭେଲୁ ଓ ତାଙ୍କ ସ୍ତ୍ରୀ ସେନ୍ଥାମାରାଇଙ୍କୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ୨ଲକ୍ଷ ଟଙ୍କା ସହ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛନ୍ତି। ଖାଲି ହାତରେ ସଶସ୍ତ୍ର ଲୁଟେରାଙ୍କ ସେମାନେ ମୁକାବିଲା କରିଥିଲେ। ତିରୁନେଲଭେଲି ଅଂଚଳରେ ବୃଦ୍ଧ ଦମ୍ପତ୍ତି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ଜଣେ ଲୁଟେରା ଏକ ଗାମୁଛା ସାହାଯ୍ୟରେ ବୃଦ୍ଧଙ୍କୁ […]

  • Monday, 19 July 2021
niti ayog
ଆଜି ମୁମ୍ବାଇରେ ବସିବ ନୀତି ଆୟୋଗ ବୈଠକ

ମୁମ୍ବାଇ : ଆଜି ମୁମ୍ବାଇରେ ବସୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ନୀତି ଆୟୋଗ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଉଛନ୍ତି । ନୀତି ଆୟୋଗର ପୂନର୍ଗଠନ ପରେ ଏହା ହେଉଛି ଦ୍ୱିତୀୟ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ। ଏଥିରେ ୧୦ ଜଣ ସଦସ୍ୟ ବିଶିଷ୍ଟଏହି ନୀତି ଆୟୋଗ କମିଟିରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ଅଧ୍ୟକ୍ଷତାରେ ହେବାକୁ […]

  • Monday, 19 July 2021
pak
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ; ଗଡ଼ିଲା ୩ ପାକ୍ ଯବାନଙ୍କ ମୁଣ୍ଡ

ଶ୍ରୀନଗର: ସାରା ଦେଶ ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପାକିସ୍ତାନ ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ପରିଣାମ ପାକିସ୍ତାନ ସେନାକୁ ଭୋଗିବାକୁ ପଡ଼ିଛି। ସୂଚନା ଅନୁଯାୟୀ ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଞ୍ଚ ସ୍ଥିତ କେଜି ସେକ୍ଟର, ଉରୀ ଏବଂ ରଜୋରୀରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯାହାର କଡ଼ା ଜବାବ ଦେଇ ୩ ପାକିସ୍ତାନୀ ଯବାନଙ୍କୁ ମାରି ଦେଇଛନ୍ତି ଭାରତୀୟ […]

  • Monday, 19 July 2021
pk
ପିଓକେରେ ଆକ୍ରମଣ କରିବାକୁ ଯୋଜନା କରୁଛି ଭାରତ : ପାକ୍‌ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନ, ଏବେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଛି। ଏହି ଅପପ୍ରଚାରର କମାଣ ଖୋଦ୍‌ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ ଧରିଛନ୍ତି। ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ୍‌ ଖାନ୍‌ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ପିଓକେର ରାଜଧାନୀ ମୁଜାଫରବାଦରେ ଇମ୍ରାନ୍‌ କହିଛନ୍ତି, “ଭାରତ ସରକାର ଓ ସେନା ପାକିସ୍ତାନର କଶ୍ମୀରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ […]

  • Monday, 19 July 2021
speech
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ବିଭାଜନ ହେବା ଦ୍ୱାରା ଏହି ଅଞ୍ଚଳରେ ଥିବା ଲୋକ ଅଧିକ ଫାଇଦା ପାଇବେ ବୋଲି ଶ୍ରୀ କୋବିନ୍ଦ ଦୃଢ଼ୋକ୍ତି କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଓ ଲଦାଖରେ ଯେଉଁ […]

  • Monday, 19 July 2021
indian army
ତିନି ଜୈସି-ଇ-ମହମ୍ମଦ ଆତଙ୍କବାଦୀ ନିହତ

ଜାମ୍ମୁ  : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା। ତ୍ରାଲ ସେକ୍ଟରରେ ଏନକାଉଣ୍ଟରରେ ତିନିଜଣ ଜୈସି- ଇ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ଏହାର କଡା ଜବାବ ଦେଇଥିଲେ। ଗୁଳି ବିନିମୟରେ ଜଣେ ସିଆରପିଏଫ୍ ଜବାନ ଆହତ […]

  • Monday, 19 July 2021
Capture
ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଓଲଟିଲା ଟ୍ରାକ୍ଟର

ରାୟଗଡା : ରଖେ ହରି ତ ମାରେ କିଏ ? ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରର ଢାମୁଣିପଙ୍ଗା ପଂଚାୟତରେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଏକ ଟ୍ରାକ୍ଟର ଓଲଟି ପଡିଥିଲା। ଏଥିରେ ଗାଡି ଚଳାଉଥିବା ନକୁଳ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରିବାକୁ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜେସିବି ସହାୟତାରେ ଟ୍ରାକ୍ଟରକୁ ଉଠାଇ ନକୁଳଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଏକଘଣ୍ଟା […]

