• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଟ୍ରେନ୍ ଆଗରେ ମହିଳା
ଆତ୍ମହତ୍ୟା କରିବାକୁ ଟ୍ରେନ୍ ଆଗରେ ଶୋଇଲେ, ତା’ ପରେ .....

ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍‌ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍‌ ଆସି ତାଙ୍କ ଉପର ଦେଇ ଚାଲିଗଲା ।  ନା ମା’ ନା’  ଛୁଆ ଦୁହିଁଙ୍କୁ ଟିକେ ହେଲେ ବି କ୍ଷତ ହେଲା ନାହିଁ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । […]

  • Monday, 19 July 2021
bjp-bjp
ବିଜେପି-ବିଜେପି ପିଟାପିଟି

ନୟାଗଡ଼ : ନୟାଗଡ଼ରେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି।  ଗୋଟିଏ ଗୋଷ୍ଠୀର ସଦସ୍ୟ ବୈଠକର ଆୟୋଜନ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିବାରୁ ହାତାହାତି ହୋଇଥିଲେ। ଦୁଇ ଗୋଷ୍ଠୀର କର୍ମୀ ସଭା ଚାଲିଥିବାବେଳେ ଦୁଇ ଗୋଷ୍ଠୀର କର୍ମୀ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ।  ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨ ଜଣ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।  

  • Monday, 19 July 2021
pak international
ଭୁଲରେ ସୀମା ପାର କରିଥିବା ପାକ୍ ନାଗରିକଙ୍କୁ ମୁକ୍ତ କଲା ଭାରତ

ଇସଲାମାବାଦ: ସଦ୍‌ଭାବନାର ନିଦର୍ଶନ ସ୍ୱରୂପ ଭାରତ ଦୁଇ ପାକ୍ ନାଗରିକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଗତ ୧୧ ବର୍ଷ ତଳେ ବିଏସ୍‌ଏଫ୍ ଦ୍ୱାରା ଗିରଫ ହୋଇଥିଲେ । ବିଏସ୍‌ଏଫ ଦ୍ୱାରା ଗିରଫ ହୋଇଥିବା ଏହି ପାକିସ୍ତାନୀ ନାଗରିକ ହେଉଛନ୍ତି ମହମ୍ମଦ ୟାସିନ୍ ଓ ସଇନ୍ ଖାଁ । ୟାସିନ୍ ୧୧ ବର୍ଷ ପରେ ତା’ଙ୍କ ଘରକୁ ଫେରିଛନ୍ତି । ୨୦୦୭ ମସିହାରେ ଭୁଲରେ ସେ ଭାରତ ସୀମା ଭିତରକୁ ପଶି ଆସିଥିବାବେଳେ ବିଏଏସଫ […]

  • Monday, 19 July 2021
rain
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ। ତେବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ସାରା ରାଜ୍ୟକୁ ଛୁଇଁବା ପାଇଁ ଆହୁରି ୪୮ ଘଣ୍ଟା ଲାଗିବ। ସେପଟେ ଉପକୂଳରେ ମୌସୁମୀ ପ୍ରଭାବରେ ଆାଜି କିଛି ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଟି […]

  • Monday, 19 July 2021
army
ମେଜରଙ୍କ ପତ୍ନୀଙ୍କ ହତ୍ୟା ମାମଲାରେ ଆଉ ଜଣେ ମେଜର୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ମେଜର୍। ଅଭିଯୁକ୍ତ ମେଜର୍ ନିଖିଲ ହାଣ୍ଡୱାଙ୍କୁ ଉତ୍ତରପ୍ରଦେଶ ମିରଟ୍ଟରୁ ଗିରଫ କରିଛି ପୋଲିସ। ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାର ନିକଟରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରଥମରୁ ଏହା ଏକ ଦୁର୍ଘଟଣା ପରି ଲାଗୁଥିଲେ ମଧ୍ୟ ପରେ ଜଣାପଡ଼ିଲା ଯେ, ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଛି। ଘଟଣାରେ ଅମିତ ଓ ଶୈଳଜାଙ୍କ […]

