ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ୍ ହୋଇପଡ଼ିଛି। ଗତକାଲି ରାତି ସାରା ପ୍ରବଳ ବର୍ଷା ହେବା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଲଗାଣ ବର୍ଷାରେ ରାଜଭବନ ହରିଣ ପାର୍କର ପାଚେରୀ ଭାଙ୍ଗି ଯାଇଛି। ଫଳରେ ପାର୍କରେ ଥିବା ଏକାଧିକ ହରିଣ ବାହାରି ପଳାଇ ଯାଇଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ପାଚେରି ମଧ୍ୟ ଭୁଶୁଡ଼ି ଯାଇଛି। କାର୍ଗିଲ ବସ୍ତି ପଟକୁ ରହିଥିବା ପାଚେରି […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ନୂଆ ଶହେ ଟଙ୍କିଆ ନୋଟ୍। କିନ୍ତୁ ଏହି ନୋଟ୍ ପାଇଁ ଏଟିଏମ୍ରେ ଯେଉଁ ପରିବର୍ତ୍ତନ କରାଯିବ, ସେଥିପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କାହିଁକି ନା ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ଏହି ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଠିକ୍ ଭାବେ ପରିଚାଳନା ନ ହୋଇପାରିଲା ତେବେ ଆହୁରି ଅଧିକ ସମୟ ଲାଗିବ ବୋଲି ଏଟିଏମ୍ ଅପରେଟର ସଂଘ ସତର୍କ କରାଇ ଦେଇଛି। […]
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ଅବପାତ ରୂପ ନେଇଛି। ଯାହାର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ। ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି […]
ଭଦ୍ରକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଜୋରକୁ ଓଲଟି ପଡ଼ିବା ଫଳରେ ୧୫ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆରେ ଆଜି ଏହି ଅଘଟଣ ଘଟିଛି। ଆହତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଆସୁଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ ବେକମୁଡ଼ି ମେଲଣ ପଡ଼ିଆ ନିକଟରେ ଥିବା ଏକ ଜୋରକୁ ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। […]
ଭୁବନେଶ୍ୱର: ପୁଣି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୧୫ ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା-ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, […]
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷାର ତାଣ୍ଡବ। ଗତକାଲି ଅପରାହ୍ନରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁର ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ଭବାନୀପାଟଣା-ଥୁଆମୁଳ ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଥୁଆମୁଳ ରାମପୁର -କଲମପୁର ରାସ୍ତା ମଝିରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଲମପୁର ବ୍ଲକ୍ର ୩ଟି ଗାଁ ସମ୍ପୂର୍ଣ୍ଣ […]
ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଯୋଜନା ଯେ ବାଟବଣା ହେଉଛି ତାହା ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ନିର୍ମଳ ପଞ୍ଚାୟତ ଯୋଗୁଁ ଏଠାରେ ବାହ୍ୟ ମଳ ତ୍ୟାଗ ବନ୍ଦ ରଖିବା ଲାଗି ପ୍ରତି ଛକରେ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ସଚେତନତା ଅଭାବ ସହ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଗଲାଣି। ପଞ୍ଚାୟତର […]
ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏହାପରେ ହ୍ୱାଟସ ଆପ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅନେକ ସମୟରେ ସେୟାର କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି। କିଛି […]
