• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pradeep
ଗୁରୁପ୍ରିୟା ସେତୁ ଉଦ୍‌ଘାଟନରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ କଂଗ୍ରେସ

ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ମାଲକାନଗିରି ଜିଲ୍ଲା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ, ସରକାର ମାଲକାନଗିରି ଜିଲ୍ଲାବାସୀଙ୍କୁ ତଥା ଆଦିବାସୀଙ୍କୁ ଅବହେଳା କରି ଆସୁଛନ୍ତି। ବିଶେଷ କରି ଆଦିବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ବଣ୍ଡା ଛାତ୍ର ନିଖୋଜରେ ସରକାର ତତ୍ପରତା ଦେଖାଉ […]

  • Monday, 19 July 2021
girl
ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ଯାଜପୁର: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ। ଏଭଳି ସଂଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଚାରପୁର ଥାନା କଏଣା ଗାଁରୁ। ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଅପହରଣ କରିନେଇ ଯାଜପୁର ଟାଉନର ୪ଜଣ ଯୁବକଙ୍କ ନିକଟରେ ଛାଡ଼ି ଦେଇଥିଲା। ଉକ୍ତ ଯୁବମାନେ ଯୁବତୀକୁ ବିଭିନ୍ନ ସ୍ଥାନରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ କୌଶଳ କ୍ରମେ ଖସି ପଳାଇ ଆସି ଘର ଲୋକଙ୍କୁ ସବୁ କଥା କହିଥିଲେ। ଏହାପରେ ପୀଡ଼ିତାର […]

  • Monday, 19 July 2021
chilka
ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆସିଲା ତଦନ୍ତ ରିପୋର୍ଟ

ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଦେଇଥିବା ତଦନ୍ତ ରିପୋର୍ଟ ପ୍ରବଳ ପବନ ହିଁ ଦୁର୍ଘଟଣାର କାରଣ ବୋଲି ଦର୍ଶାଯାଇଛି। ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣରେ ଲାଇଫ୍ ଜ୍ୟାକେଟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବାବେଳେ ୨୦ଟି ଜ୍ୟାକେଟ ଥିଲା। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. […]

  • Monday, 19 July 2021
child
ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ନିର୍ଯାତନା

ସାଲେପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଘରୁ ନେଇ ଆସିଲେ। ତା’ପରେ ତାଙ୍କ ସହ ସମ୍ପର୍କ ରଖିବା ପରେ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଏହି ଅଭିଯୋଗ ଆସିଛି ସାଲେପୁରର ଓଡାସିଂ ଗାଁରୁ। ନିଜେ ନାବାଳିକା ଏହି ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସାଲେପୁରର ଓଡାସିଂ ଗାଁର ଉମାକାନ୍ତ ସାହୁ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ନେଇ ଆସିଥିଲେ। ପରେ ୭ ମାସ ଧରି ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ […]

  • Monday, 19 July 2021
jail
ମୁମ୍ବାଇ ଜେଲ୍‌ରେ ଓଡ଼ିଆ କଏଦୀଙ୍କ ମୃତ୍ୟୁ; ଭାଇ କହିଲେ, ନିର୍ଯାତନା ଦିଆଯାଉଥିଲା

ମୁମ୍ବାଇ: ମୁମ୍ବାଇର ତଲୋଜା ଜେଲ୍‌ରେ ଓଡ଼ିଆ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାସ୍ଥିତ ଛନ୍ଦା ଗାଁର ବଟକୃଷ୍ଣ ସ୍ୱାଇଁ ବୋଲି ଜଣାପଡ଼ିଛି। ୨୦ ବର୍ଷୀୟ ବଟକୃଷ୍ଣ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିଲେ। ତେବେ ସେଠାରେ ସେ ଡ୍ରାଇଭରଭାବେ କାମ କରୁଥିବା ବେଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ତଲୋଜା ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ। ଗତ ୧୮ତାରିଖରେ ତାଙ୍କ ଭାଇ ଜାମିନରେ […]

  • Monday, 19 July 2021
monsoon
ଝଡ଼ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତା’ସହିତ ସତର୍କ ରହିବାକୁ କୁହାଯାଇଛି। ଏହି ଚାରୋଟି ଜିଲ୍ଲା ହେଉଛି- ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ। ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଚାରୋଟି ଜିଲ୍ଲାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ

  • Monday, 19 July 2021
sahitya ekademi puraskar
ଜୟଦ୍ରଥ ଓ ବୀରେନ୍ଦ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨ ଓଡ଼ିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କବିତା ସଂକଳନ ‘ରୁମ୍‌କୁ ଝୁମା’ ପାଇଁ ବୀରେନ୍ଦ୍ର ମହାନ୍ତିଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିପରି କବିତା ପୁସ୍ତକ ‘ଶୋଷ’ ପାଇଁ କଳାହାଣ୍ଡିର ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ। ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ବୀରେନ୍ଦ୍ର ମହାନ୍ତି ଏବେ ପୁରୀରେ ଅବସ୍ଥାପିତ। ତାଙ୍କର ୨୫ ରୁ ଅଧିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ […]

  • Monday, 19 July 2021
monsoon
ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ବଦଳିଲା ପାଗର ମିଜାଜ୍। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ବର୍ଷା ହେବା ଫଳରେ ରାଜ୍ୟର ସବୁ ଅଞ୍ଚଳର ତାପମାତ୍ରା କମିଛି।  କେବଳ ବଲାଙ୍ଗିର ଓ ଟିଟିଲାଗଡ଼କୁ ଛାଡ଼ି ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଗତକାଲି  ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି କାରଣରୁ ତାପମାତ୍ରା କମିଛି।  ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ପୁଣି ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ […]

  • Monday, 19 July 2021
mahima mishra
ମହିମାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲ୍‌ଦାର ଗିରଫ

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲ୍‌ଦାର ଧନଞ୍ଜୟ ଦତ୍ତ ଗିରଫ। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାଙ୍କ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଯାଉଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରୁ ପୋଲିସ ଗିରଫ କରିଛି। ତାଙ୍କ ଠାରୁ ଏୟାରଫିଲ୍ଡ ପୋଲିସ୍ ୨୦ ରାଉଣ୍ଡ ଗୁଳି ଜବତ କରିଛି। ମହିମା ମିଶ୍ର ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଥାଉ କି, ପାରାଦୀପ ସିୱେଜ୍‌ ସିପିଂ କମ୍ପାନୀର ଜିଏମ୍‌ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ପୋଲିସ ଶିଳ୍ପପତି ମହିମା […]

  • Monday, 19 July 2021
ATM draw
ATM ରେ ତ୍ରୁଟି: ଥରେ ଡ୍ର କଲେ ପାଞ୍ଚ ଗୁଣା ବାହାରିଲା ଟଙ୍କା

ନାସିକ: ଏକ ଘରୋଇ ବ୍ୟାଙ୍କ ATM ରେ ବୈଷୟିକ ତ୍ରୁଟି ଯୋଗୁଁ ଗ୍ରାହକମାନେ ଥରେ ବଟନ ଚିପି 5 ଗୁଣା ଟଙ୍କା ପାଇଛନ୍ତି I ବ୍ୟାଙ୍କ ଖବର ପାଇବା ବେଳକୁ 3.5 ଲକ୍ଷ ଡ୍ର ହୋଇସାରିଥିଲା I ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ସହରରେ I ସୂଚନା ମୁତାବକ, ମଙ୍ଗଳବାର ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କ ATMରେ ହଠାତ ଭିଡ଼ ହୋଇଯାଇଥିଲା I ବ୍ୟାଙ୍କ କର୍ମଚାରୀ ATMରେ ଟଙ୍କା ଭର୍ତ୍ତି କଲା ପରେ ଜଣେ ବ୍ୟକ୍ତି […]

  • Monday, 19 July 2021
yoga2
ଯୋଗମୁଦ୍ରାରେ ମଜ୍ଜିଲା ସାରା ବିଶ୍ୱ

ଭୁବନେଶ୍ୱର : ଯୋଗ ମୁଦ୍ରାରେ ସାରା ବିଶ୍ୱ। ନଥିଲା ବୟସ କି ବର୍ଗର ଫରକ୍। କିଏ ଶିଖୁଥିଲା ତ କିଏ ଶିଖାଉଥିଲା ସୁସ୍ଥ ଓ ନିରୋଗ ରହିବାର ଏ ମହାନ ପ୍ରାଚୀନ କଳା। ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ ଯୋଗ ମୁଦ୍ରାରେ ନିମଗ୍ନ ହେବା ସହ ବଖାଣିଥିଲେ ଯୋଗର ମାହାତ୍ମ୍ୟ। ସେହିପରି ଯୋଗଗୁରୁ ରାମଦେବ ରାଜସ୍ଥାନ କୋଟାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଶିଖାଇଥିଲେ ଭିନ୍ନ ଭିନ୍ନ ପ୍ରକାର […]