  • Monday, 19 July 2021
sona-1
ଗାୟିକା ସୋନା ମହାପାତ୍ରଙ୍କୁ ଜୋରଦାର ବିରୋଧ

ଭୁବନେଶ୍ୱର : ଲୋକପ୍ରିୟ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳକୁ ଭୁଲ ଢଙ୍ଗରେ ଗାଇ ଓଡ଼ିଆଙ୍କ ରୋଷର ଶିକାର ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ପୁରୀରେ ସୋନାଙ୍କୁ ବିରୋଧ କରି ତାଙ୍କ ପୋଷ୍ଟର ପୋଡ଼ିଛି ସଚେତନ ନାଗରିକ ମଞ୍ଚ। ଭକ୍ତ ସାଲବେଗଙ୍କ ରଚିତ ଏବଂ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏ ଜଣାଣକୁ କଦର୍ଥ କରି ଗାଇଥିବାରୁ ସୋନା କ୍ଷମା ମାଗନ୍ତୁ ବୋଲି ଦାବି କରିଛି ମଞ୍ଚ। ଏ ଗୀତକୁ ତୁରନ୍ତ ୟୁଟୁବରୁ ହଟାଇବାକୁ […]

  • Monday, 19 July 2021
chilika
କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଡ଼ି ନଥିଲା ଡଙ୍ଗା : ତଦନ୍ତକାରୀ ଟିମ୍

ଖୋର୍ଦ୍ଧା : ଡଙ୍ଗାରେ ତ୍ରୁଟି ନୁହେଁ, ବରଂ କାଳବୈଶାଖୀ ଯୋଗୁ ଭାରସାମ୍ୟ ହରାଇ କାଳିଜାଈରେ ଡଙ୍ଗାବୁଡି ଥିଲା। ଏହା କହିଛନ୍ତି ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟର ଏକଜିକ୍ୟୁଟିଭ ଇଞ୍ଜିନିୟର। କାଳିଜାଈ ଡଙ୍ଗାବୁଡି ଘଟଣାର ଆଜିଠୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ତଦନ୍ତ ଚାଲିବ ବୋଲି ସେ କହିଛନ୍ତି। ଆଜି ୭ଜଣିଆ ତଦନ୍ତକାରୀ ଟିମ୍ ଜେଟିରେ ପହଞ୍ଚି ବିଭିନ୍ନ ଡଙ୍ଗାର କାଗଜପତ୍ର ସହ ଫିଟନେସ୍ ମଧ୍ୟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଡଙ୍ଗା ବୁଡି […]

  • Monday, 19 July 2021
temp
ଆଜି କେଉଁଠି ତାପମାତ୍ରା କେତେ ?

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଡହ ଡହ ଖରାରେ ସିଝି ଯାଉଛି ଦେହ I ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଟପିଛି I ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 42.3 ଡିଗ୍ରୀ ରେକର୍ଡ କରାଯାଇଛି I ଆଜି କେଉଁଠି ତାପମାତ୍ରା କେତେ ? ଭୁବନେଶ୍ୱର 42.3, ବାରିପଦା 42, ତାଳଚେର 41.9, ଅନୁଗୁଳ 41.7, ଚାନ୍ଦବାଲି 40.8, ଟିଟିଲାଗଡ଼ 40.5, ବାଲେଶ୍ୱର 40.5, ବଲାଙ୍ଗୀର […]

  • Monday, 19 July 2021
deepak mishra
ପରବର୍ତ୍ତୀ ପ୍ରଧାନ ବିଚାରପତି ପଦକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନବିଚାରପତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଅକ୍ଟୋବର ୨ ତାରିଖରେ ଅବସର ନେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ତେବେ ଜଷ୍ଟିସ୍ ମିଶ୍ରଙ୍କ ଅବସର ପରେ ପ୍ରଧାନବିଚାରପତି କିଏ ହେବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ବରିଷ୍ଠ। ତେଣୁ ତାଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିନ୍ତୁ ଗତବର୍ଷ ଜଷ୍ଟିସ୍ ଗୋଗୋଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର […]

  • Monday, 19 July 2021
Meeting with Fishermens Congress
୪୮ ବର୍ଷରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଆଜି ୪୮ ବର୍ଷରେ ପଦାର୍ପଣ କଲେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି।  ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀ ସ୍ଥିତ କଂଗ୍ରେସ ଭବନ ଆଗରେ ତାଙ୍କ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ବାଜା ବଜାଇବା ସହ ବାଣ ଫୁଟାଇ ଜନ୍ମ ଦିନର ଉତ୍ସବ ମନାଇଥିଲେ ରାହୁଲଙ୍କ ସମର୍ଥକ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।  […]

  • Monday, 19 July 2021