ନୂଆଦିଲ୍ଲୀ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ରେ ତାମିଲନାଡୁର ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ତାମିଲ ପ୍ରଶ୍ନପତ୍ରରେ ଭୁଲ୍ ଯୋଗୁଁ ପିଲାଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଅାଗରୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ଇଂରାଜୀ ପ୍ରଶ୍ନପତ୍ରକୁ ଠିକ୍ ଭାବେ ତାମିଲରେ ଅନୁବାଦ କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ୪୯ ଟି ପ୍ରଶ୍ନର ଭୁଲ୍ ଅନୁବାଦ କରାଯାଇଥିଲା। ଏଥିପାଇଁ ପ୍ରତି ପ୍ରଶ୍ନ ପାଇଁ ୪ ମାର୍କ ଲେଖାଏଁ […]
ଭୁବନେଶ୍ୱର : ବଢ଼ି ଚାଲିଛି ବଜ୍ରପାତରେ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଅାହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡ଼ଇା ପଞ୍ଚାୟତରେ ବିଲରେ କାମ କରୁଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ସୋର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ […]
ଭୁବନେଶ୍ୱର : ଏବେ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେନି ଜଗା, କାଳିଅା। ଅାଜି ଦିଲ୍ଲୀରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫ ଜଣିଅା ବିଶେଷଜ୍ଞଙ୍କ ଟିମ୍ ଜଗା, କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଅା ଏବେ ବି ଠିକ୍ ହୋଇନି। କାଳିଅା ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍ସରେ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଉଭୟଙ୍କୁ ଏମ୍ସରେ ରଖିବାକୁ […]
ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଅାରମ୍ଭ ହେଉ ହେଉ ବିଜେଡି କକ୍ଷ ତ୍ୟାଗ କରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହୋଇଛି। ପ୍ରଥମେ ୟୁପିଏ ସରକାର ୧୦ ବର୍ଷ ଏବଂ ଏବେ ଏନ୍ଡିଏ ସରକାର ୪ ବର୍ଷ ହେଲା ଓଡ଼ିଶାକୁ ଅବହେଳା କରୁଛନ୍ତି। ଅାଜିର ଅନାସ୍ଥା ଅାଲୋଚନା ରାଜ୍ୟବାସୀଙ୍କ ପାଇଁ କୌଣସି ଫଳପ୍ରଦ ହେବ ନାହିଁ। ସେଥିପାଇଁ […]
ନୂଆଦିଲ୍ଲୀ : ଅାଜି କେନ୍ଦ୍ରର ଏନ୍ଡିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଅାଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବକ୍ତବ୍ୟ ଅାରମ୍ଭରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। ଦେଶବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର କହି ମୋଦିଙ୍କୁ ଟାର୍ଗେଟ୍ କରି ବକ୍ତବ୍ୟ ଅାରମ୍ଭ କରିଥିଲେ କଂଗ୍ରେସ ଅଧ୍ୟକ୍ଷ। ରୋଜଗାର, ବେକାରୀ ସମସ୍ୟା, କଳାଧନ ଭଳି ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ […]
ବଲାଙ୍ଗିର : ବଲାଙ୍ଗିରରେ ପୁଣି ତେଜିଲା ସୁକତେଲ ଅାନ୍ଦୋଳନ। ଲୋୟର ସୁକତେଲ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ଅାନ୍ଦୋଳନକାରୀ। ପ୍ରକଳ୍ପ ନିକଟରେ ପରଧିଅାପାଲି ଗାଁ ଲୋକ ଅାନ୍ଦୋଳନ କରିଛନ୍ତି। କ୍ଷତିପୂରଣ ଓ ଉଚିତ୍ ଥଇଥାନ ଦାବିରେ ଲୋକମାନେ ଏହି ଅାନ୍ଦୋଳନ ଚଳାଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। ଅାନ୍ଦୋଳନ ଓ ଉତ୍ତେଜନା ଯୋଗୁଁ ପ୍ରକଳ୍ପ କାମ ବନ୍ଦ ରହିଛି।
ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ‘ଆପଣ ମୋତେ ପପୁ କହିପାରନ୍ତି, ଗାଳି ଦେଇପାରନ୍ତି, ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ’ ବୋଲି […]
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ଖବରକୁ ନେଇ ଚର୍ଚ୍ଚା । ନିଜର ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍ ଚେକ୍ଅପ୍ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି । ଏହାକୁ ନେଇ ବିଦ୍ୟୁତ୍ ବେଗରେ ଖବର ଭାଇରାଲ୍ ସାଜିଛି । ଉଲ୍ଲେଖନୀୟ ଯେ, ଗତବର୍ଷ ସୋନିଆ ସମୟ ସମୟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଆମେରିକା ଯାଉଥିଲେ […]