  • Monday, 19 July 2021
Passport officer transferred over humiliating interfaith couple
ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ନୌ ପାସପୋର୍ଟ ସେବା କେନ୍ଦ୍ରରେ ଧର୍ମକୁ ନେଇ ମହିଳାଙ୍କ ଅପମାନ ପ୍ରସଙ୍ଗ। ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳାଙ୍କୁ ମିଳିଛି ନ୍ୟାୟ । ଗତକାଲି ଲକ୍ଷ୍ନୌର ପାସପୋର୍ଟ ସେବା କେନ୍ଦ୍ରକୁ ତନଭି ନାମକ ଜଣେ ମହିଳା ତାଙ୍କର ସ୍ୱାମୀ ଏବଂ ୬ ବର୍ଷର ଝିଅ ପାଇଁ ପାସପୋର୍ଟ ଆବେଦନ କରିବାକୁ ଯାଇଥିଲେ। ଦୁଇଟି କାଉଣ୍ଟରରେ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ତୃତୀୟ କାଉଣ୍ଟରରେ ମହିଳାଙ୍କୁ ଧର୍ମଙ୍କୁ ନେଇ ବିକାଶ ମିଶ୍ର ନାମକ […]

  • Monday, 19 July 2021
deadbody
ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଠାବ

କୋରାପୁଟ : କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତ ଦୁଇ ଜଣ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଓ ଧନପତି ମୁଦୁଲି। ଦୁହେଁ ସ୍ଥାନୀୟ ମୁଣ୍ଡିପଦର ଗାଁର ବୋଲି ସୂଚନା ମିଳିଛି। ଗତକାଲି ଧନପତି ତାଙ୍କ ପିଉସୀଙ୍କ ସହ କୁସୁମି ହାଟକୁ ଯାଇଥିଲେ। ହାଟରୁ ଫେରିଲା ବେଳେ ପର୍ଶୁରାମଙ୍କ ସହ ପଳାଇଥିବା ଅଭିଯୋଗ ହୋଇଛି। ତେବେ ଏହା ଆତ୍ମହତ୍ୟା […]

  • Monday, 19 July 2021
monsoon
ପାଣିପାଗ ବିଭାଗର ସୂଚନା; ମୌସୁମୀ ସକ୍ରିୟ ହେବ

ଭୁବନେଶ୍ୱର: ଖରାରେ ସିଝୁଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲା ଭଳି ଖବର ଦେଇଛି ପାଣିପାଗ ବିଭାଗ । ପାଗ ଅନୁକୂଳ ରହିଛି ଓ ଜୁନ ୨୩ ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପୁଣି ସକ୍ରିୟ ହେବାକୁ ଯାଉଛି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡିଶା ସମେତ […]

  • Monday, 19 July 2021
child serius
ତତଲା ପେଜ ପାତ୍ରରେ ପଡ଼ି ୫ ବର୍ଷର ଶିଶୁପୁତ୍ର ଗୁରୁତର

ବାଲେଶ୍ୱର : ତତଲା ପେଜ ପାତ୍ରରେ ପଡି ୫ ବର୍ଷର ଶିଶୁପୁତ୍ର ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କଣ୍ଟିଆଟିକର ଗାଁରେ। ଗାଁର ବିଦ୍ୟାଧର ବେହେରାଙ୍କ ୫ ବର୍ଷର ପୁଅ ତନ୍ମୟ ବଡ଼ମା ଘରକୁ ଖେଳି ଯାଇଥିଲା। ହେଲେ ସେଠାରେ ରଖା ଯାଇଥିବା ପେଜ ପାତ୍ରରେ ପଡ଼ି ଯିବାରୁ ତନ୍ମୟ ଗୁରୁତର ହୋଇଥିଲା। ଚିକିତ୍ସା ଲାଗି ତାକୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ପିଠି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ତା ଅବସ୍ଥା ଗୁରୁତର ରହିଛି। […]

  • Monday, 19 July 2021