  • Monday, 19 July 2021
representational image
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ: ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡିରା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ନମିତା ମଲ୍ଲିକ। ଗତ ଦୁଇ ବର୍ଷ ତଳେ ନମିତାଙ୍କର ଅଣ୍ଡିରା ଗାଁର ରବିନ୍ଦ୍ର ମଲ୍ଲିକଙ୍କ ସହ ବିବାହ ହୋଇଥିଲା। ତେବେ ବିବାହ ପରଠୁ ହିଁ ତାଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ […]

  • Monday, 19 July 2021
modi
ମୋଦିଙ୍କର କରୁଥିଲେ ଅପପ୍ରଚାର : ପାକ୍‌ ସୋଶାଲ ମିଡିଆ ଗ୍ରୁପ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍‌(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍‌ କରାଯାଇଥିଲା। ଛାନଭିନ୍‌ ସମୟରେ ଏହି ସୋଶାଲ […]

  • Monday, 19 July 2021
SS
ଗବେଷଣା ଆଣିଲା ଆଶ୍ଚର୍ଯ୍ୟଜନକ ତଥ୍ୟ !

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍‌ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍‌ଷ୍ଟ୍ରକ୍ସନ୍‌ (ସିଏଫ୍‌ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର […]

  • Monday, 19 July 2021
modi
ଟ୍ରମ୍ପଙ୍କ ପ୍ଲେନ୍ ଭଳି ହେବ ମୋଦିଙ୍କ ପ୍ଲେନ୍

ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍‌ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍‌ର ବି ଉପଯୋଗ କରିପାରିବ। ସାଉଥ୍ ବ୍ଲକର ଜଣେ […]

  • Monday, 19 July 2021
sbi
ସୁଧହାର ବଦଳାଇଲା ଷ୍ଟେଟ୍‌ବ୍ୟାଙ୍କ

ନୂଆଦିଲ୍ଲୀ : ଏସ୍‌ବିଆଇ ସେଭିଂସ୍‌ ଡିପୋଜିଟ୍‌ ଉପରେ ନୂଆ ପରିବର୍ତ୍ତନ ଆଣିଛି। ଭାରତର ଏହି  ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବୁଧବାର ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ  ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍‌ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା ସୁଧ ହାର ବା ରେପୋରେଟ୍‌ ହ୍ରାସ କରିଥିବାବେଳେ ଏସ୍‌ବିଆଇ ଏହି ସମୟରେ ହିଁ ସୁଧ ହାର କମାଇବାର ନିଷ୍ପତ୍ତି […]

  • Monday, 19 July 2021
rajnath
ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ

ପ୍ୟାରିସ୍‌ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି।   ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି। ସେ ପ୍ରଥମେ ପ୍ୟାରିସ୍‌ରେ ପହଞ୍ଚିବା ପରେ ମେରିଗନାକ୍ ଯାଇଥିଲେ। ସେଠାରେ ତାଙ୍କୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଇଛି। […]

  • Monday, 19 July 2021
mn
୩ ଜଣଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ :ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ମିଳିଲା ଏହି ପୁରସ୍କାର। ଜେମ୍ସ ପେବଲ୍ସ, ମାଇକେଲ ମେୟର, ଦିଦିଆର୍ କ୍ୱେଲୋଜଙ୍କୁ ନୋବେଲ ପୁରସ୍କାର ମିଳିବ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଆର୍ କ୍ୱେଲୋଜ ଏବଂ ବିଶ୍ୱତତ୍ତ୍ୱ  ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେମ୍ସ ପେବଲ୍ସ, ମାଇକେଲ ମେୟରଙ୍କୁ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଗତକାଲି ୩ ଜଣ ବୈଜ୍ଞାନିକଙ୍କୁ ମେଡିସିନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା […]

  • Monday, 19 July 2021