ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ […]
ନୂଆଦିଲ୍ଲୀ: ଆଜି ସରୁଛି ସଂସଦର ବଜେଟ୍ ଅଧିବେଶନ । ତା’ ସହ ଷୋଡ଼ଶ ଲୋକସଭାର ବି ଆଜି ଅନ୍ତିମ ଦିବସ ଅଧିବେଶନ। ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ରାଫେଲ ଡିଲ୍ ସମ୍ପର୍କିତ CAG ରିପୋର୍ଟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ସେହିଭଳି ଶେଷ ଦିନରେ ପ୍ରାୟ ୧୧ଟି ବିଲ୍ ଆସିପାରେ । ଯାହା ମଧ୍ୟରେ ତିନ ତଲାକ, ନାଗରିକତା ସଂଶୋଧନ ବିଧେୟକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ରହିଛି […]
ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍ ମିଳିଛି। ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ତାଙ୍କର ୨ ସହଯୋଗୀ ଲାଲ୍ଜୀ ପଟେଲ ଓ ଏକେ ପଟେଲଙ୍କୁ କୋର୍ଟ ଆଜି ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ କରିଥିଲେ। ୨୦୧୫ ମସିହାରେ […]
ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟା ନିକଟ ଏକ ମତଦାନ କେନ୍ଦ୍ରରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୦ରୁ ଅଧିକ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ କିଛି ପୁଲିସ୍ ଅଧିକାରୀ ଥିବା କୁହାଯାଉଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବମ୍ ସ୍କ୍ୱାଡ ଓ […]
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟ୍ରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍ରେ […]
ସମ୍ବଲପୁର: ଗତକାଲି ରାତିରେ ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଏବେ ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯାଉଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୬.୩୧ ଫୁଟ୍ ରହିଥିଲା। ଡ୍ୟାମ୍ରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୧ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୧ ହଜାର ୩୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ […]
ପୁରୀ: ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନ ସିଂହାସନକୁ ବିଜେ ହେବେ ଶ୍ରୀଜିଉ। ରଥାରୂଢ଼ ଚତୁର୍ଦ୍ଧା ମୂରତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନକୁ ବିଜେ କରାଯିବ। ତା’ପରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ଥାନା ସାନଘାଟି ଛକରେ ପୁଲିସ୍ ଏନ୍କାଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ କରାଯାଇଛି। ଗତ ୨ ତାରିଖରେ ଖଲ୍ଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସୁଶାନ୍ତ ଓ ରାଜେଶ ସଂପୃକ୍ତ ଥିଲେ ବୋଲି ପୁଲିସ୍ କହିଛି। ତେବେ ଏମାନଙ୍କର ଅନ୍ୟ କେଉଁ […]
ମୁମ୍ବାଇ: ୨୦୦୪ରେ ସୋନିଆଙ୍କ ପ୍ରତି ପ୍ରସନ୍ନ ହେଲେନି ଭାଗ୍ୟ ଦେବୀ। ଆକସ୍ମିକ ପ୍ରଧାନମନ୍ତ୍ରୀ ବନି ଗଲେ ଡକ୍ଟର ମନମୋହନ ସିଂହ। ଅର୍ଥନୀତିଜ୍ଞରୁ ଦେଶ ଶାସନର ସର୍ବୋଚ୍ଚ ପଦବି। ପୂରା ଘଟଣାଚକ୍ରକୁ ନେଇ ତିଆରି ହେଉଛି ବଲିଉଡ୍ ଚଳଚ୍ଚିତ୍ର ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର। ୨୦୦୪ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ୟୁପିଏ। ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଛା କରିଥିଲା କଂଗ୍ରେସ। ତେବେ ବିଦେଶୀ ମୂଳ ପ୍ରସଙ୍ଗକୁ ନେଇ ବାଧକ ସାଜିଲେ ବିଜେପି ସମେତ ଅନ୍ୟ […]
ପୁରୀ:ଆସନ୍ତାକାଲି ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନତ୍ସିଂହାସନରେ ବିଜେ ହେବେ। ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି। ବିଶେଷ କରି ଗର୍ଭଗୃହର କେମିକାଲ୍ କ୍ଳିନିଙ୍ଗ, ଷ୍ଟିଲ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯିବା ସହ ଭେଣ୍ଟିଲେସନ୍ ଊପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜଗମୋହନରେ ଥଣ୍ଡା ବାୟୁ ଚଳାଚଳ ମେସିନ ଲଗାଯିବା ସହ ପୋର୍ଟାଲ୍ ବକ୍ସ ଫ୍ରେମ୍ର ଲୋଡ଼ିଂ ସିଷ୍ଟମ୍କୁ ଯାଞ୍ଚ କରାଯାଇ […]
ଭୁବନେଶ୍ୱର:ରାଜ୍ୟ ଉପରୁ ଟଳିଲା ବନ୍ୟା ଆଶଙ୍କା। ଏନେଇ ସ୍ପେଶାଲ ରିଲିଫ କମିଶନର (SRC) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି। ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେଉଁ ବୃଷ୍ଟିପାତ ହୋଇଛି ବହୁ ଜିଲ୍ଲାରେ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ଏଥିସହ ମୁଣ୍ଡଳିରେ ଜଳ ନିଷ୍କାସନ କମିଛି। ସେଠାରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ଅବବାହିକାର ନ୍ୟୁନ ଅଞ୍ଚଳରେ ଯେଉଁ […]
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ ଓ ଆସନ୍ତାକାଲି ନୀଳାଦ୍ରିବିଜେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଗତକାଲି ମଧ୍ୟ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। ବଡ଼ଦାଣ୍ଡ, ରଥ ଚତୁର୍ପାର୍ଶ୍ୱ […]
ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଆଜି ଦିନ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ ଛଅ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୧ ହଜାର ୮୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। […]