ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, […]
ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ […]
ଖୋର୍ଦ୍ଧା: ବେଗୁନିଆ ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ମୃତକ ଚନ୍ଦ୍ରକାନ୍ତିଙ୍କ ସ୍ୱାମୀ ଦେବାଶିଷ ବାରିକକୁ ଗିରଫ କରିଛି ପୋଲିସ। ଚନ୍ଦ୍ରକାନ୍ତିଙ୍କ ମୃତ୍ୟୁ ପରେ ବାପା ଓ ମାଆଙ୍କ ସହିତ ଦେବାଶିଷ ଫେରାର ଥିଲେ। ଯୌତୁକ ପାଇଁ ସେମାନେ ଚନ୍ଦ୍ରକାନ୍ତିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ମୃତ୍ୟୁ ପୂର୍ବରୁ ପୀଡ଼ିତା ବୟାନ ଦେଇଥିଲେ। ସେ କହିଥିଲେ କିପରି ସ୍ୱାମୀ, ଶାଶୂ ଓ […]
ନୂଆଦିଲ୍ଲୀ : ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା । ଏହା ସହିତ ଆଉ ୪ଟି ଭାଷାକୁ ବି ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀରି, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ ସାଂସଦମାନେ। ଆଲୋଚନା ବେଳେ ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲରେ ଥିବା […]
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ଖବର ପ୍ରକାଶ ପରେ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଲୋକ ମାଛ କିଣିବା ବେଳେ ଆଶାଆଶଙ୍କାରେ ରହୁଛନ୍ତି। ମାଛରେ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ ମିଶା ଯାଉଥିବା ଅଭିଯୋଗ ପରେ ଏହାର ଯାଞ୍ଚ ଲାଗି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ବଜାରକୁ କି ପ୍ରକାର ମାଛ ଆସୁଛି, […]
ଅଷ୍ଟ୍ରେଲିଆ : ମରୁଡ଼ିଗ୍ରସ୍ତ ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ହଜାର ଓଟକୁ ଗୁଳି କରି ହତ୍ୟା କରାଯାଇଛି। ସେମାନଙ୍କ ଉପରକୁ ଆକାଶ ମାର୍ଗରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଗରୁ ୧୦ ହଜାର ଓଟଙ୍କୁ ମାରିବାକୁ ଯୋଜନା କରାଯାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତେ ସଂଖ୍ୟକ ଓଟ ମାତ୍ରାଧିକ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜଠାରେ ଏକ ଚଳନ୍ତା ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଜଣଙ୍କା ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍ରେ ୫୦ ଜଣ ଯାତ୍ରୀ ଥିଲେ, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ଡବଲ୍ ଡେକ୍ ବସ୍ଟି ହାଇୱେରେ ଏକ ଟ୍ରକ୍ ସହ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ନିଆଁ ଲାଗିଥିଲା। ୯.୩୦ ବେଳକୁ ଘିନୋଇଠାରେ ଏହି ଘଟଣା ଘଟିଥିଲା। ପ୍ରଥମ ପ୍ରତିକ୍ରିୟାରୁ ଜଣାପଡ଼ିଛି ପ୍ରାୟ ୫୦ ଜଣ ଜଳନ୍ତା […]
ଭୁବନେଶ୍ୱର : ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ସଂପର୍କରେ ଖୋଳତାଡ କରିଛି STF । ଟିଟୋର ପତ୍ନୀ ବେନଜିର ବିବିଙ୍କୁ କ୍ରାଇମବ୍ରାଞ୍ଚ STF ଜେରା କରିବାକୁ ଯୋଜନା ରଖିଛି । କାରଣ ଟିଟୋର ଅଧିକାଂଶ ସଂପତ୍ତି ବେନଜିରଙ୍କ ନାଁରେ ଥିବାରୁ କୌଣସି ବୃତ୍ତି ନଥାଇ ତାଙ୍କର ଏତେ ସଂପତ୍ତି କେମିତି ହେଲା, ସେନେଇ STF ଜେରା କରିବ। […]